କେନ୍ଦୁଝର :-କେନ୍ଦୁଝର ପୌରପାଳିକାର ବିଭିନ୍ନ ସମସ୍ୟାକୁ ନେଇ ଜିଲ୍ଲାପାଳ ତଥା ପୌରପାଳିକା ନିର୍ବାହୀ ଅଧିକାରୀ ଦାବୀପତ୍ର ଦିଆଯାଇଥିଲା। ଏହାର ପ୍ରଭାବରେ ନିର୍ବାହୀ ଅଧିକାରୀ ନିକଟରେ ପୌରପାଳିକାର ବହୁତ୍ ଗୁଡାଏ ରାସ୍ତାର ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଏଥିପାଇଁ ଜିଲ୍ଲା ସଭାପତି ଖୁସି ବ୍ୟକ୍ତ କରିବା ସହିତ କାର୍ଯ୍ୟକର୍ତ୍ତା ମାନଙ୍କୁ ଧନ୍ୟବାଦ୍ ପ୍ରଦାନ କରିଥିଲେ ।ଜିଲ୍ଲାର ଜନସାଧାରଣଙ୍କ ଉଦ୍ଦେଶ୍ୟରେ ସେମାନଙ୍କ ସୁବିଧା ଅସୁବିଧା ତଥା ସୁଖଦୁଃଖ ରେ ସାମିଲ ହେବା ନିମନ୍ତେ ଏକ ହେଲ୍ପ ନମ୍ବର ଉନ୍ମୋଚନ କରାଯାଇଥିଲା। ଏହି ହେଲ୍ପଲାଇନ ନମ୍ୱର ହ

େଉଛି 7846887901 । ସହଯୋଗ ଆଶା କରୁଥିଲେ ଏହି ନମ୍ବର ରେ ଯୋଗାଯୋଗ କରିବା ପାଇଁ ସୂଚନା ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ରାଜ୍ୟ ଆଦିବାସୀ ମୋର୍ଚ୍ଚା ସଭାପତି ମେଘନାଥ ମାଝୀ, ଜିଲ୍ଲା ଉପସଭାପତି ଜୈନୁଲ ଆବେଦିନ , ଜିଲ୍ଲା ସାଧାରଣ ସମ୍ପାଦକ ଶୁଭଙ୍କର ମହାନ୍ତି, ଶଶାଙ୍କ ଶେଖର ସାହୁ, କୋଷାଧ୍ୟକ୍ଷ ସନ୍ତୋଷ ବାରିକ, ସଦର ନିର୍ବାଚନ ମଣ୍ଡଳୀ ସଭାପତି ଜୟକୃଷ୍ଣ ନାଏକ, ଜିଲ୍ଲା ଯୁବ ସଭାପତି ପ୍ରୀତିଶ ହେମ୍ବ୍ରମ, ଜିତେନ୍ଦ୍ର ପଣ୍ଡା, ଦିପୁ ମହାନ୍ତ, ସୁଧୀର ମହାନ୍ତ, ଯତୀନ୍ଦ୍ର ନାଏକ, ପ୍ରଫୁଲ୍ଲ ନାଏକ, ଗଣେଶ୍ୱର ପାତ୍ର, ଚିତ୍ତରଞ୍ଜନ ନାଏକ ପ୍ରମୁଖ ଯୋଗ ଦେଇଥିଲେ।

0 Comments