Sans_Fallback_fba9a0; font-size: 20px;">ଚର୍ଚ୍ଚିତ ଛାତ୍ରୀ ମୃତ୍ୟୁ ଘଟଣାରେ ପୁରୁଷ ବନ୍ଧୁଙ୍କୁ ଗିରଫ ପରେ କୋର୍ଟ ଚାଲାଣ କଲା ପୋଲିସ । ଗତକାଲି ମୃତ ଛାତ୍ରୀଙ୍କ ବାପା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନାରେ ଛାତ୍ରୀଙ୍କ ପୁରୁଷ ବନ୍ଧୁଙ୍କ ନାଁରେ ଝିଅକୁ ମାନସିକ ନିର୍ଯାତନା ଦେବା ଏବଂ ଅଶ୍ଳୀଳ ଭିଡିଓ ଭାଇରାଲ କରି ଝିଅକୁ ଆତ୍ମହତ୍ୟା ପାଇଁ ବାଧ୍ୟ କରିବା ନେଇ ଲିଖିତ ଅଭିଯୋଗ କରିଥିଲେ । ଏହି ଘଟଣାରେ ଗ୍ରାମାଞ୍ଚଳ ଥାନା ପୋଲିସ 284/25ରେ କେସ୍ ଏଣ୍ଟ୍ରି କରିବା ସହ ଅଭିଯୁକ୍ତ ବିରୋଧରେ 296/75/78/108 ବିଏନଏସ ଓ RW ସେକ୍ସନ 66(E),67(A) ଇନଫରମେସନ ଓ ଟେକ୍ନୋଲୋଜି ଆକ୍ଟରେ ଦଫା ଲଗାଇ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଛି ।
ସନ୍ଧ୍ୟାରେ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରାପଡା ଏସପି ସିଦ୍ଧାର୍ଥ କଟ୍ଟାରିଆ କହିଛନ୍ତି, " ପ୍ରାଥମିକ ପ୍ରମାଣ ଆଧାରରେ ଅଭିଯୁକ୍ତକୁ ଗିରଫ କରାଯାଇଛି । ଅଭିଯୁକ୍ତ 17 ଜୁଲାଇରେ ମୃତ ଛାତ୍ରୀଙ୍କ ବାପାଙ୍କ ସମେତ ଅନ୍ୟ 5-6 ଜଣଙ୍କୁ ଉଭୟଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ପଠାଇଥିଲା । ଏଥିସହ 5 ଅଗଷ୍ଟରେ 5ରୁ 6 ଥର ମେସେଜ କରିଥିଲା ଓ whatsapp ମେସେଜ ମଧ୍ୟ କରିଥିଲା । 6 ଅଗଷ୍ଟରେ 7.34ରେ ମୃତ ଛାତ୍ରୀଙ୍କୁ 5 ରୁ 6 ଥର କଲ ମଧ୍ୟ କରିଥିଲା । ଏହାପରେ ଛାତ୍ରୀ ଜଣଙ୍କ ମରି ପଡିଥିବାର ପୂର୍ବାହ୍ନ 11.30ରେ ପରିବାର ଲୋକେ ଦେଖିଥିଲେ । ତେବେ ଅଭିଯୁକ୍ତର ମୋବାଇଲ ଫୋନରେ 60ଟି ଅଶ୍ଲୀଳ ଭିଡିଓ ଥିଲା । ତା ମୋବାଇଲ ଜବତ ବେଳେ ପୋଲିସ ଦେଖିବାକୁ ପାଇଛି । ଯେଉଁଥିରୁ ଗୋଟିଏ ଭିଡ଼ିଓକୁ ଅଭିଯୁକ୍ତ ଭାଇରାଲ କରିଛି ।