ବ୍ରହ୍ମପୁର: ପାଖଉଛି ନିର୍ବାଚନ । ଶାହଙ୍କ ପରେ ଓଡିଶାରେ ପ୍ରଚାର କଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । ଆମ୍ବପୁଆରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ଉଦବୋଧନ ଦେଇଛନ୍ତି । ସେ 'ଜୟ ଜଗନ୍ନାଥ'ରୁ ଆରମ୍ଭ କରିଛନ୍ତି ଉଦବୋଧନ । ମଧୁବାବୁଙ୍କ ଜନ୍ମ ଜୟନ୍ତୀରେ ତାଙ୍କୁ ପ୍ରଣାମ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇ ଆଶୀର୍ବାଦ ଲୋଡିଛନ୍ତି ନଡ୍ଡା । ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ମଧୁବାବୁଙ୍କର ଥିବା ଅବଦାନକୁ ସେ ସ୍ମରଣ କରିଛନ୍ତି ।

ଏହାସହ କୃଷ୍ଣଚନ୍ଦ୍ର ଗଜପତିଙ୍କୁ ମଧ୍ୟ ସ୍ମରଣ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । କୃଷ୍ଣଚନ୍ଦ୍ର ଗଜପତିଙ୍କ ଜୟନ୍ତୀ ନିକଟରେ ଯାଇଥିବାବେଳେ ତାଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ନଡ୍ଡା । ସେ କହିଛନ୍ତି, "ଏହା ଏକ ନିର୍ବାଚନୀ ସଭା । ଏହି ସଭାରେ ମୁଁ ଯେଉଁ ଉତ୍ସାହ, ଆନନ୍ଦ ଦେଖୁଛି ଓ ତାଳିର ଶବ୍ଦ ଶୁଣୁଛି ସେଥିପାଇଁ ମୋତେ ଆଶ୍ବସ୍ତି ଅନୁଭବ ହେଉଛି । ଏଥିରୁ ସ୍ପଷ୍ଟ ହେଉଛି ଯେ, ଆପଣମାନେ ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ ଓ ସମସ୍ତ ୫ ବିଧାୟକ ପ୍ରାର୍ଥୀଙ୍କୁ ଆପଣମାନେ ନିର୍ବାଚନ ଜିତାଇବାର ମନ ବଳାଇସାରିଛନ୍ତି । ସେଥିପାଇଁ ସମସ୍ତଙ୍କୁ ଅଶେଷ ଅଶେଷ ଧନ୍ୟବାଦ ।"

