ବେଙ୍ଗାଲୁରୁ:

__Noto_Sans_fba9a0, __Noto_Sans_Fallback_fba9a0; font-size: 20px;"> ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି (ରବିବାର) ବେଙ୍ଗାଲୁରୁର KSR ରେଳ ଷ୍ଟେସନରେ ତିନୋଟି ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିଛନ୍ତି । ଯାହା ବେଙ୍ଗାଲୁରୁରୁ ବେଲଗାମ, ଅମୃତସରରୁ ମାତା ବୈଷ୍ଣୋ ଦେବୀ କଟରା ଏବଂ ନାଗପୁରରୁ ପୁଣେ ଯାତ୍ରା କରିବ । ଏହାସହ ବେଙ୍ଗାଲୁରୁ ୟେଲୋ ମେଟ୍ରୋ ଲାଇନର ମଧ୍ୟ ଶୁଭ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କର୍ଣ୍ଣାଟକ ଏକ ଦିନିଆ ଗସ୍ତରେ ଆସି ବେଙ୍ଗାଲୁରୁରେ ଅନେକ ବିକାଶ ମୂଳକ କାର୍ଯ୍ୟର ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ପରିବହନ ପ୍ରକଳ୍ପର ଉଦଘାଟନ କରିଛନ୍ତି । ପ୍ରଧାନମନ୍ତ୍ରୀ ଚାରିଟି ରାଜ୍ୟ ପାଇଁ ତିନୋଟି ନୂତନ ବନ୍ଦେ ଭାରତ ଟ୍ରେନକୁ ଭର୍ଚୁଆଲ୍ ମାଧ୍ୟମରେ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି । ଏହି ଟ୍ରେନଗୁଡ଼ିକ ବେଙ୍ଗାଲୁରୁ-ବେଲଗାମ ଏବଂ ଅମୃତସର - ମାତା ବୈଷ୍ଣୋ ଦେବୀ କଟରା ଏବଂ ନାଗପୁର (ଅଜନି)-ପୁଣେ ରୁଟର ଚଳାଚଳ କରିବ ।

ପ୍ରଧାନମନ୍ତ୍ରୀ ମୋଦି ନମ୍ମା ମେଟ୍ରୋର ବହୁ ପ୍ରତୀକ୍ଷିତ ୟେଲୋ ମେଟ୍ରୋ ଲାଇନକୁ ଉଦଘାଟନ କରିଛନ୍ତି । ଏହା ରାଗିଗୁଡ୍ଡା (ଆରଭି ରୋଡ)ରୁ ଇଲେକ୍ଟ୍ରୋନିକ୍ ସିଟିକୁ ସଂଯୋଗ କରିବ । ବେଙ୍ଗାଲୁରୁ ମେଟ୍ରୋ ଫେଜ୍-୨ ପ୍ରକଳ୍ପ ଅଧୀନରେ ଆରଭି ରୋଡ (ରାଗିଗୁଡ୍ଡା)ରୁ ବୋମ୍ମାସାନ୍ଦ୍ରା ପର୍ଯ୍ୟନ୍ତ ହଳଦିଆ ଲାଇନର ଲମ୍ବ ୧୯ କିଲୋମିଟରରୁ ଅଧିକ । ଏଥିରେ ୧୬ଟି ଷ୍ଟେସନ ରହିଛି । ଏହାର ଖର୍ଚ୍ଚ ପ୍ରାୟ ୭୧୬୦ କୋଟି ଟଙ୍କା ହୋଇଛି ।

0 Comments