ବ୍ରହ୍ମପୁର: "ଆଗାମୀ ୨୦୪୭ ମସିହା ଓଡିଆଙ୍କ ପାଇଁ ଦାୟିତ୍ୱର ବର୍ଷ ହେଉ । କେବଳ ଦାୟିତ୍ୱ ନୁହେଁ ଏଥିସହିତ ପ୍ରୟୋଗଶାଳା ହେବା ସହିତ ବିଶ୍ୱ ବଜାରରେ ବ୍ରହ୍ମପୁର ଅର୍ଥନୈତିକ ପେଣ୍ଠସ୍ଥଳ ସହିତ ଜ୍ଞାନର ପେଣ୍ଠସ୍ଥଳ ହେଉ" ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ୨୬ତମ ସମାବର୍ତ୍ତନ ଉତ୍ସବ ଅବସରରେ ଯୋଗଦେଇ ଏପରି ଆହ୍ୱାନ ଦେଇଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଜି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ୨୬ତମ ସମାବର୍ତ୍ତନ ଉତ୍ସବ ରାଜ୍ୟପାଳ ତଥା ବିଶ୍ବବିଦ୍ୟାଳୟ କୁଳାଧିପତି ଡକ୍ଟର ହରିବାବୁ କମ୍ଭମ୍ପାଟିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ବ୍ରହ୍ମପୁର ସାଂସଦ ଡ.ପ୍ରଦୀପ କୁମାର ପାଣିଗ୍ରାହୀ, ଆସିକା ସାଂସଦ ଅନିତା ଶୁଭଦର୍ଶିନୀ ପ୍ରମୁଖ ଯୋଗଦେଇ ଥିଲେ।
ଏହି ଅବସରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ନିଜର ବକ୍ତବ୍ୟରେ କହିଛନ୍ତି," କଳା, ସଂସ୍କୃତି, ଐତିହ୍ୟ ଓ ପର୍ଯ୍ୟଟନର କେନ୍ଦ୍ରସ୍ଥଳୀ ହେଇଛି ଗଞ୍ଜାମ ଏବଂ ଜନଜାତି ମାନଙ୍କର ମୂଳ ପେଣ୍ଠସ୍ଥଳ । ଜିଲ୍ଲାର ବୀର ଚକରା ବିଶୋୟୀ, କବିସମ୍ରାଟ ଉପେନ୍ଦ୍ର ଭଞ୍ଜ, କବିସୂର୍ଯ୍ୟ ବଳଦେବ ରଥ ଓ ବିଶ୍ୱନାଥ ଦାଶଙ୍କ ପରି ମହାପୁରୁଷ ମାନେ ଏହି ମାଟିରେ ଜନ୍ମ ଗ୍ରହଣ କରିଥିଲେ । ଓଡ଼ିଶାର ଭାଷା ଆନ୍ଦୋଳନ, ସାହିତ୍ୟ ଆନ୍ଦୋଳନ ସହ ଶ୍ରମଜୀବୀଙ୍କ କ୍ଷେତ୍ରରେ ନୂଆ ବେଞ୍ଚ ମାର୍କ ତିଆରି କରିବାରେ ଗଞ୍ଜାମର ଅବଦାନ ଅତୁଳନୀୟ ।ଏହି ଜିଲ୍ଲାର ପରିଶ୍ରମୀ ଲୋକଙ୍କ ହାତରେ ଗୁଜୁରାଟର ସୁରଟ୍ ସମେତ ଆମ ରାଜ୍ୟ ଓ ଦେଶର ଅର୍ଥନୀତିକୁ ମଜଭୁତ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଛି ।"
ସେ ଆହୁରି କହିଛନ୍ତି,"ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ଗୁଣାତ୍ମକ ଶିକ୍ଷା ସହ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ଡବଲ ଇଞ୍ଜିନ ସରକାର ପିଏମ୍ ଉଷା ଯୋଜନା ସମେତ ବିଭିନ୍ନ ଯୋଜନାରେ ପ୍ରାୟ ୨୦୦ କୋଟି ଟଙ୍କା ପ୍ରଦାନ କରିଛନ୍ତି, ଯାହା ଖୁସିର ବିଷୟ । ଏଥିସହ ୨୦୩୬ ମସିହାରେ ଓଡ଼ିଶା ଭାଷାଭିତ୍ତିକ ରାଜ୍ୟ ଭାବେ ସ୍ୱତନ୍ତ୍ର ପ୍ରଦେଶ ଗଠନର ୧୦୦ ବର୍ଷ ପୂରଣ କରିବ । ୨୦୪୭ରେ ଦେଶ ସ୍ୱାଧୀନତାର ଶତବାର୍ଷିକୀ ପାଳନ କରିବ । ଏହି ବିଶ୍ୱବିଦ୍ୟାଳୟ କେବଳ ଡିଗ୍ରୀ ଓ ସାର୍ଟିଫିକେଟ୍ ଦେବାରେ ସୀମିତ ନ ରହି ଗବେଷଣା ମାଧ୍ୟମରେ ନବସୃଜନର କଳ୍ପନା କରିବା ସହ ବିକଶିତ ଗଞ୍ଜାମ ଓ ବିକଶିତ ଓଡ଼ିଶାର ସ୍ୱପ୍ନକୁ ପୂରଣ କରିବା ଦିଗରେ ସହାୟକ ହେବ ଏବଂ ବ୍ରହ୍ମପୁରକୁ ଅର୍ଥନୈତିକ ଓ ଜ୍ଞାନର ପେଣ୍ଠସ୍ଥଳ କରିବା ଦିଗରେ ସହଯୋଗୀ ହେବ ବୋଲି ମୋର ପୂର୍ଣ୍ଣ ବିଶ୍ୱାସ ରହିଛି ।"
meric-fraction: ; --tw-ring-inset: ; --tw-ring-offset-width: 0px; --tw-ring-offset-color: #fff; --tw-ring-color: rgba(66,153,225,.5); --tw-ring-offset-shadow: 0 0 #0000; --tw-ring-shadow: 0 0 #0000; --tw-shadow: 0 0 #0000; --tw-shadow-colored: 0 0 #0000; --tw-blur: ; --tw-brightness: ; --tw-contrast: ; --tw-grayscale: ; --tw-hue-rotate: ; --tw-invert: ; --tw-saturate: ; --tw-sepia: ; --tw-drop-shadow: ; --tw-backdrop-blur: ; --tw-backdrop-brightness: ; --tw-backdrop-contrast: ; --tw-backdrop-grayscale: ; --tw-backdrop-hue-rotate: ; --tw-backdrop-invert: ; --tw-backdrop-opacity: ; --tw-backdrop-saturate: ; --tw-backdrop-sepia: ; margin: 0px 0px 20px; float: left; clear: both; font-size: 17px; line-height: 24px; width: 384px; font-family: __Noto_Sans_fba9a0, __Noto_Sans_Fallback_fba9a0; padding-left: 20px !important; padding-right: 20px !important;">ସେହିପରି କର୍ଯ୍ୟକ୍ରମରେ କୁଳାଧିପତି ତଥା ରାଜ୍ୟପାଳ ଜାତୀୟ ଶିକ୍ଷା ନୀତି-୨୦୨୦କୁ ନେଇ ଗୁରୁତ୍ୱାରୋପ କରିବା ସହିତ ବିଶ୍ୱବିଦ୍ୟାଳୟର କାର୍ଯ୍ୟକୁ ପ୍ରଶଂସା କରିଥିଲେ । ଏହି ସମାବର୍ତ୍ତନ ଉତ୍ସବରେ ବିଶ୍ବବିଦ୍ୟାଳୟର ବିଭିନ୍ନ ବିଭାଗର ଟପ୍ସର ରହିଥିବା ୩୮ ଜଣ ଛାତ୍ରଛାତ୍ରୀଙ୍କୁ ସ୍ବର୍ଣ୍ଣପଦକ, ୫୨ ଜଣକୁ ପିଏଚ୍ଡି, ୪ ଜଣକୁ ଡିଲିଟ୍ ପ୍ରଦାନ କରାଯାଇଛି ।