ବ୍ରହ୍ମପୁର: ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପରେ ଅଦିନିଆ ବର୍ଷା କ୍ଷତିଗ୍ରସ୍ତ ଚାଷୀଙ୍କ ଗହଣରେ ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନ ଆଜି ନିଜ ଗୃହଜିଲ୍ଲା ଗଞ୍ଜାମର ଶେରଗଡ ସମେତ ଏକାଧିକ ସ୍ଥାନରେ ଅଦିନିଆ ବର୍ଷାରେ ଚାଷ କ୍ଷତିଗ୍ରସ୍ତ ହୋଇଥିବା ଅଞ୍ଚଳ ପରିଦର୍ଶନ କରିଛନ୍ତି । ନିଜେ ପାଣିରେ ବୁଡି ନଷ୍ଟ ହୋଇଯାଇଥିବା ଧ
ାନ ଫସଲ ଦେଖିଛନ୍ତି । ଚାଷୀଙ୍କ ସହ ଆଲୋଚନା କରି ନବୀନ ସେମାନଙ୍କୁ ଶାନ୍ତ୍ବନା ମଧ୍ୟ ଦେଇଛନ୍ତି । ବ୍ୟାପକ କ୍ଷୟକ୍ଷତି ହୋଇଛି । ଚୀଷୀଙ୍କୁ ଖୁବଶୀଘ୍ର କ୍ଷତିପୂରଣ ଯୋଗାଇ ଦିଆଯିବା ଦରକାର ବୋଲି ନବୀନ କହିଛନ୍ତି ।
ପ୍ରଥମେ ଶେରଗଡ଼ରେ ପହଞ୍ଚି କ୍ଷୟକ୍ଷତିର ଅନୁଧ୍ୟାନ ସହ ଚାଷୀଙ୍କ ସହ ଆଲୋଚନା କରିଛନ୍ତି । ଗତ ସାଧାରଣ ନିର୍ବାଚନର ଫଳାଫଳ ପ୍ରକାଶ ପାଇବା ପରେ ପ୍ରଥମ ଥର ପାଇଁ ନିଜର ନିର୍ବାଚନ ମଣ୍ଡଳୀ ହିଞ୍ଜିଳିକାଟୁ ସମେତ ଗଞାମ ଜିଲ୍ଲାର ବିଭିନ୍ନ ସ୍ଥାନ ପରିଦର୍ଶନ କରୁଛନ୍ତି । ନବୀନଙ୍କ ସହ ଦଳର ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର ଓ ଗଞ୍ଜାମ ଜିଲ୍ଲାର ଦଳୀୟ ନେତାମାନେ ଉପସ୍ଥିତ ରହିଛନ୍ତି ।
ଆଜି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବର୍ତ୍ତମାନର ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ହେଲିକପ୍ଟର ଯୋଗେ ଭୁବନେଶ୍ଵରରୁ ବାହାରି ନିଜ ନିର୍ବାଚନ ମଣ୍ଡଳୀର ଶେରଗଡଠାରେ ପହଞ୍ଚିଛନ୍ତି । ସେଠାରେ ବର୍ଷା ପ୍ରଭାବରେ କ୍ଷତିଗ୍ରସ୍ତ ଚାଷ ଜମିକୁ ଅନୁଧ୍ୟାନ କରିବା ସହିତ ଚାଷୀମାନଙ୍କ ସହିତ ଆଲୋଚନା କରିଛନ୍ତି । ପରେ କବିସୂର୍ଯ୍ୟନଗର, ଆସିକା ଓ ଖଲ୍ଲିକୋଟ ଅଞ୍ଚଳରେ ବର୍ଷା କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟି କ୍ଷୟକ୍ଷତି ପରଖିବେ ନବୀନ । ଏହି ସମୟରେ ସେ ଚାଷୀମାନଙ୍କ ସହ ସିଧାସଳଖ ଆଲୋଚନା କରିବେ । ନିଜ ଜିଲ୍ଲାର ଲୋକମାନଙ୍କ ଦୁଃଖସୁଖ ବୁଝିବେ । ନବୀନଙ୍କ ଗସ୍ତ ପୂର୍ବରୁ ପ୍ରସ୍ତୁତିର ତଦାରଖ କରିଛନ୍ତି ବିଜେଡିର ବରିଷ୍ଠ ନେତା । ଏନେଇ ବିରୋଧୀ ଦଳ ନେତାଙ୍କ କାର୍ଯ୍ୟାଳୟ ପକ୍ଷରୁ ଗଞ୍ଜାମ ଜିଲ୍ଲା ପ୍ରଶାସନକୁ ସୂଚନା ଦିଆଯାଇଛି ।
ସୂଚନା ଅନୁଯାୟୀ, ଅଦିନିଆ ଲଗାଣ ବର୍ଷାରେ କ୍ଷତିଗ୍ରସ୍ତ କ୍ଷେତକୁ ପରିଦର୍ଶନରେ ଯିବା ସହ ଚାଷୀଙ୍କୁ ଭେଟିବେ ନବୀନ । ନବୀନ ପଟ୍ଟନାୟକଙ୍କ ଏହି ଗ୍ରସ୍ତ କାର୍ଯ୍ୟକ୍ରମ ପୂର୍ବରୁ ବରିଷ୍ଠ ବିଜେଡି ନେତା ଦେବୀ ପ୍ରସାଦ ମିଶ୍ର ଜିଲ୍ଲାରେ ପହଞ୍ଚି ବିରୋଧୀ ଦଳ ନେତାଙ୍କ ଗସ୍ତ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି ।