ବିଜେପି କୃଷକ ମୋର୍ଚ୍ଚାର ରାଜ୍ୟ ସଭାପତି ଶ୍ରୀଯୁକ୍ତ ମହେଶ୍ୱର ସାହୁଙ୍କ ନେତୃତ୍ୱରେ ବିଜେପିକୃଷକ ମୋର୍ଚ୍ଚାର  ଉଚ୍ଚସ୍ତରୀୟ ଅନୁଧ୍ୟାନକାରି କମିଟି କେନ୍ଦ୍ରାପଡ଼ା ଜିଲ୍ଲା ବାତ୍ୟା କ୍ଷତିଗ୍ରସ୍ତ ରାଜନଗର ବିଧାନସଭାର ରଙ୍ଗିଣୀ, ତାଳଚୁଆ, ବଗପାଟିଆ, ମହିଂସାସୁର, ହାତୀନା, କଣ୍ଡିରା, ମହୁଲିଆ,ବାଉଁଶକଣି କ୍ଷୟକ୍ଷତି ଅଞ୍ଚଳ ପରିଦର୍ଶନ କରି କୃଷକ ମାନଙ୍କ କ୍ଷୟକ୍ଷତି ଆକଳନ କରିବା ସହିତ କୃଷକ ମାନଙ୍କ ସହିତ ଫସଲ କ୍ଷତି ବିଷୟରେ ଆଲୋଚନା କରିଥିଲେ। ଏହି ପ୍ରତିନିଧି ଦଳରେ  କେନ୍ଦ୍ରାପଡ଼ା ଜିଲ୍ଲା ବିଜେପି କୃଷକ ମୋର୍ଚ୍ଚାର ସଭାପତି ଶ୍ରୀଧର ପ୍ରସାଦ ପ୍ରଧାନ, ରାଜ୍ୟ ବିଜେପି କୃଷକ ମୋର୍ଚ୍ଚା ସମ୍ପାଦକ ବିକ୍ରମ କେଶରୀ ରାଉତରାଏ,

ରାଜ୍ୟ କାର୍ଯ୍ୟକରିଣୀ ସଦସ୍ୟ ଶ୍ରୀ ସୁରଥ ସେଠି ଓ ଉପେନ୍ଦ୍ର ରାଉଳ, ରାଜନଗର ବିଜେପି ପ୍ରଭାରୀ ସୁନାକାର ପ୍ରଧାନ, କୃଷକ ମୋର୍ଚ୍ଚାର ରାଜ୍ୟ କାର୍ଯ୍ୟକାରୀଣୀ ସଦସ୍ୟ ରାଜକିଶୋର ସାହୁ,କୃଷକ ମୋର୍ଚ୍ଚା ଜିଲ୍ଲା ସାଧାରଣ ସମ୍ପାଦକ ବିଚିତ୍ର କୁମାର ପ୍ରଧାନ, ବିଶ୍ୱରଞ୍ଜନ ପଣ୍ଡା, ମୋର୍ଚ୍ଚାର ଜିଲ୍ଲା ଉପସଭାପତି ଶ୍ରୀକାନ୍ତ ସେନାପତି,ସୁଧାଂଶୁ ଜେନା,ସମ୍ପାଦକ ସତ୍ୟରଞ୍ଜନ ସାହୁ, ଜିତେନ୍ଦ୍ର ପଣ୍ଡା,କୃଷକ ମୋର୍ଚ୍ଚା ଜିଲ୍ଲା ସଂଯୋଜିକା ଗୀତାଞ୍ଜଳି ଦାସ, ରାଜୀବ ଲୋଚନ ନାୟକ, ମଣ୍ଡଳ ସଭାପତି ତଥା  ସରପଞ୍ଚ   ଦିଲୀପ ରାଉତ, ପଞ୍ଚାନନ ବିଶ୍ୱାଳ, ଟିଟନ ସେଠି, ହୃଷିକେଶ ସେଠି ପ୍ରମୁଖ କଂ ସମେତ ଶତାଧିକ କାର୍ଯ୍ୟକତା ଓ ଚାଷୀ ସାମିଲ ହୋଇଥିଲେ।

0 Comments