କେନ୍ଦ୍ରାପଡା: ଆଜିଠାରୁ ଭିତର କନିକା ଜାତୀୟ ଉଦ୍ୟାନରେ ଆରମ୍ଭ ହୋଇଛି କୁମ୍ଭୀର ଗଣନା । ଏନେଇ ଗତ ଶୁକ୍ରବାର ଦିନ ରେଞ୍ଜ କାର୍ଯ୍ୟାଳୟ ଠାରେ ବଉଳା କୁମ୍ଭୀର ଗଣନା ପ୍ରଶିକ୍ଷଣ ଶିବିର-2025 ଅନୁଷ୍ଠିତ ହୋଇଯାଇଛି । ୩ ଦିନ ଧରି ଚାଲିବ ଏହି କୁମ୍ଭୀର ଗଣନା କାର୍ଯ୍ୟକ୍ରମ । ଅନ୍ୟପଟେ ଏହି ଗଣନା ପାଇଁ ପର୍ଯ୍ୟଟକଙ୍କ ନିମନ୍ତେ ଭିତରକନିକା ବନ୍ଦ ରହିଛି ।

କୁମ୍ଭୀର ପାଇଁ ପ୍ରସିଦ୍ଧ ଲାଭ କରିଥିବା ଭିତର କନିକାରେ ଆରମ୍ଭ ହୋଇଯାଇଛି କୁମ୍ଭୀର ଗଣନା । ଆଜିଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ୩ ଦିନ ଧରି କୁମ୍ଭୀର ଗଣନା କରାଯିବ । ଏନେଇ ରାଜନଗର 

numeric-spacing: ; --tw-numeric-fraction: ; --tw-ring-inset: ; --tw-ring-offset-width: 0px; --tw-ring-offset-color: #fff; --tw-ring-color: rgba(66,153,225,.5); --tw-ring-offset-shadow: 0 0 #0000; --tw-ring-shadow: 0 0 #0000; --tw-shadow: 0 0 #0000; --tw-shadow-colored: 0 0 #0000; --tw-blur: ; --tw-brightness: ; --tw-contrast: ; --tw-grayscale: ; --tw-hue-rotate: ; --tw-invert: ; --tw-saturate: ; --tw-sepia: ; --tw-drop-shadow: ; --tw-backdrop-blur: ; --tw-backdrop-brightness: ; --tw-backdrop-contrast: ; --tw-backdrop-grayscale: ; --tw-backdrop-hue-rotate: ; --tw-backdrop-invert: ; --tw-backdrop-opacity: ; --tw-backdrop-saturate: ; --tw-backdrop-sepia: ; font-weight: bolder; font-family: __Noto_Sans_fba9a0, __Noto_Sans_Fallback_fba9a0; font-size: 17px;">ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପୀନାଥ ଯାଦବ କହିଛନ୍ତି," କୁମ୍ଭୀର ଗଣନା ପାଇଁ ୨୨ଟି ଟିମ୍ ଗଠନ କରାଯାଇଛି । କୁମ୍ଭୀର ବିଶେଷଜ୍ଞମାନେ ଏହି ଟିମରେ ରହିଛନ୍ତି । ପ୍ରତି ଟିମରେ ୪ରୁ ୫ଜଣ ମେମ୍ବର ରହିଛନ୍ତି । କେନ୍ଦ୍ରାପଡାରେ ବଉଳା କୁମ୍ଭୀର ୪ଟି ରେଞ୍ଜରେ ମିଳନ୍ତି । ବିଭିନ୍ନ ଟେକ୍ନୋଲୋଜି, ଜିପିଏସ ଟ୍ରାକ୍ କରି ଏହି ଗଣନା କରାଯିବ ।

ସୁରୁଖୁରରେ ଗଣନା ପାଇଁ ଗତ ଶୁକ୍ରବାର ଦିନ ରେଞ୍ଜ କାର୍ଯ୍ୟାଳୟଠାରେ ବଉଳା କୁମ୍ଭୀର ଗଣନା ପ୍ରଶିକ୍ଷଣ ଶିବିର-2025 ଅନୁଷ୍ଠିତ ହୋଇଥିଲା । ସେଥିରେ ମୁଖ୍ୟ ଅତିଥି ତଥା କୁମ୍ଭୀର ମୁଖ୍ୟ ଗଣନାକାରୀ ଭାବେ ବୈଜ୍ଞାନିକ ଡ଼. ସୁଧାକର କର ଯୋଗ ଦେଇ ବଉଳା କୁମ୍ଭୀର ଗଣନା ସମ୍ପର୍କରେ ବହୁ ଉପାୟ ପ୍ରଦାନ କରିଥିଲେ । ଆଉମଧ୍ୟ କୁମ୍ଭୀର ମାନଙ୍କର ପ୍ରଜନନ, ଅଣ୍ଡାଦାନ ଏବଂ ଛୁଆ ଜନ୍ମ ହେବାର ସମସ୍ତ ବିଷୟରେ ଜ୍ଞାନ ପ୍ରଦାନ କରିଥିଲେ ।

ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପୀନାଥ ଯାଦବ ଏହି ପ୍ରଶିକ୍ଷଣ ଶିବିରରେ ସଭାପତିତ୍ବ କରିଥିଲେ । ସହକାରୀ ବନ ସଂରକ୍ଷକମାନେ ସଭାରେ ଯୋଗ ଦେଇ ନିଜ ବକ୍ତବ୍ୟ ରଖିଥିଲେ ।ରେଞ୍ଜ ଅଧିକାରୀ ମାନସ କୁମାର ଦାସଙ୍କ ନେତୃତ୍ୱରେ ଫରେଷ୍ଟର ପ୍ରଶାନ୍ତ କୁମାର ସିଂ, ବନରକ୍ଷୀ ସୁନିଲ୍ ରଞ୍ଜନ ରାଉତରାୟ, ବନରକ୍ଷୀ ବବୁଲ କୁମାର ପରିଡ଼ା ଏବଂ ହେମନ୍ତ କୁମାର ପାଣିଗ୍ରାହୀ ପ୍ରମୁଖ ଉକ୍ତ କାର୍ଯକ୍ରମରେ ସହଯୋଗ କରିଥିଲେ ।

ସୂଚନା ଥାଉକି,ଆଜିଠାରୁ ଅର୍ଥାତ ତା 19.01.2025 ରିଖ ଠାରୁ ତା 21.01.2025 ରିଖ 3 ଦିନ ପର୍ଯ୍ୟନ୍ତ ଭିତରକନିକା ଜାତୀୟ ଉଦ୍ୟାନରେ ରହୁଥିବା କୁମ୍ଭୀରମାନଙ୍କର ଗଣନା କରାଯିବ । ଏହି ଶିବିରରେ ରାଜନଗର ରେଞ୍ଜ , ମହାକାଳପଡ଼ା ରେଞ୍ଜ, କନିକା ରେଞ୍ଜ ଏବଂ ଗହୀରମଥା ରେଞ୍ଜରୁ ସମସ୍ତ ବନ କର୍ମଚାରୀ ପ୍ରଶିକ୍ଷଣ ନେଇଥିଲେ ।

0 Comments