କେନ୍ଦୁଝର: କେନ୍ଦୁଝର ସହରରେ ଅବସ୍ଥିତ ଆଦର୍ଶ ପବ୍ଲିକ ସ୍କୁଲ ଓ ନାରାୟଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମହାସମାରୋହରେ ୭୯ ତମ ସ୍ଵାଧୀନତା ଦିବସ ପାଳିତ ହୋଇ ଯାଇଛି।ରୋଟାରୀ କ୍ଲବ କେନ୍ଦୁଝରଗଡ଼ ର ସଭାପତି ରୋଟାରିଆନ ହରିହର ମହାନ୍ତ ମୁଖ୍ୟ ଅତିଥି ଭାବେ ଆଦର୍ଶ ପବ୍ଲିକ ସ୍କୁଲରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ।ବିଶିଷ୍ଟ ଦାନ୍ତ ରୋଗ ବିଶେଷଜ୍ଞ ଡାକ୍ତର ସଞ୍ଜୀବ କୁମାର ଓତା ନାରାୟଣ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋ

ଳନ କରିଥିଲେ।ଏହି ଅବସରରେ ବିଦ୍ୟାଳୟର ଅଧ୍ୟକ୍ଷ ନିରୁପମା ସ୍ୱାଇଁ ଏବଂ ଚେୟାରମ୍ୟାନ ପ୍ରଶାନ୍ତ ସ୍ୱାଇଁ  ଭାରତର ସ୍ଵାଧୀନତା ପାଇଁ ପ୍ରାଣ ବଳି ଦେଇଥିବା ମହାପୁରୁଷଙ୍କୁ ସ୍ମରଣ କରିବା ସହିତ ଆଗାମୀ ଦିନରେ ଦେଶର ଗୌରବ ବୃଦ୍ଧି କରିବାକୁ ଛାତ୍ର ଛାତ୍ରୀଙ୍କୁ ଉଦବୋଧନ ଦେଇଥିଲେ।ଛାତ୍ର ଛାତ୍ରୀଙ୍କ ଦ୍ଵାରା ଚିତ୍ତାକର୍ଷକ ନୃତ୍ୟ ପରିବେଷଣ କରାଯାଇଥିଲା।ବିଦ୍ୟାଳୟର ସମସ୍ତ ଶିକ୍ଷକ,ଶିକ୍ଷୟିତ୍ରୀ ଏବଂ ଛାତ୍ର ଛାତ୍ରୀ ଉତ୍ସାହର ସହିତ ସ୍ଵାଧୀନତା ଦିବସ ପାଳନ କରିଥିଲେ।

0 Comments