ଢେଙ୍କିକୋଟ( ତପନ ବେହେରା)ଘଟଗାଁ ବ୍ଲକ ଅନ୍ତର୍ଗତ ପିପିଳିଆ ସ୍ଥିତ ଲକ୍ଷ୍ମୀ ନାରାୟଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଘଟଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ତରଫରୁ  ଛାତ୍ରଛାତ୍ରୀ ମାନଙ୍କୁ କ୍ରୁମିନାଶକ ଔଷଧ ବଣ୍ଟନ କରାଯାଇଛି। ଅଧ୍ୟକ୍ଷ ନିରାକାର ସ୍ବାଇଁଙ୍କ ଉପସ୍ଥିତିରେ ଏକ ସଭାର ଆୟୋଜନ କରାଯାଇଥିଲା। ସ୍ବାସ୍ଥ୍ୟ କର୍ମଚାରୀ ମନୋଜ କୁମାର ଜେନା, ନୃସିଂହ ମହାନ୍ତ ଏବଂ ଗୋଷ୍ଠୀ ସ

୍ବାସ୍ଥ୍ୟ ଅଧିକାରୀ ସ୍ବାତୀ ସୁଚରିତା ବିଶ୍ବାଳ କୃମି ନାଶକ ଔଷଧ ସେବନର ଉପକାରିତା ସଂପର୍କରେ ଆଲୋଚନା କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ପ୍ରାଧ୍ୟାପକ ଅଲେଖ ପ୍ରସାଦ ସାହୁ, ଚନ୍ଦ୍ରଶେଖର ଭୁଁୟା, ରତ୍ନାକର ମହାନ୍ତ, ହେମନ୍ତ ମିଶ୍ର ପ୍ରାଧ୍ୟାପିକା ଅନୁସ୍ମିତା ପାଣିଗ୍ରାହୀ, କାଞ୍ଚନ ଲତା ସାହୁ ଏବଂ ଅଣଶିକ୍ଷକ କର୍ମଚାରୀ ମୂରଲୀଧର ନାୟକ,ପ୍ରଫୁଲ୍ଲ ଦଣ୍ଡପାଟ କାର୍ୟକ୍ରମ ରେ ସହଯୋଗ କରିଥିଲେ।

0 Comments