ବଲାଙ୍ଗୀର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଚାର ମାରାଥନ । ଆଜି (ଶନିବାର) ବଲାଙ୍ଗୀର ଗସ୍ତ କରି କଣ୍ଟାବାଞ୍ଜି, ଟିଟିଲାଗଡ ଓ ଲୋଇସିଂହା ନିର୍ବାଚନ ମଣ୍ଡଳୀରେ ସାଧାରଣ ସଭାରେ ଯୋଗ ଦେଇ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି । ସଭାରେ ଧର୍ମେନ୍ଦ୍ର ରାଜ୍ୟ ସରକାରଙ୍କୁ ଘେରିବା ସହ ସରକାର ପରିବର୍ତ୍ତନ ପାଇଁ ଆହ୍ବାନ ଦେଇଛନ୍ତି ।

ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବଲାଙ୍ଗୀର ଗସ୍ତ କରି ପ୍ରଥମେ କଣ୍ଟାବାଞ୍ଜିରେ ପହଞ୍ଚିଥିଲେ । ସେଠାରେ ଆୟୋଜିତ ହୋଇଥିବା ବିଶାଳ ଜନସମାବେଶରେ ଯୋଗ ଦେଇଥିଲେ । କଣ୍ଟାବାଞ୍ଜିରେ ଲୋକଙ୍କୁ ଅଭିଭାଷଣ ଦେଇ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ଧର୍ମେନ୍ଦ୍ର । ରାଜ୍ୟରେ ସରକାର ପରିବର୍ତ୍ତନ କରି ଡବଲ ଇଞ୍ଜିନ ସରକାର ଆଣିବା ପାଇଁ ଅପିଲ କରିଛନ୍ତି । ଏହାସହ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ବିଜେପି ବିଧାୟକ ପ୍ରାର୍ଥୀ ଲକ୍ଷ୍ମଣ ବାଗ ଓ ବଲାଙ୍ଗୀର ଲୋକସଭା ଆସନ ବିଜେପି ସାଂସଦ ପ୍ରାର୍ଥିନୀ ସଂଗୀତା କୁମାରୀ ସିଂଦେଓଙ୍କ ପାଇଁ ଭୋଟ ଭିକ୍ଷା କରିଛନ୍ତି ।

-sizing: border-box; --tw-border-spacing-x: 0; --tw-border-spacing-y: 0; --tw-translate-x: 0; --tw-translate-y: 0; --tw-rotate: 0; --tw-skew-x: 0; --tw-skew-y: 0; --tw-scale-x: 1; --tw-scale-y: 1; --tw-pan-x: ; --tw-pan-y: ; --tw-pinch-zoom: ; --tw-scroll-snap-strictness: proximity; --tw-gradient-from-position: ; --tw-gradient-via-position: ; --tw-gradient-to-position: ; --tw-ordinal: ; --tw-slashed-zero: ; --tw-numeric-figure: ; --tw-numeric-spacing: ; --tw-numeric-fraction: ; --tw-ring-inset: ; --tw-ring-offset-width: 0px; --tw-ring-offset-color: #fff; --tw-ring-color: rgba(66,153,225,.5); --tw-ring-offset-shadow: 0 0 #0000; --tw-ring-shadow: 0 0 #0000; --tw-shadow: 0 0 #0000; --tw-shadow-colored: 0 0 #0000; --tw-blur: ; --tw-brightness: ; --tw-contrast: ; --tw-grayscale: ; --tw-hue-rotate: ; --tw-invert: ; --tw-saturate: ; --tw-sepia: ; --tw-drop-shadow: ; --tw-backdrop-blur: ; --tw-backdrop-brightness: ; --tw-backdrop-contrast: ; --tw-backdrop-grayscale: ; --tw-backdrop-hue-rotate: ; --tw-backdrop-invert: ; --tw-backdrop-opacity: ; --tw-backdrop-saturate: ; --tw-backdrop-sepia: ; margin: 0px 0px 20px; color: rgb(34, 34, 34); float: left; clear: both; font-size: 17px; line-height: 24px; width: 360px;">ପରେ ଦିନ 3ଟା ସମୟରେ ଟିଟିଲାଗଡ ଗସ୍ତ କରିଥିଲେ ଧର୍ମେନ୍ଦ୍ର । ଯେଉଁଠି ଏକ ବିରାଟ ଜନସଭାରେ ସାମିଲ ହୋଇଥିଲେ । ଉକ୍ତ ଜନସଭାରେ ବିଜେଡି ଓ କଂଗ୍ରେସର ହଜାର ହଜାର କର୍ମୀ ଧର୍ମେନ୍ଦ୍ରଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇଛନ୍ତି । ଯେଉଁଥିରେ ବିଜେଡିର ଟାଣୁଆ ନେତା ତଥା ମନ୍ତ୍ରୀ ଟୁକୁନି ସାହୁଙ୍କ ପାଖଲୋକ ଭାବରେ ପରିଚିତ ପ୍ରମୋଦ ପ୍ରଧାନ ବିଜେଡି ଛାଡ଼ି ହଜାର ହଜାର ସମର୍ଥକଙ୍କ ସହ ବିଜେପିରେ ଯୋଗ ଦାନ କରିଛନ୍ତି । ସେହିପରି ବଲାଙ୍ଗୀର ଜିଲ୍ଲା ସରପଞ୍ଚ ସଂଘର ସଭାପତି ବୀରବର ସାହୁ ମଧ୍ୟ ବିଜେଡି ଛାଡ଼ି ଶତାଧିକ ସମର୍ଥକଙ୍କ ସହ ବିଜେପିରେ ଯୋଗ ଦେଇଛନ୍ତି । ଟିଟିଲାଗଡ଼ରେ ମଧ୍ୟ ବିଜେପି ବିଧାୟକ ପ୍ରାର୍ଥୀ ନବୀନ ଜୈନଙ୍କ ପାଇଁ ଭୋଟ ମାଗିଥିଲେ ଧର୍ମେନ୍ଦ୍ର ।

 

ସେହିପରି ଅପରାହ୍ନ 4ଟାରେ ବଲାଙ୍ଗୀର ଲୋଇସିଂହା ଗସ୍ତ କରିଥିଲେ ଧର୍ମେନ୍ଦ୍ର । ସେଠାରେ ଆଗଲପୁର ବ୍ଲକରେ ଆୟୋଜିତ ଏକ ବିଶାଳ ଜନ ସମାବେଶରେ ଯୋଗ ଦେଇଥିଲେ । ସେଠାରେ ମଧ୍ୟ ବିଜେପିର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିବା ବେଳେ ଶତାଧିକ ଲୋକ ବିଜେପିରେ ସାମିଲ ହୋଇଥିଲେ । ସେପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ସେଠାରେ ଲୋକଙ୍କୁ ବିଜେପିର ଗ୍ୟାରେଣ୍ଟି ଉପରେ କହିବା ସହ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଥିଲେ । ବିଧାୟକ ପ୍ରାର୍ଥୀ ମୁକେଶ ମହାଲିଙ୍ଗ ଓ ସାଂସଦ ପ୍ରାର୍ଥିନୀ ସଂଗୀତା ସିଂଦେଓଙ୍କୁ ବିପୁଳ ଭୋଟ ଦେଇ ଜୟଯୁକ୍ତ କରିବାକୁ ଅପିଲ କରିଥିଲେ ।

0 Comments