ବଲାଙ୍ଗିର- ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଯୋଗାଣଅଧିକାରୀ ବି.ପ୍ରଭାକର ପାତ୍ର ଆଜି ଜଣେ ରାଇସମିଲର୍ସ ଠାରୁ ୫୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜଲାନ୍ସ ହାତରେ ଧରାପଡିଛନ୍ତି । ଭିଜିଲାନ୍ସ ତାଙ୍କୁ ଗିରଫ କରି ତାଙ୍କ ବାସଭବନ, ପୈତୃକ ଗ୍ରାମ ସମେତ ୩ଟି ସ୍ଥାନରେ ଚଢଉ କରୁଛି । ଗତକାଲି ଓଡିଶାର ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓ ବଲାଙ୍ଗୀର ଜିଲ୍ଲାରେ ସମୀକ୍ଷା ବୈଠକ କରି ପିସି କାରବାର ବନ୍ଦ କରିବାକୁ ନିର୍ଦ୍ଦେଶ କରିଥିଲେ । ତାଙ୍କର ନିର୍ଦ୍ଦେଶକୁ ୨୪ ଘଣ୍ଟା ପୁରିନଥିବା ବେଳେ ବଲାଙ୍ଗୀର ଜିଲ୍ଲାରେ ମୁଖ୍ୟ ଯୋଗାଣ ଅଧିକାରୀ ୫୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଗିରଫ ହେବା ଘଟଣା ଲୋକଙ୍କ ମନରେ ଭୃକୁଞ୍ଚନ ସୃଷ୍ଟି କରିଛି ।

ଭିଜିଲାନ୍ସ ସୂତ୍ରରୁ ଜଣାଯାଇଛି ଯେ, ଗୁଡଭେଲା ବ୍ଲ

ର ଗଜାନନ ରାଇସମିଲର ଏକ ବିଲ କରିବାକୁ ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଯୋଗାଣଅଧିକାରୀ ରାଇସମିଲର ମାଲିକ ଆଶିଷ ଶର୍ମାଙ୍କୁ ୫୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏନେଇ ଆଶିଷ ସମ୍ବଲପୁର ଭିଜିଲାନ୍ସ ବିଭାଗକୁ ଯୋଗାଯୋଗ କରିଥିଲେ । ଭିଜିଲାନ୍ସର ଯୋଜନା ମୁତାବକ ଆଜି ଦିନ ୧ଟା ୩୦ରେ ଚିଫ ସିଏସଏସଓ ବି.ପ୍ରଭାକର ପାତ୍ର ତାଙ୍କ ସରକାରୀ କାର୍ଯ୍ୟାଳୟର ଚେମ୍ବରରେ ଆଶିଷଙ୍କ ଠାରୁ ୫୦ ହଜାର ଟଙ୍କା ନେବା ବେଳେ ଭିଜିଲାନ୍ସ ତାଙ୍କୁ ଧରିଥିଲା । ତାଙ୍କଠାରୁ ୧୦୦ଟି ରାସାୟନିକ ପ୍ରଲେପଦିଆ ୫୦୦ ଟଙ୍କିଆ ନୋଟ ଜବତ କରି ତାଙ୍କୁ ଗିରଫ କରିଥିଲା । ସମ୍ବଲପୁର ଭିଜିଲାନ୍ସ ଡିଏସପି ରୀତାଞ୍ଜଳି ପଧାନ, ସୋନପୁର ଭିଜିଲାନ୍ସ ଇନ୍ସପେକ୍ଟର ତୁଷାର ମହାପାତ୍ର ଚିଫ ସିଏସଓଙ୍କୁ ଧରିଲା ପରେ ତାଙ୍କ ସରକାରୀ କାର୍ଯ୍ୟଳୟ, ସାଲେପାଲି ସିଲିକନଭେଲି ସ୍ଥିତ ତାଙ୍କ ବାସଭବନ ଓ ଗଞ୍ଜାମ ଜିଲ୍ଲାର ତାଙ୍କ ପୈତୃକଘରେ ମଧ୍ୟ ଭିଜିଲାନ୍ସ ଟିମ ଯାଞ୍ଚ କରୁଥିବା ସୂଚନା ମିଳିଛି ।

ପ୍ରକାଶ ଥାଉକି, ଗତ ୨୦୨୩ ମସିହାରୁ ଆଜି ପର୍ଯ୍ୟନ୍ତ ବଲାଙ୍ଗୀର ଜିଲ୍ଲାରେ ଧାନକିଣାରେ ବ୍ୟାପକ ଅନିୟମିତତା, ମିଲର୍ସଙ୍କୁ ଟାର୍ଗେଟ ଦେବାରେ ପାତରଅନ୍ତର ଇତ୍ୟାଦି ଅଭିଯୋଗ ରହିଆସିଥିଲା ।

0 Comments