ପାଟଣା(ବିଜୟ ମହାନ୍ତ): ସ୍ୱାଧୀନତା 79 ତମ ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନରେ ହର ଘର ତ୍ରିରଙ୍ଗା ସାରା ଦେଶରେ ପାଳନ କରାଯାଉ ଥିବା ବେଳେ ଆଜି ପାଟଣା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପାଟଣା ବ୍ଲକ ରେ ଶୋଭାଯାତ୍ରା ଆଡମ୍ବର ସହକାରେ ପାଳନ କରାଯାଉଛି. ହର ଘର ତ୍ରିରଙ୍ଗା ରାଲି ମଲିପଶି ଜଗନ୍ନାଥ ମନ୍ଦିର ପ୍ରାଗଣରୁ ବାଇକ ରାଲିରେ ଆସି ସ୍ୱାମ ହନୁମାନ ମନ୍ଦିର ଠାରୁ ପଦଯାତ୍ରା ଆରମ୍ଭ କରି ବଜାର ପରିକ୍ରମା କରିବା ସହ ଆନେନ୍ଦେଶ୍ୱର ମନ୍ଦିର ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା. ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକଙ୍କ ନେତୃତ୍ୱରେ ଆୟୋଜିତ ହରଘର ତ୍ରିରଙ୍ଗା ଶୋଭାଯାତ୍ରା କାର

୍ଯ୍ୟକ୍ରମରେ ବ୍ଲକ ଅଧ୍ୟକ୍ଷ ବୀଣାପାଣି ନାଏକ, ରାଜ୍ୟ କୃଷକମର୍ଚ୍ଚା ଉପସଭାପତି ରାଧାକାନ୍ତ ମହାନ୍ତ, ବିଧାୟଙ୍କ ପ୍ରତିନିଧି କମଳାକାନ୍ତ ଦାଶ,ରାଜ୍ୟ ପରିଷଦ ସଭ୍ୟା ସମ୍ବାରି ମୁଣ୍ଡା,ସାହାରପଡା ପୂର୍ବତନ ବ୍ଲକ ଅଧ୍ୟକ୍ଷ ଗୌତମ ନାଏକ,ଆଡଭୋକେଟ ମହେଶ୍ୱର ପୃଷ୍ଟି , ସାହାରପଡା ବ୍ଲକ ବିଧାୟକ ପ୍ରତିନିଧି ନରେନ୍ଦ୍ର କୁମାର ମହାନ୍ତ , ପୂର୍ବତନ ବ୍ଲକ ଅଧକ୍ଷ  ବିଶ୍ୱନାଥ ନାଏକ, ରାଷ୍ଟୀୟ ମହିଳା ମର୍ଚ୍ଚା ସଦସ୍ୟ ଦାଶମତି ଚାତର,ମଣ୍ଡଳ ସଭାପତି ବ୍ରଜ ସେଠୀ, ପୂର୍ବତନ ମଣ୍ଡଳ ସଭାପତି ରମେଶ ମହାନ୍ତ,ଥାନା ସାଂସଦ ପ୍ରତିନିଧି ଯୁଧିଷ୍ଠିର ମହାନ୍ତ  ଙ୍କ ସହ ବହୁ ସଂଖ୍ୟରେ କର୍ମକର୍ତ୍ତା ମାନେ ସାମିଲ ହୋଇଥିଲେ.

0 Comments