କେନ୍ଦୁଝର :-କେନ୍ଦୁଝରରେ ଜଣେ ପିଜି ଛାତ୍ରୀ ଙ୍କ ଆତ୍ମହତ୍ୟା, ବେକ ରେ ଓଢ଼ଣୀ ଲଗାଇ କଲେ ଆତ୍ମହତ୍ୟା ।
କେନ୍ଦୁଝର ଡି.ଡି ୟୁନିଭରସିଟି ନିକଟସ୍ଥ ଏକ ଘରୋଇ ଛାତ୍ରୀ ମେସ୍ ରେ ଧରଣୀଧର ବିଶ୍ୱ ବିଦ୍ୟାଳୟ ର ଆନଥ୍ରୋପୋଲଜି ବିଭାଗ ର ପ୍ରଥମ ବର୍ଷର ପିଜି ଛାତ୍ରୀଙ୍କ ଆତ୍ମହତ୍ୟା । ଆତ୍ମହତ୍ୟା କରିଥିବା ଛାତ୍ରୀ ଜଣକ ନନ୍ଦିପଦା ଥାନା ଅଞ୍ଚଳର । ସେ ଏହି ମାସେ ହେବ ଏହି ଘରୋଇ ମେସ ରେ ଆସି ରହୁଥିବା ମେସର ମାଲିକ ସୁଚନା ଦେଇଛନ୍ତି । ଆଜି ତାଙ୍କର ଦିନ ୧୧ ଟା ସମୟରେ କ୍ଲାସ ଥିବା ବେଳେ ସେ କ୍ଳାସ ଯାଇ ନଥିଲେ ।&n
bsp;
ଆତ୍ମହତ୍ୟା ର କାରଣ ଅସ୍ପଷ୍ଟ । ଘଟଣା ସ୍ଥଳରେ ଏସପି , ଆଡିସନାଲ ଏସପି ଙ୍କ ସହ ବରିଷ୍ଠ ପୋଲସ ଅଧିକାରୀ ମାନେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଘଟଣାସ୍ଥଳ ପରିଦର୍ଶନ ପରେ ଏସପି ଙ୍କର କହିବା କଥା ହେଲା ଖବର ପାଇ ପୋଲିସ ଏଠାରେ ପହଞ୍ଚିବା ବେଳେ କବାଟ ଭିତର ପଟୁ ବନ୍ଦ ଥିଲା କବାଟ ଭାଙ୍ଗି ଭିତରକୁ ପଶି ଦେଖିଥିଲେ ଛାତ୍ରୀ ଙ୍କ ଶରୀର ଓଢଣୀ ରେ ଝୁଲିଛି , କିନ୍ତୁ ପାଦ ଗୁଡ଼ିକ ତଳେ ଲାଗି ଥିଲା । ଶବ ବ୍ୟବଚ୍ଛେଦ ପରେ ପ୍ରକୃତ ମୃତ୍ୟୁ ର କାରଣ ଜଣା ପଡ଼ିବ ବୋଲି କହିଛନ୍ତି କେନ୍ଦୁଝର ଏସପି ।