ଶ୍ରୀନଗର: ଜମ୍ମୁ ଓ କାଶ୍ମୀରରେ ବାଦଲ ଫଟା ବର୍ଷା । ପ୍ରବଳ ବର୍ଷା ଯୋଗୁଁ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଯେଉଁଥିରେ ବର୍ତ୍ତମାନ ସୁଦ୍ଧା 38 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 125 ଜଣ ଆହାତ ହୋଇଛନ୍ତି ଏବଂ ଅନେକ ନିଖୋଜ ରହିଛନ୍ତି । ଆଜି କିସ୍ତୱାର ଜିଲ୍ଲାର ମାଚୈଲ ମାତା ମନ୍ଦିରକୁ ଯିବା ରାସ୍ତାରେ ଥିବା ଏକ ଗାଁରେ ବାଦଲ ଫଟା ବର୍ଷା ଯୋଗୁଁ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା, ପ୍ରଖର ଜଳ ସ୍ରୋତରେ ଭାସିଯାଇ 38 ଜଣ ବ୍ୟକ୍ତିଙ୍କ ମୃତ ହୋଇଥିବା ବେଳେ ଅନେକ ନିଖୋଜ ଥିବା ଜଣାପଡ଼ିଛି । ତେବେ ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଆଗକୁ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି । ସେପଟେ ଗୃହମନ୍ତ୍ରୀ
-brightness: ; --tw-contrast: ; --tw-grayscale: ; --tw-hue-rotate: ; --tw-invert: ; --tw-saturate: ; --tw-sepia: ; --tw-drop-shadow: ; --tw-backdrop-blur: ; --tw-backdrop-brightness: ; --tw-backdrop-contrast: ; --tw-backdrop-grayscale: ; --tw-backdrop-hue-rotate: ; --tw-backdrop-invert: ; --tw-backdrop-opacity: ; --tw-backdrop-saturate: ; --tw-backdrop-sepia: ; font-weight: bolder; font-family: __Noto_Sans_fba9a0, __Noto_Sans_Fallback_fba9a0; font-size: 20px;">ଅମିତ ଶାହ
ଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଏବଂ ମୃତକଙ୍କ ପରିବାରକୁ ସମବେଦନା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି ।
ଏହି ଘଟଣାକୁ ନେଇ କିସ୍ତୱାରର ଡେପୁଟି କମିଶନର ପଙ୍କଜ ଶର୍ମା କହିଛନ୍ତି,"କିସ୍ତୱାରର ଚାଶୋଟି ଅଞ୍ଚଳରେ ହଠାତ୍ ବନ୍ୟା ଆସିଛି, ଯାହା ମାଚୈଲ ମାତା ଯାତ୍ରାର ଆରମ୍ଭ ସ୍ଥଳ । ବାଦଲ ଫଟା ବର୍ଷା ଯୋଗୁଁ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଯେଉଁଥିରେ 38 ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ନିଖୋଜ ଅଛନ୍ତି । ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଦୁଇଟି ଏନଡିଆରଏଫର ଟିମକୁ ଘଟଣା ସ୍ଥଳକୁ ପଠାଯାଇଛି । ଆଗକୁ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବା ନେଇ ଆଶଙ୍କା କରାଯାଉଛି ।"