ବ୍ରହ୍ମପୁର: ଓଡ଼ିଶାରେ ହେବ ଶକ୍ତି କରିଡ଼ର । ରାଜ୍ୟର ସମସ୍ତ ଶକ୍ତି ପୀଠକୁ ନେଇ ଘୋଷଣା ହେବ ଏହି ସ୍ୱତନ୍ତ୍ର ଶକ୍ତି କରିଡ଼ର । ଏହାରି ମାଧ୍ୟମରେ ରାଜ୍ୟରେ ରହିଥିବା ସମସ୍ତ ପ୍ରମୁଖ ଶକ୍ତି ପୀଠକୁ ଯୋଡାଯିବ । ଏହି ଶକ୍ତି କରିଡ଼ର ସମ୍ପର୍କରେ ଖୁବଶୀଘ୍ର ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯିବ ବୋଲି ଆଦି ଶକ୍ତିପୀଠ ଭାବରେ ସୁପରିଚିତ ମା’ ତାରାତାରିଣୀ ମନ୍ଦିରରେ ଚୈତ୍ରପର୍ବ ଅବସରରେ ଦର୍ଶନ କରିବା ପରେ ଘୋଷଣା କରିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।
kdrop-invert: ; --tw-backdrop-opacity: ; --tw-backdrop-saturate: ; --tw-backdrop-sepia: ; font-weight: bolder; font-family: __Noto_Sans_fba9a0, __Noto_Sans_Fallback_fba9a0; font-size: 17px;">ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି, ‘
ରାଜ୍ୟରେ ଗତ କିଛି ମାସ ଧରି ଏକ ଶକ୍ତି କରିଡ଼ର କରିବା ପାଇଁ ପ୍ରସ୍ତାବ ରହିଥିବା ବେଳେ ସରକାରଙ୍କ ଏହି ଶକ୍ତି କରିଡର ଗଞ୍ଜାମ ଜିଲ୍ଲାର ମା’ ତାରାତାରିଣୀ ପୀଠ ସହିତ ମା’ ବିରଜାଙ୍କ ପୀଠ, ମା’ ମଙ୍ଗଳା,ମା’ ଭଗବତୀ, ମା’ ଉଗ୍ରତାରା, ମା’ ନାରାୟଣୀ, ମା’ ତାରାତାରିଣୀ, ମା’ କାଳିଜାଇ, ମା’ ଭୈରବୀଙ୍କ ମନ୍ଦିରକୁ ଯୋଡି ଏକ ଶକ୍ତି କରିଡର କରାଯିବ । ପର୍ଯ୍ୟଟନ ବିଭାଗ ପକ୍ଷରୁ ମା’ ତାରାତାରିଣୀ ପୀଠର ଉନ୍ନତି ପାଇଁ ୮ କୋଟି ଟଙ୍କା, ତପ୍ତପାଣିର ବିକାଶ ପାଇଁ ୧୧ କୋଟି ଟଙ୍କା ସହିତ ମା’ ନାରାୟଣୀଙ୍କ ପୀଠର ଉନ୍ନତି ନିମନ୍ତେ ମଧ୍ୟ ଅର୍ଥର ବ୍ୟବସ୍ଥା ହୋଇଥିବା ବେଳେ ସେହିକ୍ରମରେ ଜିଲ୍ଲାରେ ରହିଥିବା ସମସ୍ତ ପୀଠର ଉନ୍ନତି ନେଇ ଚଳିତ ବର୍ଷ ୬୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ପର୍ଯ୍ୟଟନ ବିଭାଗ ଗଞ୍ଜାମ ଜିଲ୍ଲାକୁ ପ୍ରଦାନ କରାଯାଇଛି ।’
