ବଲାଙ୍ଗୀର: ବହୁଚର୍ଚ୍ଚିତ ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣରେ ଆସିଲା ଚୂଡାନ୍ତ ରାୟ । ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କୁ ଦୋଷୀ ସାବ୍ୟସ୍ତ କଲେ ପାଟଣାଗଡ ଏଡିଜେ କୋର୍ଟ । ପୁଞ୍ଜିଲାଲଙ୍କୁ ଆଜୀବନ କାରାଦଣ୍ଡ ସହ ଦେଢ ଲକ୍ଷ ଟଙ୍କା ଜୋରିମାନା ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ଏହି ରାୟ ଆସିବା ପରେ ଅଭିଯୋଗକାରୀ ପୀଡ଼ିତ ପରିବାର ଖୁସି ବ୍ୟକ୍ତ କରିବା ସହ ତଦନ୍ତ କାରି ସଂସ୍ଥା ଓ କୋର୍ଟଙ୍କୁ ସେମାନେ ଧନ୍ୟବାଦ ଜଣାଇଛନ୍ତି । ଅନ୍ୟପଟେ ପ୍ରତିପକ୍ଷ ଓକିଲ କହିଛନ୍ତି ଏହି ରାୟ ଉପରେ ସେମାନେ ଉଚ୍ଚ ନ୍ୟାୟାଳୟ ଆଶ୍ରୟ ନେବେ ।
7 ବର୍ଷ ପରେ ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣର ଚୂଡାନ୍ତ ରାୟ ପ୍ରକାଶ ପାଇଛି । ଦୋଷୀ ସାବ୍ୟସ୍ତ ହୋଇଛନ୍ତି ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ । ଆଜି ସକାଳ ସମୟରେ ପୁଞ୍ଜିଲାଲଙ୍କୁ ବାଲାଙ୍ଗୀର କାରାଗାରୁ ପାଟଣା ଗଡ ଅତିରିକ୍ତ ଜିଲ୍ଲା ଦୌରାଜଜ କୋର୍ଟରେ ହାଜର କରାଯାଇଥିଲା । ଏହା ପରେ ମାମଲାର ଶୁଣାଣି କରି ରାୟ ପ୍ରକାଶ କରିଥିଲେ କୋର୍ଟ । ପୁଞ୍ଜିଲାଲ ମେହେରଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିବା ସହ ଦେଢ ଲକ୍ଷ ଟଙ୍କା ଜୋରିମାନା ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ।
ସେପଟେ ମୃତ ସୌମ୍ୟ ଶେଖର ସାହୁଙ୍କ ମାଆ ଓ ବାପା ଅଦାଲତଙ୍କ ରାୟକୁ ସ୍ଵାଗତ କରିଛନ୍ତି । ମୃତ
ng-shadow: 0 0 #0000; --tw-shadow: 0 0 #0000; --tw-shadow-colored: 0 0 #0000; --tw-blur: ; --tw-brightness: ; --tw-contrast: ; --tw-grayscale: ; --tw-hue-rotate: ; --tw-invert: ; --tw-saturate: ; --tw-sepia: ; --tw-drop-shadow: ; --tw-backdrop-blur: ; --tw-backdrop-brightness: ; --tw-backdrop-contrast: ; --tw-backdrop-grayscale: ; --tw-backdrop-hue-rotate: ; --tw-backdrop-invert: ; --tw-backdrop-opacity: ; --tw-backdrop-saturate: ; --tw-backdrop-sepia: ; font-weight: bolder; font-family: __Noto_Sans_fba9a0, __Noto_Sans_Fallback_fba9a0; font-size: 17px;">ସୌମ୍ୟ
ଙ୍କ ମାଆ କହିଛନ୍ତି, "ଆମେ ଫାଶୀଦଣ୍ଡ ଚାହୁଁଥିଲୁ । ତଥାପି ଏହି ଆଜୀବନ ଦଣ୍ଡାଦେଶରେ ବି ଆମେ ଖୁସି । ସେ ଯେଉଁ କାମ କରିଛି ଫାଶିଦଣ୍ଡ ଦେଲେ ବି କମ ପଡିବ । "
ମୃତ ସୌମ୍ୟଙ୍କ ବାପା ରବିନ୍ଦ୍ର ସାହୁ କହିଛନ୍ତି, "ମୋ ପୁଅର ସ୍ଥାନ କେହିବି ପୂରଣ କରିପାରିବେନି । କୋର୍ଟ ଯାହା ରାୟ ଦେଇଛନ୍ତି ମୁଁ ଖୁସି । ମୁଁ ଗୋଟେ ବାପା ହିସାବରେ କହୁଥିଲି ତାକୁ ଫାଶି ଦିଆଯାଉ ।"
2018 ଫେବୃଆରୀ 23 ତାରିଖରେ ନବବିବାହିତ ସୌମ୍ୟଶେଖର ଓ ପତ୍ନୀ ରିମା ପାର୍ସଲ ଖୋଲୁଥିବା ବେଳେ ବିସ୍ଫୋରଣ ଘଟିଥିଲା । ଏଥିରେ ସୌମ୍ୟଶେଖର, ତାଙ୍କ ଜେଜେମାଙ୍କର ମୃତ୍ୟୁ ହୋଇଥିଲା । ପତ୍ନୀ ରୀମା ଗୁରୁତର ଆହତ ହୋଇଥିଲେ । ଏହି ଘଟଣାକୁ ନେଇ ପ୍ରଥମେ ପାଟଣାଗଡ଼ ଥାନା ପୋଲିସ ମାମଲା ରୁଜୁ କରିଥିଲା । ଦୁଇ ମାସ ବଲାଙ୍ଗୀର ପୋଲିସ ତଦନ୍ତ କରିବା ପରେ ଶେଷରେ କ୍ରାଇମବ୍ରାଞ୍ଚକୁ ମାମଲା ହସ୍ତାନ୍ତର କରିଥିଲା ଏବଂ ଘଟଣାର ଚାରି ମାସ ପରେ ମୁଖ୍ୟ ଅଭିଯୁକ୍ତ ଭଈଁସା କଲେଜର ଇଂରାଜୀ ଅଧ୍ୟାପକ ପୁଞ୍ଜିଲାଲ୍ ମେହେରକୁ 2018 ଏପ୍ରିଲ 25ରେ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା। ଏହି ମାମଲା କୋର୍ଟରେ ସାତ ବର୍ଷ ଧରି ଶୁଣାଣି ଚାଲିଥିଲା । ଯେଉଁଥିରେ 72 ସାକ୍ଷ୍ୟ ଗ୍ରହଣ କରା ଯାଇଥିବା ବେଳେ ପ୍ରାୟ ଶତାଧିକ ଶୁଣାଣି ପରେ ଏହି ଚୁଡାନ୍ତ ରାୟ କୋର୍ଟ ଶୁଣାଇଛନ୍ତି।