ପାଟଣା ( ବିଜୟ ମହାନ୍ତ),କେନ୍ଦୁଝର ଜିଲ୍ଲାପାଳ ବିଶାଲ ସିଂହ ପାଟଣା ବ୍ଲକ ଗସ୍ତ ସମୟରେ କେନ୍ଦେଇପଶି ପଞ୍ଚାୟତର ଖୁଣ୍ଟାପଡା ଅଙ୍ଗନବାଡି କେନ୍ଦ୍ର, ଓଡିଶା ଆଦର୍ଶ ବିଦ୍ୟାଳୟ, ଖୁଣ୍ଟାପଡା ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନଭୋଜନ ଯାଞ୍ଚ କରିଛନ୍ତି। ଯାଞ୍ଚ ସମୟରେ ଖୁଣ୍ଟାପଡା ପ୍ରାଥମିକ ବିଦ୍ୟାଳୟରେ ଶୌଚାଳୟ ତାଲା ପଡ଼ିଥିବା, ପରିବେଶ ଅପରିଷ୍କାର ଥିବା
ଏବଂ ମଧ୍ୟାହ୍ନ ଭୋଜନରେ ଗଫଲତି କରି ୨ଛାତ୍ର ଙ୍କ ମିଲ୍ସ ଅଧିକ ପକାଇ ଯାଞ୍ଚ ସମୟରେ ଦେଖିବାକୁ ପାଇଥିଲେ ।
ଏନେଇ ଜିଲ୍ଲାପାଳ ପ୍ରଧାନ ଶିକ୍ଷକ ମୌଜି ରାମ ପାତ୍ରଙ୍କୁ ନିଲମ୍ୱିତ କରିଛନ୍ତି। ପାଟଣା ବିଇଓ କାର୍ଯ୍ୟାଳୟ ପତ୍ର ସଂଖ୍ୟା ୧୭୧୨/୨୫ରେ ଶ୍ରୀ ପାତ୍ର ଙ୍କୁ ନିଲମ୍ବିତ କରାଯାଇଥିବା ପାଟଣା ବିଇଓ ପୂର୍ଣ୍ଣ ଚନ୍ଦ୍ର ଅମାତ ସୂଚନା ଦେଇଛନ୍ତି।