କେନ୍ଦ୍ରାପଡ଼ା: ଆଜିଠାରୁ ବନ୍ଦ ହେଲା ଭିତରକନିକା ଜାତୀୟ ଉଦ୍ୟାନ । ପ୍ରତିବର୍ଷ ଭଳି ଚଳିତବର୍ଷ କୁମ୍ଭୀର ଗଣନା ପାଇଁ ଭିତରକନିକାକୁ ପର୍ଯ୍ୟଟକଙ୍କ ପ୍ରବେଶ ଉପରେ କଟକଣା ଲାଗିଛି। ଆଜି ଅର୍ଥାତ ଜାନୁଆରୀ ୧୪ ତାରିଖ ଠାରୁ ୨୨ ତାରିଖ ପର୍ଯ୍ୟନ୍ତ ୯ ଦିନ ଧରି ବନ୍ଦ ରହିବ ଭିତରକନିକା ଜାତୀୟ ଉଦ୍ୟାନ । ରାଜନଗର ବନଖଣ୍ଡର ୪ଟି ରେଞ୍ଜରେ କୁମ୍ଭୀର ଗଣନା କରାଯିବା ନେଇ ସୂଚନା ଦେଇଛନ୍ତି ରାଜନଗର ବନଖଣ୍ଡ ଅଧିକାର

ୀ ସୁଦର୍ଶନ ଗୋପୀନାଥ ଯାଦବ । ଜାନୁଆରୀ ୧୯,୨୦ ଓ ୨୧ ତାରିଖ 3ଦିନ ଧରି ଗଣନା କାର୍ଯ୍ୟ ଚାଲିବ ।

ବିଶ୍ୱ ପ୍ରସିଦ୍ଧ ଭିତରକନିକା ଜାତୀୟ ଉଦ୍ୟାନ କୁମ୍ଭୀର ଗଣନା ପାଇଁ ୯ ଦିନ ଧରି ବନ୍ଦ ରହୁଥିବାରୁ ପର୍ଯ୍ୟଟକମାନେ ବୁଲି ନଆସିବା ପାଇଁ ନିବେଦନ କରିଛି ରାଜନଗର ବନ ବିଭାଗ ।ପ୍ରଥମେ ବୋଟ ଚଳାଚଳ ବନ୍ଦ ରହିବା ପରେ ନଦୀର ପାଣି ସ୍ଥିର ରହିବା ପରେ ହଁ କୁମ୍ଭୀର ଗଣନା ଅନୁଷ୍ଠିତ ହେବ । ଏହି ସମୟରେ ପର୍ଯ୍ୟଟକ ଭିତରକନିକା ବୁଲି ଆସିଲେ ଗଣନାରେ ସମସ୍ୟା ସୃଷ୍ଟି ହେବାର ସମ୍ଭାବନା ଥିବାରୁ ପର୍ଯ୍ୟଟକ ଆସିବା ଉପରେ କଟକଣା ଲଗାଯାଇଥିବା କହିଛନ୍ତି ରାଜନଗର ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପୀନାଥ ଯାଦବ ।

ସେ ଆହୁରି ମଧ୍ୟ କହିଛନ୍ତି," ଭିତରକନିକାକୁ ସଲଗ୍ନ ଥିବା ନଦୀ, ନାଳଗୁଡ଼ିକରେ ବଉଳା କୁମ୍ଭୀରମାନଙ୍କର ଗଣନା କରାଯିବ । କୁମ୍ଭୀର ବିଶାରଦ ଡ଼ା ସୁଧାକର କରଙ୍କ ନେତୃତ୍ୱରେ ବନ କର୍ମଚାରୀମାନେ କୁମ୍ଭୀର ଗଣନା କରିବେ । ସକାଳ ଏବଂ ସଂନ୍ଧ୍ୟା ସମୟରେ ହୁଲି ଡ଼ଙ୍ଗା ସାହାଯ୍ୟରେ କୁମ୍ଭୀର ଗଣନା କରାଯାଇଥାଏ । ଗତବର୍ଷ ଭିତରକନିକାରେ ୧୮୧୧ଟି କୁମ୍ଭୀର ଗଣନା କରାଯାଇଥିବା ବେଳେ ଚଳିତ ବର୍ଷ ମଧ୍ୟ କୁମ୍ଭୀର ସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶା ରଖିଛୁ । ୧୪ ତାରିଖରୁ ୨୨ ତାରିଖ ଭିତରେ କୁମ୍ଭୀର ଗଣନା କାର୍ଯ୍ୟକ୍ରମ କରାଯିବ । ଏଥିପାଇଁ ଟୁରିଷ୍ଟ ମାନଙ୍କର ପ୍ରବେଶ ବନ୍ଦ ରହିବ । ୧୯,୨୦ ଓ ୨୧ ତାରିଖରେ ଗଣନା କାର୍ଯ୍ୟ ଚାଲିବ ।"

ଭିତରକନିକାର ଶୋଭାବର୍ଦ୍ଧନ କରୁଥିବା ଓଡିଶାର ଏକ ମାତ୍ର କୁମ୍ଭୀର ପ୍ରଜନନ ଓ ଗବେଷଣା କେନ୍ଦ୍ରରେ ଗତ ୫ ବର୍ଷ ମଧ୍ୟରେ କୁମ୍ଭୀରଙ୍କ ସଂଖ୍ୟା ବୃଦ୍ଧି ପାଇଛି । ୨୦୧୯ ମସିହାରେ ଜାତୀୟ ଉଦ୍ୟାନ ମଧ୍ୟରେ ୧୭୪୨ଟି କୁମ୍ଭୀର ରହିଥିବା ବେଳେ ୨୦୨୦ରେ ୧୭୫୭ଟି, ୨୦୨୧ରେ ୧୭୬୮ଟି, ୨୦୨୨ରେ ୧୭୮୪ଟି, ୨୦୨୩ରେ ୧୭୯୩ଟି କୁମ୍ଭୀର ଠାବ କରାଯାଇଥିବା ବେଳେ ଗତବର୍ଷ ଜାତୀୟ ଉଦ୍ୟାନ ମଧ୍ୟରେ କୁମ୍ଭୀର ସଂଖ୍ୟା ୧୮ଟି ବୃଦ୍ଧି ହୋଇ ଏହି ସଂଖ୍ୟା ୧୮୧୧ରେ ପହଞ୍ଚିଥିଲା ।

0 Comments