;">କେନ୍ଦ୍ରାପଡା: ଘର ଭିତରେ ଜିଅନ୍ତା ଜଳିଗଲେ ଯୁବତୀ । କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅଞ୍ଚଳରେ ଜିଅନ୍ତା ଜଳିଗଲେ । ଯୁକ୍ତ ୩ ଶେଷ ବର୍ଷର ଛାତ୍ରୀ ଥିଲେ । ହତ୍ୟା ନା ଆତ୍ମହତ୍ୟା ସ୍ପଷ୍ଟ ହୋଇନି । କିରୋସିନି ଢାଲି ହୋଇ ଜଳିଗଲେ ଯୁବତୀ । ଘରେ କେହି ନଥିବା ବେଳେ ଜଳିଗଲେ ଯୁବତୀ । ଜଳିଯିବାର କାରଣ ଅସ୍ପଷ୍ଟ । ଘଟଣାସ୍ଥଳରେ ପହଞ୍ଚିଛନ୍ତି କେନ୍ଦ୍ରାପଡା ଏସପି ଏବଂ ସାଇଣ୍ଟିଫିକ୍ ଟିମ୍ ।

ଛାତ୍ରୀ ଜଣଙ୍କ ସ୍ଥାନୀୟ ମୋହନପୁର କଲେଜରେ +୩ରେ ପଢୁଥିବା ଜଣାପଡିଛି । ଘଟଣାକୁ ନେଇ ପରିବାର ସଦସ୍ୟଙ୍କ କହିବା ଅନୁଯାୟୀ, "କିଛି ଦିନ ତଳେ ଯୁବତୀ ଜଣକ ଭଲପାଉଥିବା ଯୁବକଙ୍କ ସହିତ ମନାନ୍ତର ହୋଇଥିଲା, ଯେଉଁଥିପାଇଁ ଯୁବତୀଙ୍କର ଅଶ୍ଳୀଳ ଭିଡିଓ ଭାଇରଲ କରିବା ନେଇ ଧମକ ଦେଇଥିଲେ ଉକ୍ତ ଯୁବକ । ଝିଅକୁ ସେ ବାରମ୍ବାର ବ୍ଲାକ୍ ମେଲ୍ କରୁଥିଲା ।"

ପ୍ରଥମେ ବାଲେଶ୍ୱର ପରେ ପୁରୀରେ ଯଥାକ୍ରମେ କଲେଜ ଛାତ୍ରୀ ଏବଂ ନାବାଳିକା ପୋଡି ଘଟଣାରେ ରାଜ୍ୟରେ ହଇଚଇ ଏଯାଏଁ ଧମିନାହିଁ । ବାଲେଶ୍ୱରରେ ଏଫଏମ କଲେଜ ଛାତ୍ରୀ ଅଧ୍ୟାପକଙ୍କ ନିର୍ଯ୍ୟାତନାର ଶିକାର ହୋଇ ନିଜ ଦେହରେ ପେଟ୍ରୋଲ ଢାଲି ନିଆଁ ଲଗାଇଦିଇଥିଲେ । 3 ଦିନର ଜୀବନ ମରଣ ସହିତ ସଂଘର୍ଷ ପରେ ଏମ୍ସ ଭୁବନେଶ୍ୱରରେ ଆଖି ବୁଜିଥିଲେ । ଏହାରୁ ନେଇ ରାଜନୀତି ସରଗରମ ଧରିଥିଲା ।

0 Comments