ପାଟଣା(ବିଜୟ ମହାନ୍ତ): ସ୍ବାଧୀନତାର ଅମୃତ ମହୋତ୍ସବ ପାଳନ ଅବସରରେ ରାଜ୍ୟର ଘରେ ଘରେ ତ୍ରିରଙ୍ଗା ଅଭିଯାନ ଆରମ୍ଭ ହୋଇ ବିଭିନ୍ନତା ମଧ୍ୟରେ ଏକତାର ବାର୍ତ୍ତା ଦେଉଛି । ଏହି ଅବସରରେ ପାଟଣା ନିର୍ବାଚନ ମଣ୍ଡଳୀର କେନ୍ଦେଇପଶି ମଣ୍ଡଳ ସଭାପତି ଜୁଲିୟସ ସିଂହଙ୍କ ନେତୃତ୍ୱରେ ଟାଙ୍ଗରପଡା ଛକ ଠାରୁ ତ୍ରିରଙ୍ଗା ଯାତ୍ରା ବାହାରି ବଜାର ପରିକ୍ରମା କରିଥିଲେ। ଏହି କାର୍ଯ୍ୟକ୍ରମରେ ରାଜ୍ୟ ମହିଳା ମର୍ଚ୍ଚା ଉପସଭାପତି ମମିତା ନାଏକ ସାମିଲ ହୋଇଥିଲେ। ଟାଙ୍ଗରପଡା ଠାରୁ ତ୍ରିରଙ୍ଗା ଶୋଭାଯାତ୍ରା ବାହାରି ବଜାରର କେନ୍ଦେଇପଶି - ତୁରୁମୁଙ୍ଗା ୪୯ନଂ ଜାତୀୟ ରାଜପଥ ଦେଇ ରାଜନଗର ଶ୍ରୀ ଜିଉ ମଠ ପର୍ଯ୍ୟନ୍ତ ଯାଇଥିଲେ। ଏହି ଶୋଭାଯାତ୍ରା ବିଭିନ୍ନତା ମଧ୍ୟରେ ଏକତାର ବାର୍ତ୍ତା ଦେଉଥିବା ବେଳେ ହରଘର ତ୍ରିରଙ
୍ଗା କାର୍ଯ୍ୟକ୍ରମ ଉପରେ ବିଜେପି ମହିଳା ନେତ୍ରୀ ଓ ନେତା ମାନେ ଆଲୋକପାତ କରିବା ସହିତ ଜାତୀୟ ଏକତା, ଜାତୀୟ ସଂହତି ଓ ଭାତୃଭାବ ବଜାୟ ରଖିବାକୁ ଆହ୍ବାନ ଦେଇଥିଲେ। ଏହି ତ୍ରିରଙ୍ଗା ସଭାଯାତ୍ରାରେ ରାଷ୍ଟୀୟ ମହିଳା ମର୍ଚ୍ଚା ସଦସ୍ୟ ଦାଶମତୀ ଚାତର,ରାଜ୍ୟ ପରିଷଦ ସଭ୍ୟା ସମ୍ବାରି ମୁଣ୍ଡା, ପୂର୍ବତନ ମଣ୍ଡଳ ସଭାପତି ମିତ୍ରଭାନୁ ନାଏକ, ପାଟଣା ମଣ୍ଡଳ ସଭାପତି ବ୍ରଜ ସେଠୀ, ଉଦେଇପୁର ମଣ୍ଡଳ ସଭାପତି ନରହରି ମହାନ୍ତ, ଖିରେଇଟାଙ୍ଗୀରୀ ମଣ୍ଡଳ ସଭାପତି ମନଜ କୁମାର ମହାନ୍ତ, ଶିବାଜୀ ଗୌତମ ମହାନ୍ତ ବ୍ରମ୍ବା, ପ୍ରିୟ ରଞ୍ଜନ ସିଂହ, ସାଂସଦ ପ୍ରତିନିଧି ତୁରୁମୁଙ୍ଗା ଥାନା ମଣିଭୂଷଣ ବାରିକ ଙ୍କ ସମେତ ସହ ସହ ସଂଖ୍ୟାରେ ବିଜେପି କାର୍ଯ୍ୟ କର୍ତ୍ତା ଏହି ତ୍ରିରଙ୍ଗା ସଭାଯାତ୍ରାରେ ସାମିଲ ହୋଇଥିଲେ।