ଏହାବ୍ୟତୀତ ଶକ୍ତି କରିଡ଼ର ପାଇଁ ପର୍ଯ୍ୟଟନ ବିଭାଗ ଓ ପୂର୍ତ୍ତ ବିଭାଗ ମିଳିତ ଭାବେ ଏହି ଶକ୍ତି କରିଡ଼ରର ବିକାଶ କରିବ । ଯାହାକି ଏହାରି ମାଧ୍ୟମରେ ବାହାରୁ ଆସିଥିବା ସାଧାରଣ ଭକ୍ତ ସମସ୍ତେ ମା’ଙ୍କର ପୂଜା, ତପସ୍ୟା ଓ ବରଦାନ ପାଇବା ପାଇଁ ଯଦି ଓଡ଼ିଶାର କେଉଁ କ୍ଷେତ୍ରକୁ ଲୋକେ ଆସିବେ ତେବେ ଏହି ଶକ୍ତି କରିଡ଼ରକୁ ପୂଜା କରିବାକୁ ଆସିବେ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । ତେଣୁ ପର୍ଯ୍ୟଟକ ମାନଙ୍କ ଓ ସନାତନ ଧର୍ମର ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କର ନିମନ୍ତେ ଏହି ଶକ୍ତି କରିଡ଼ରର ବଡ଼ ବ୍ୟବସ୍ଥା କରାଯିବ ସହିତ ଶକ୍ତି କରିଡ଼ର ମାଧ୍ୟମରେ ଯେଉଁ ମାନେ ମା’ଙ୍କ ପାଖକୁ ଆସିବେ ସେ ନେଇ ଏହାରି ମାଧ୍ୟମରେ ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ।
ସେପଟେ ଏହାକୁ ନେଇ ରାଜ୍ୟ ଆଇନ ଓ ପୂର୍ତ୍ତ ବିଭାଗର ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ‘ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଇଥିବା ଏହି ଯୋଜନାରେ ଓଡିଶାର ସମସ୍ତ ଶକ୍ତିପୀଠ ମାନଙ୍କୁ ଶକ୍ତି କରିଡର ନାମରେ ଯୋଡିବା କାର୍ଯ୍ୟ କରାଯିବ । ଦେଶର ଉତ୍ତରପ୍ରଦେଶରେ ମହାଦେବଙ୍କ ଯେପରି କରିଡର କରିବାର ଯୋଜନାକୁ ଯେପରି ପ୍ରଧାନମନ୍ତ୍ରୀ ପ୍ରାରମ୍ଭ କରିଛନ୍ତି ସେଭଳି ଓଡିଶାରେ ସମସ୍ତ ଶକ୍ତିପୀଠର ସଂଯୋଗୀକରଣ କରି ଯେଉଁମାନେ ବାହାରୁ ଆସିବେ ମୁଖ୍ୟତଃ ଶକ୍ତି ଆରାଧକ ମାନଙ୍କୁ ଯେପରି ଅନ୍ତତଃ ସୁଯୋଗ ମିଳିବ ଓଡିଶାର ସମସ୍ତ ପବିତ୍ର ଓ ପ୍ରସିଦ୍ଧ ଶକ୍ତିପୀଠକୁ ଦର୍ଶନ କରିବାକୁ ।
ତେବେ ଚୈତ୍ର ମାସର ଶେଷ ମଙ୍ଗଳବାର ଅବସରରେ ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ଦର୍ଶନ କରିଥିଲେ ଉପ ମୁଖ୍ୟମନ୍ତ୍ରୀ । ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସମେତ ରାଜ୍ୟ ଆଇନ ମନ୍ତ୍ରୀ ପୃଥିରାଜ ହରିଚନ୍ଦନ, ରାଜ୍ୟ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା, ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକଙ୍କ ସମେତ ଗଞ୍ଜାମ ଜିଲ୍ଲାର ବହୁ ବିଧାୟକ ମାନଙ୍କ ଉପସ୍ଥିତିରେ ମା'ଙ୍କୁ ଦର୍ଶନ କରିବା ପରେ ଉପମୁଖ୍ୟମନ୍ତ୍ରୀ ମା’ଙ୍କୁ ଦର୍ଶନ କରି ଜଗତର କଲ୍ୟାଣ ସହିତ ଓଡିଶାବାସୀଙ୍କ ମଙ୍ଗଳକାମନା ପାଇଁ ପ୍ରାର୍ଥନା କରିଥିଲେ ।