ଭୁବନେଶ୍ବର: ରେଳଯାତ୍ରୀଙ୍କ ପାଇଁ ଖୁସି ଖବର। ଏଣିକି ଯଦି ଯିବା ଆସିବା ପାଇଁ ଆପଣ ଏକାଥରକେ ରାଉଣ୍ଡ ଟ୍ରିପ୍ ଟିକେଟ କରୁଛନ୍ତି, ତେବେ ମିଳିବ ରିହାତି। ଏ କ୍ଷେତ୍ରରେ ୨୦ ପ୍ରତିଶତ ରିହାତି ମିଳିବା ନେଇ ରେଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହା ସହିତ ଯେତେବେଳେ କୌଣସି ପର୍ବ ପର୍ବାଣୀ ଆସେ, ପ୍ରାୟ ପ୍ରତ୍ୟେକ ରେଳ ଷ୍ଟେସନରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥାଏ। ଯାହା ଫଳରେ କି ଯାତ୍ରୀଙ୍କୁ ହଜାର ହଜାର କିଲୋମିଟର ଠିଆ ହୋଇ ଯାତ୍ରା କରିବାକୁ ପଡିଥାଏ। ତେବେ ଏହି ଭିଡ଼ ଏବଂ ଯାତ୍ରୀଙ୍କ ସୁରକ୍ଷିତ ଯାତ୍ରା ପାଇଁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏକ ବଡ଼ ଘୋଷଣା କରିଛନ୍ତି।

ଯଦି ଜଣେ ଯାତ୍ରୀ ଏକାଠି ଯିବା ଏବଂ ଆସିବା ପାଇଁ ଟିକେଟ୍ ବୁକ୍ କରୁଛନ୍ତି, ତେବେ ଉକ୍ତ ଯାତ୍ରୀଙ୍କୁ ୨୦ ପ୍ରତିଶତ ରିହାତି ଦିଆଯିବ। ଏନେଇ ରେଳ ମନ୍ତ୍ରଣାଳୟ ଏକ “ରାଉଣ୍ଡ ଟ୍ରିପ୍ ପ୍ୟାକେଜ୍” ଆରମ୍ଭ କରିଛି। ବିଶେଷ ଭାବେ ପାର୍ବଣ ଋତୁରେ ଟ୍ରେନରେ ପ୍ରବଳ ଭିଡ଼ ଏବଂ ଟିକେଟ୍ ପାଇଁ ଭିଡ଼କୁ ଏଡାଇବା ପାଇଁ ଭାରତୀୟ ରେଳବାଇ ଏକ ନୂତନ ଯୋଜନା ଆରମ୍ଭ କରିଛି। ଏହାର ନାମ ହେଉଛି 

tw-contrast: ; --tw-grayscale: ; --tw-hue-rotate: ; --tw-invert: ; --tw-saturate: ; --tw-sepia: ; --tw-drop-shadow: ; --tw-backdrop-blur: ; --tw-backdrop-brightness: ; --tw-backdrop-contrast: ; --tw-backdrop-grayscale: ; --tw-backdrop-hue-rotate: ; --tw-backdrop-invert: ; --tw-backdrop-opacity: ; --tw-backdrop-saturate: ; --tw-backdrop-sepia: ; font-weight: bolder; font-family: __Noto_Sans_fba9a0, __Noto_Sans_Fallback_fba9a0; font-size: 17px;">‘ରାଉଣ୍ଡ ଟ୍ରିପ୍ ପ୍ୟାକେଜ୍ ଫର୍ ଫେଷ୍ଟିଭାଲ୍ ରସ୍'। ଏହି ଯୋଜନାର ମୂଳ ଲକ୍ଷ୍ୟ ହେଉଛି ଭିନ୍ନ ଭିନ୍ନ ଦିନରେ ଭିଡ଼କୁ ବାଣ୍ଟିବା ଏବଂ ଯାତ୍ରୀମାନଙ୍କୁ ଶସ୍ତା ମୂଲ୍ୟରେ ଉଭୟ ଯାତ୍ରା ପାଇଁ ଟିକେଟ୍ ପ୍ରଦାନ କରିବା। ଯାହା ଦ୍ଵାରା ଯାତ୍ରା ଆରାମଦାୟକ ଏବଂ ସୁବିଧାଜନକ ହୋଇପାରିବ ବୋଲି କହିଛି ରେଳ ବିଭାଗ।

