ଢେଂକିକୋଟ( ତପନ ବେହେରା) ଭାରତୀୟ ଜନତା ପାର୍ଟି ତରଫରୁ ଘଟଗାଁ ବ୍ଲକର ଢେଂକିକୋଟ ମଣ୍ଡଳରେ ଆଜି ତ୍ରିରଙ୍ଗା ପତାକା ଉଡାଇ ସାଂସଦଙ୍କ ସହ କର୍ମୀ ବାଇକ ରାଲି ରେ ଯୋଗ ଦେଇ ଥିଲେ । ଢେଂକିକୋଟ ହାଇସ୍କୁଲ ଖେଳ ପଡିଆରୁ ଏହି ତ୍ରିରଙ୍ଗା ରାଲି ବାହାରିଥିଲା ଶତାଧିକ ବିଜେପି କର୍ମୀଙ୍କ ଗହଣରେ କେନ୍ଦୁଝର ସାଂସଦ ଅନନ୍ତ ନାୟକ, ଜିଲ୍ଲା ଭାଜପା ସମ୍ପାଦିକା ଜଶସ୍ୱିନୀ ବଳ, ଜିଲ୍ଲା ନେତ୍ରୀ ମମତା ସିଂହ, ସାଂସଦ ଙ୍କ ବ୍ଲକ ପ୍ରତିନିଧି ଅଖିଳ ପାତ୍ର,ବିଜେପି ଜିଲ୍ଲା ସଭାପତି ଶୁକଦେବ ମହାନ୍ତ ପହଁଚି ଉତ୍ସାହ ପ୍ରଦାନ କରିଥିଲେ ବିଜେପି ନେତା ଅମର ସିଂହ,ସରପଞ୍ଚ ମୁକୁନ୍ଦ ଚରଣ ମୁଣ୍ଡା ନେତୃବୃନ୍ଦ ସାମିଲ
ିଲେ ।, ମଣ୍ଡଳ ସଭାପତି ରଂଜିତ ନାୟକ ଙ୍କ ସଂଯୋଜନା ରେ ଆୟୋଜନ ହୋଇ ଥିବା କାର୍ଯ୍ୟକ୍ରମ ରେ, ଜୋନ ଭିତରୁ ଆସି ଥିବା କର୍ମୀ ଙ୍କ ସହ ଶୋଭାଯାତ୍ରା ବାହାରି କପସପଡା ଛକ, ଦେଇ ମୁକ୍ତାପୁର ଗ୍ରାମ ପଂଚାୟତ ପରିକ୍ରମା କରି, ଭୋଳ ବେଡା ଓ ମନୋହରପୁର ପଂଚାୟତ ମଧ୍ୟ ପରିକ୍ରମା କରି ଥିଲା ବାଇକ ରାଲି, ଆମ ଦେଶର ଯଶସ୍ବୀ ପ୍ରଧାନ ନରେନ୍ଦ୍ର ମନ୍ତ୍ରୀ ନରେନ୍ଦ୍ର ଦାମୋଦର ଦାସ ମୋଦୀ ଙ୍କ ଆହ୍ୱାନ କ୍ରମେ, ଘରେ ଘରେ ତ୍ରିରଙ୍ଗା ପତାକା ଉଡାଇଵା ସହ ସମସ୍ତଙ୍କ ମନରେ ଦେଶ ପ୍ରତି ଭଲ ପାଇବା ର ଭାବ ଜଗ୍ରତ ହେଉ, ଜାଗ୍ରତ ପ୍ରହରୀ ବୀର ଯବାନ ଙ୍କ ଗାଥା, ଅପରେସନ ସିନ୍ଦୁର ର ଗାଥା, ଏହି ପରିକ୍ରମା ରଥ ରୁ ଶୁଣିଥିଲେ ଜନସାଧାରଣ ।