7); box-sizing: border-box; --tw-border-spacing-x: 0; --tw-border-spacing-y: 0; --tw-translate-x: 0; --tw-translate-y: 0; --tw-rotate: 0; --tw-skew-x: 0; --tw-skew-y: 0; --tw-scale-x: 1; --tw-scale-y: 1; --tw-pan-x: ; --tw-pan-y: ; --tw-pinch-zoom: ; --tw-scroll-snap-strictness: proximity; --tw-gradient-from-position: ; --tw-gradient-via-position: ; --tw-gradient-to-position: ; --tw-ordinal: ; --tw-slashed-zero: ; --tw-numeric-figure: ; --tw-numeric-spacing: ; --tw-numeric-fraction: ; --tw-ring-inset: ; --tw-ring-offset-width: 0px; --tw-ring-offset-color: #fff; --tw-ring-color: rgba(66,153,225,.5); --tw-ring-offset-shadow: 0 0 #0000; --tw-ring-shadow: 0 0 #0000; --tw-shadow: 0 0 #0000; --tw-shadow-colored: 0 0 #0000; --tw-blur: ; --tw-brightness: ; --tw-contrast: ; --tw-grayscale: ; --tw-hue-rotate: ; --tw-invert: ; --tw-saturate: ; --tw-sepia: ; --tw-drop-shadow: ; --tw-backdrop-blur: ; --tw-backdrop-brightness: ; --tw-backdrop-contrast: ; --tw-backdrop-grayscale: ; --tw-backdrop-hue-rotate: ; --tw-backdrop-invert: ; --tw-backdrop-opacity: ; --tw-backdrop-saturate: ; --tw-backdrop-sepia: ; font-weight: bolder; font-family: ui-sans-serif, system-ui, sans-serif, "Apple Color Emoji", "Segoe UI Emoji", "Segoe UI Symbol", "Noto Color Emoji"; font-size: 16px;">ଓଡିଶାରେ ଫୁଟାନ୍ତୁ ପଦ୍ମ: କେନ୍ଦ୍ରର ମୋଦି ସରକାର କରୁଥିବା ବିକାଶ ସମ୍ପର୍କରେ ବଖାଣିଛନ୍ତି ନଡ୍ଡା । ସେ କହିଛନ୍ତି, "ମୋଦି ସରକାର ଯେଉଁ ବିକାଶ ଦିଲ୍ଲୀରେ କରିଛନ୍ତି ତାହାକୁ ସଠିକ ଭାବେ ରୂପାନ୍ତର କରିବାକୁ ଏଠାରେ ମଧ୍ୟ ପଦ୍ମ ଫୁଟାଇବାକୁ ପଡ଼ିବ । ଆଉ ଭାରତୀୟ ଜନତା ପାର୍ଟିର ସରକାର ଆଣିବାକୁ ପଡ଼ିବ । ମୋଦି ରାଜନୀତିର ସଂଜ୍ଞା ବଦଳାଇଛନ୍ତି । ଆଜି ପୁରା ଦୁନିଆ କହୁଛି ଯେ, ଭାରତ ବଦଳି ଯାଇଛି । ବିକଶିତ ଭାରତର ସଂକଳ୍ପ ନେଇ ଆମେ ଆଗକୁ ବଢିଚାଲିଛୁ । ମହାମାରୀ କୋରୋନାର ପ୍ରଭାବ ଓ ଋଷ ୟୁକ୍ରେନ ଯୁଦ୍ଧ ପାଇଁ ଅର୍ଥନୀତି ଭୁଶୁଡି ପଡିଛି । ହେଲେ ମୋଦିଙ୍କ ନେତୃତ୍ବରରେ ଯଦି କାହାକୁ ଚମକ ଦେଖାଯାଉଛି ତାହା ହେଉଛି କେବଳ ଭାରତ ଅର୍ଥନୀତି । ଅର୍ଥ ବ୍ୟବସ୍ଥାରେ ଭାରତ ୫ ନମ୍ବର ସ୍ଥାନରେ ପହଞ୍ଚିପାରିଛି । "

ଏହି ଦେଶରେ କିନ୍ନର ସମାଜ ବିଷୟରେ କେହି ଚିନ୍ତା କରିନାହାନ୍ତି । ହେଲେ ସେମାନଙ୍କୁ ମଧ୍ୟ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି । ସମସ୍ତ ଗରିବଙ୍କୁ ଚିକିତ୍ସା ପାଇଁ କେନ୍ଦ୍ର ସରକାର ଆୟୁଷ୍ମାନ ଭାରତ ଯୋଜନା ଅଧୀନରେ ୫ ଲକ୍ଷ ଟଙ୍କା ପ୍ରଦାନ କରୁଛନ୍ତି । ହେଲେ ଦୁଃଖର ବିଷୟ ଆୟୁଷ୍ମାନ ଭାରତକୁ ନବୀନ ଆଗକୁ ନେବାକୁ ଦେଉନାହାନ୍ତି । ଏଭଳି ସରକାରକୁ ଆପଣ ବଦଳାନ୍ତୁ । ଆଉ ଆମ ୫ ଜଣ ପ୍ରାର୍ଥୀଙ୍କୁ ଜିତାନ୍ତୁ" ବୋଲି କହିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ।

0 Comments