ବିଜେଡି ନେତା ସୁବ୍ରତ ଛାଟୋଇଙ୍କ କୋଚିଂ ସେଣ୍ଟରରେ ଆୟକର ବିଭାଗର ଚଢ଼ାଉ । ନୟାପଲ୍ଲୀ ସ୍ଥିତ ବଣିକ କୋଚିଂ ସେଣ୍ଟରରେ ରେଡ କଲା ଆଇଟି । ବଣିକ କୋଚିଂ ସମେତ 6 ସ୍ଥାନରେ ଛାନଭିନ କରୁଛି ଆୟକର ବିଭାଗ । ମୁଣ୍ଡ ଉପରେ ନିର୍ବାଚନ ଥିବା ବେଳେ ଏଭଳି ରେଡ ସୁବ୍ରତ ଛାଟୋଇଙ୍କ ପାଇଁ ଅଡୁଆ ହୋଇଛି । 10 ଜଣିଆ ଟିମ ରୋଡରେ ସାମିଲ ଅଛନ୍ତି ।

(ସୋମବାର) ଭୋର ୪ଟାରୁ ଇନକମ ଟ୍ୟାକ୍ସ ଅଧିକାରୀ ମାନେ ନୟାପଲ୍ଲୀ ସ୍ଥିତ ବଣିକ ଇନଷ୍ଟିଚ୍ୟୁଟରେ ଚଢାଉ କରିଥିଲେ । ଏହି ସମୟରେ କୋଚିଂ ସେଣ୍ଟରକୁ ବାହାରକୁ ତାଲା ପକାଇ ଦେଇଥିଲେ । ଫଳରେ କୋଚିଂ ପାଇଁ ଆସିଥିବା ଛାତ୍ରଛାତ୍ରୀ ଓ ଫାକଲଟି ମଧ୍ୟ ଫେରିଯାଉଛନ୍ତି । କାହାରିକୁ ଭିତରକୁ ପ୍ରବେଶ କରିବାକୁ ଦିଆଯାଉନାହିଁ । ବିଜେଡି ନେତାଙ୍କ ନୟାପଲ୍ଲୀ ଥିବା ବାସଭବନ ସମେତ ଯାଜପୁର ଅନ୍ୟ ସ୍ଥାନରେ ମଧ୍ୟ ରେଡ ଜାରି ରହିଛି । ସକାଳ10 ଟା 15 ମିନିଟ ସମୟରେ ଶିଳ୍ପପତି ସୁବ୍ରତ ଛାଟୋଇଙ୍କ ଯାଜପୁର ରୋଡ ସ୍ଥିତ ଯଯାତି କୋଟିୟାର୍ଡ ହୋଟେଲରେ ଆୟକର ବିଭାଗ ଚଢ଼ାଉ କରିଥିଲା ।

ଗତ ବର୍ଷ ମଧ୍ୟ ଡାଇରେକ୍ଟର ଜେନେରାଲ ଜିଏସଟି ଇଣ୍ଟେଲିଜେନ୍ସ କୋଚିଂ ସେଣ୍ଟରରେ ମଧ୍ୟ ରେଡ କରିଥିଲା । IAS କୋଚିଂ ଆଳରେ ଜିଏସଟି ଫାଙ୍କୁଛନ୍ତି ବୋଲି ଅଭିଯୋଗ ଆସିଥିଲା । ଯାହାକୁ ଆଧାର କରି ରେଡ ହୋଇଥିଲା । ଏପରିକି ଇଣ୍ଟେଲିଜେନ୍ସ ମୁତାବକ

ବଣିକ ଇନଷ୍ଟିଚ୍ୟୁଟରେ DGGIର ଅଧିକାରୀ ମାନେ ଗତବର୍ଷ ଛାନଭିନ୍ କରିଥିଲେ । ନୟାପଲ୍ଲୀ ଓ ସହିଦନଗର କୋଚିଂ ସେଣ୍ଟର ଉପରେ ଗତବର୍ଷ ରେଡ କରାଯାଇଥିଲା । ସେତେବେଳେ‌ କେତୋଟି ବଣିକ ନାମରେ ଇନଷ୍ଟିଚ୍ୟୁଟ ଖୋଲିଛି ଓ କେଉଁ କେଉଁ କୋର୍ସ ପାଇଁ କୋଚିଂ ଅଫର୍ ଦିଆଯାଉଛି, କେତେ ପିଲା କୋଚିଂ ପାଇଁ ଆଡ଼ମିଶନ ନେଉଛନ୍ତି, ଏମାନଙ୍କ ମଧ୍ୟରେ କେତେ ନୂଆ ଓ ପୁରୁଣା ଛାତ୍ରଛାତ୍ରୀ ରହିଛନ୍ତି ସେନେଇ ଯାଞ୍ଚ କରାଯାଇଥିଲା ।

କୋଚିଂ ସେଣ୍ଟର ବାର୍ଷିକ ଜିଏସଟି ଯେତେ ଭରିବା କଥା ତାଠୁ ବହୁଗୁଣରେ କମ ଟଙ୍କା ଭରୁଥିବା ଜଣାପଡିଥିଲା । ଜିଏସଟି ଫାଙ୍କିବା ସନ୍ଦେହରେ ରୁଟିନ ଭାବେ ରେଡ କରି ଡକୁମେଣ୍ଟକୁ ଯାଞ୍ଚ କରାଯାଇଥିଲା ବୋଲି ପ୍ରତିକ୍ରିୟା ରଖିଥିଲେ DGGIର ଆଡିସିନାଲ ଡାଇରେକ୍ଟର ଜେନେରାଲ ଦେବାଶିଷ ସାହୁ । ତେବେ ଆଜିର ଯାଞ୍ଚ କେଉଁ କେଉଁ ଦିଗକୁ ନେଇ କରାଯାଉଛି ସେନେଇ ବିଭାଗ ପକ୍ଷରୁ ସୂଚନା ଦିଆଯାଇନାହିଁ । ଅନ୍ୟପଟେ ନିର୍ବାଚନ ମୁଣ୍ଡ ଉପରେ ଥିବାରୁ ଏଭଳି ରେଡ ନେଇ ବିଜେଡି ମହଲରେ ଭୟ ଖେଳିଛି । କାରଣ ସୁବ୍ରତ ଛାଟୋଇ ବିଜେଡ଼ି ଦଳରେ ଅଛନ୍ତି । ବିଜେଡ଼ିର ରାଜ୍ୟ ସାଂଗଠନିକ ସମ୍ପାଦକ ବବି ଦାସଙ୍କର ସୁବ୍ରତ ଖାସ୍ ସହଯୋଗୀ ବୋଲି କୁହାଯାଏ । ଏପରିକି ଏଥର ନିମାପଡା ନିର୍ବାଚନ ମଣ୍ଡଳିରୁ ବିଜେଡି ଟିକେଟରୁ ବିଧାୟକ ପାଇଁ ପ୍ରାର୍ଥୀ ପାଇଁ ଆଶାୟୀ ଅଛନ୍ତି ବୋଲି ଚର୍ଚ୍ଚା ହେଉଛି । ଏହାରି ଭିତରେ ତାଙ୍କର ସଂସ୍ଥା ଉପରେ ଯେଭଳି ରେଡ ପଡ଼ିଛି ରାଜନୈତିକ ମହଲରେ ଏକପ୍ରକାର ଭୟ ଖେଳିଛି । ଏନେଇ ସୁବ୍ରତ ଛାଟୋଇଙ୍କର ପ୍ରତିକ୍ରିୟା ମିଳିପାରିନାହିଁ ।

0 Comments