: ; font-weight: bolder; font-family: __Noto_Sans_fba9a0, __Noto_Sans_Fallback_fba9a0; font-size: 20px;">କେନ୍ଦ୍ରାପଡ଼ା:
ପୂର୍ବତନ କଂଗ୍ରେସ ବିଧାୟକ ଦେବେନ୍ଦ୍ର ଶର୍ମାଙ୍କ ପରଲୋକ । ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । ୬୬ ବର୍ଷ ବୟସରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । କେନ୍ଦ୍ରାପଡ଼ା ଆଳି ବିଧାନସଭା ଆସନରୁ ଲଢ଼ି ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ବିଧାୟକ ଥିଲେ ଦେବେନ୍ଦ୍ର । ଗତ ୨୦୨୪ ନିର୍ବାଚନରେ ଦେବେନ୍ଦ୍ରଙ୍କ ଝିଅ ଦେବସ୍ମିତା ଶର୍ମା କଂଗ୍ରେସ ଦଳରୁ ବିଧାୟିକା ପ୍ରାର୍ଥୀ ହୋଇଥିଲେ ।
କଂଗ୍ରେସର ଜଣେ ଚର୍ଚ୍ଚିତ ଚେହେରା ହେଉଛନ୍ତି ଦେବେନ୍ଦ୍ର ଶର୍ମା । କଟକରେ ୧୮ ମାର୍ଚ୍ଚ ୧୯୫୯ରେ ଜନ୍ମଗ୍ରହଣ କରିଥିଲେ ଦେବେନ୍ଦ୍ର । ରେଭେନ୍ସା କଲିଜିଏଟ ସ୍କୁଲରେ ପାଠପଢ଼ା ଶେଷ ପରେ ମୟୂରଭଞ୍ଜ ଆଇନ କଲେଜରୁ ୧୯୮୨ ମସିହାରେ ଗ୍ରାଜୁଏସନ ଶେଷ କରିଥିଲେ । ଜାତୀୟ କଂଗ୍ରେସରେ ସାମିଲ ହୋଇ କେନ୍ଦ୍ରାପଡ଼ା ଜିଲ୍ଲା କଂଗ୍ରେସ ମୁଖ୍ୟ ଏବଂ AICC ଏବଂ OPCCର ସଦସ୍ୟ ରହିଥିଲେ । ୨୦୧୪ ନିର୍ବାଚନରେ ସେ ଆଳି ବିଧାନସଭା ଆସନରୁ କଂଗ୍ରେସ ଟିକଟରୁ ଲଢ଼ି ବଜୟୀ ହୋଇଥିଲେ ।