ରେଳବାଇ ସୂଚନା ଅନୁଯାୟୀ, ଯଦି ଜଣେ ଯାତ୍ରୀ ଯିବା ସହିତ ଏକତ୍ର ଫେରିବା ଯାତ୍ରା ପାଇଁ ଉଭୟ ଟିକେଟ ବୁକ୍ କରନ୍ତି, ତେବେ ଫେରିବା ଯାତ୍ରାର ମୂଳ ଭଡ଼ାରେ ୨୦ ପ୍ରତିଶତ ରିହାତି ଦିଆଯିବ। ଏହି ରିହାତି କେବଳ ସେହି ଯାତ୍ରୀମାନଙ୍କୁ ଦିଆଯିବ ଯେଉଁମାନେ ସମାନ ନାମ ଏବଂ ବିବରଣୀ ସହିତ ଆସିବା ଏବଂ ଯିବା ପାଇଁ ଟିକେଟ ବୁକ୍ କରିବେ। ଏପରିସ୍ଥଳେ ଉଭୟ ଟିକେଟ ସମାନ ଶ୍ରେଣୀ ଏବଂ ସମାନ ଷ୍ଟେସନ ଯୋଡ଼ା ହେବା ଉଚିତ।

ଏସି ଚେୟାର କାର୍, ଏସି-3 ଟାୟାର /ଏସି-3 ଟାୟାର ଇକୋନୋମି, ଏସି 2-ଟାୟାର, ଏବଂ ଏସି ପ୍ରଥମ/ଏକଜୁକୁଟିଭ ଶ୍ରେଣୀ/ଏକଜକ୍ୟୁଟିଭ ଅନୁଭୂତି: ପ୍ରତି କିଲୋମିଟର ପ୍ରତି ୦୨ ପଇସା ବୃଦ୍ଧି କରାଯାଇଛି।

ଭଡ଼ା ସଂଶୋଧନ ରାଜଧାନୀ, ଶତାବ୍ଦୀ, ଦୂରନ୍ତୋ, ବନ୍ଦେ ଭାରତ, ତେଜସ୍, ହମସଫର, ଅମୃତ ଭାରତ, ମହାମାନ, ଗତିମାନ, ଅନ୍ତ୍ୟୋଦୟ, ଜନ ଶତାବ୍ଦୀ, ଯୁବା ଏକ୍ସପ୍ରେସ୍, ଏସି ଭିଷ୍ଟାଡୋମ୍ କୋଚ୍, ଅନୁଭୂତି କୋଚ୍ ଏବଂ ସାଧାରଣ ଅଣ-ଉପନଗର ସେବା ଭଳି ପ୍ରିମିୟର ଏବଂ ସ୍ୱତନ୍ତ୍ର ଟ୍ରେନ୍ ସେବା ପାଇଁ ମଧ୍ୟ ପ୍ରଯୁଜ୍ୟ ଅଟେ। ରିଜର୍ଭେସନ୍ ଫି, ସୁପରଫାଷ୍ଟ ସରଚାର୍ଜ ଏବଂ ଅନ୍ୟାନ୍ୟ ଶୁଳ୍କ ଅପରିବର୍ତ୍ତିତ ରହିଛି। ପ୍ରଯୁଜ୍ୟ ନିୟମ ଅନୁଯାୟୀ ଜିଏସଟି ଲାଗୁ ହେବ।

0 Comments