ବ୍ରହ୍ମପୁର: କେବଳ ରାଜ୍ୟ ନୁହେଁ ବରଂ ଦେଶର ଅନ୍ୟତମ ପ୍ରସିଦ୍ଧ ଶକ୍ତିପୀଠ ଗଞ୍ଜାମ ଜିଲ୍ଲାର ମାଆ ତାରାତାରିଣୀଙ୍କ ମନ୍ଦିରରୁ ବଡଧରଣର ଲୁଟ୍ । ମଙ୍ଗଳବାର ରାତିରେ ମନ୍ଦିରରେ ପଶି ରୂପା ମୁଖା ସହ ଏକାଧିକ ମୁକୁଟ ଓ ବିଭିନ୍ନ ମୂଲ୍ୟବାନ ଅଳଙ୍କାର ଲୁଟି ନେଇଛନ୍ତି ଦୁର୍ବୃତ୍ତ । ଏଥିରେ ଏକାଧିକ ଦୁର୍ବୃତ୍ତଙ୍କ ସମ୍ପୃକ୍ତି ଥିବା ସନ୍ଦେହ କରାଯାଉଛି । ଆଜି ସକାଳେ ଏନେଇ ଜଣାପଡିବା ପରେ ସେବାୟତ ଓ ମନ୍ଦିର ପରିଚାଳନା କମିଟିର ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଛି ।
ଅଭିଯୋଗ ଅନୁସାରେ, ମନ୍ଦିରରେ ବ୍ୟବହାର ହେଉଥିବା ଦୁଇଟି ମୁଖା ସହିତ ଗୋଟିଏ ରୂପାର ଛତା, ତିନୋଟି ମୁକୁଟ, ପୂଜା ଓ ବିଭିନ୍ନ ନୀତିକାନ୍ତିରେ ବ୍ୟବହୃତ ହେଉଥିବା ଏକାଧିକ ଦୁର୍ମୂଲ୍ୟ ଅଳଙ୍କାର ଚୋରି ହୋଇଛି । କେବଳ ଅଳଙ୍କାର ନୁହେଁ ବରଂ ଦୁର୍ବୃତ୍ତମାନେ ମନ୍ଦିର ପରିସରରେ ରହିଥିବା ହୁଣ୍ଡି (ଦାନପାତ୍ର) ଭାଙ୍ଗି ନେଇଯିବା ପାଇଁ ଉଦ୍ୟମ ମଧ୍ୟ କରିଛନ୍ତି । ହୁଣ୍ଡିର ପ୍ରଥମ ତାଲାକୁ ଭାଙ୍ଗି ଦେଇଥିବା ବେଳେ ଭିତର ତାଲାକୁ ଭାଙ୍ଗି ନପାରି ଛାଡି ପଳାଇଛନ୍ତି ଦୁର୍ବୃତ୍ତ । ଏନେଇ ମନ୍ଦିର ପରିଚାଳନା କମିଟିର କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ବରିଷ୍ଠ ଆଇନଜୀବୀ ତିରୁମାଲା କୁମାର ରେଡ୍ଡୀ ସୂଚନା ଦେଇଛନ୍ତି ।
mily: __Noto_Sans_4cce57, __Noto_Sans_Fallback_4cce57; font-size: 17px;">ମା’ଙ୍କ ମନ୍ଦିରରେ ଗତ କିଛି ମାସ ହେବ କିଛି ଉନ୍ନତିକରଣ କାର୍ଯ୍ୟ ଚାଲିଥିଲା । ଏହି କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପରେ ହିଁ ସିସିଟିଭି
CCTV ଲଗାଯିବା ପାଇଁ ସ୍ଥିର ହୋଇଥିଲା । ଏପରିକି ଗତ ୨୧ ତାରିଖରେ ଏସମ୍ପର୍କରେ ମନ୍ଦିର କମିଟି ବୈଠକରେ ଆଲୋଚନା ମଧ୍ୟ କରାଯାଇଥିଲା । ହେଲେ ସିସିଟିଭି ସଂଯୋଗ ନଥିବାର ସୁଯୋଗ ନେଇ ଦୁର୍ବୁତ୍ତମାନେ ଏପରି କାଣ୍ଡ ଭିଆଇବାକୁ ପଛଘୁଞ୍ଚା ଦେଇନାହାନ୍ତି ।
ପ୍ରତିଦିନ ଭଳି ଗତକାଲି ରାତିରେ ମଧ୍ୟ ମା’ଙ୍କର ନିର୍ଦ୍ଧାରିତ ନୀତି ଶେଷ କରାଯାଇ ପହଡ ପଡିଥିଲା । ଆଜି ସକାଳେ ମନ୍ଦିରର ପୂଜକ ପହଡ ଖୋଲିବା ପରେ ଏଭଳି ଦୃଶ୍ୟ ଦେଖିଥିଲେ । ପରେ ମନ୍ଦିର ପରିସରରୁ ଏହି ସବୁ ସାମଗ୍ରୀ ଚୋରି ହୋଇଥିବା ଜଣାପଡିଥିଲା । ମନ୍ଦିରର ପରିଚାଳନା କମିଟି ସଦସ୍ୟ ଓ ସେବାୟତମାନେ ପହଞ୍ଚି ଚୋରି ସାମଗ୍ରୀର ଅନୁଧ୍ୟାନ କରିବା ପରେ ପୋଲିସକୁ ସୂଚନା ଦେଇଥିଲେ । ସ୍ଥାନୀୟ ପୁରୁଷୋତ୍ତମପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।