ବ୍ରହ୍ମପୁର: ଗୋପାଳପୁର ବେଳାଭୂମିରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଘଟଣା । ଚାରି ନାବାଳକ ସମେତ ୧୦ ଜଣଙ୍କୁ କାବୁ କଲା ପୋଲିସ । ଏପଟେ ଘଟଣାରେ ବଢିଲା ରାଜନୀତି । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କହିଲେ ଏହି ଘଟଣା ନିନ୍ଦନୀୟ । ସରକାର ମହିଳାଙ୍କ ସୁରକ୍ଷା ପ୍ରତି ଯତ୍ନବାନ ହୁଅନ୍ତୁ । ଜବାବ ଦେଲେ ପରିବହନ ମନ୍ତ୍ରୀ ବିଭୂତି ଜେନା ଏବଂ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ଏପଟେ ଘଟଣାରେ ଉଦବେଗ ପ୍ରକାଶ କରିଛନ୍ତି ଜାତୀୟ ମହିଳା କମିଶନ ।
ବ୍ରହ୍ମପୁର ଏସ୍ପି ଶର୍ବଣା ବିବେକଙ୍କ ପ୍ରେସ୍ମିଟ୍ । "୧୦ ଜଣଙ୍କ ମଧ୍ୟରୁ ୩ଜଣ ଦୁଷ୍କର୍ମ କରିଛନ୍ତି । ବାକି ୭ ଯୁବକ ଦୁଷ୍କର୍ମ ବେଳେ ଜଗିଥିଲେ । ୧୦ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଇଛି । ୧୦ ଜଣଙ୍କ ମଧ୍ୟରେ ୪ ନାବାଳକ । ୬ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯିବ । ୪ ନାବାଳକଙ୍କୁ ଜ
ଭେନାଇଲ କୋର୍ଟ ପଠାଯିବ । ୪ ନାବାଳକ ୧୭ ବର୍ଷରୁ କମ୍ ବୟସର । ନାବାଳାକଙ୍କୁ ସାବାଳକ ଭାବେ ପରିଗଣିତ କରିବାକୁ ଅପିଲ କରିବୁ," କହିଛନ୍ତି
ବ୍ରହ୍ମପୁର ଏସପି ଶ୍ରବଣ ବିବେକ ଏମ୍ ।
ଗୋପାଳପୁର ଗଣଦୁଷ୍କର୍ମ ଘଟଣା । ଜାତୀୟ ମହିଳା କମିଶନ ନିଜ ଆଡୁ ମାମଲାକୁ ଗ୍ରହଣ କରିବା ସହ ରାଜ୍ୟ ପୁଲିସ ମହାନିର୍ଦ୍ଦେଶଙ୍କୁ ଦୃଢ଼ କାର୍ଯ୍ୟାନଷ୍ଠାନ ପାଇଁ ନିର୍ଦ୍ଦେଶ ଦେଲେ । ଗୋପାଳପୁର ବେଳାଭୂମିରେ ଯୁବତୀଙ୍କୁ ଗଣଦୁଷ୍କର୍ମ ମାମଲାରେ ହସ୍ତକ୍ଷେପ କରିଛନ୍ତି ଜାତୀୟ ମହିଳା କମିଶନ । ନିଜ ଆଡୁ ମାମଲା ରୁଜୁ କରିଛନ୍ତି ମହିଳା କମିଶନ । ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଡିଜିପିଙ୍କୁ ନିର୍ଦ୍ଦେଶ ।