ବ୍ରହ୍ମପୁର: ୭୧ କୋଟି ଟଙ୍କାର ମାଲିକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନଙ୍କ ପାଖରେ ହାତଖର୍ଚ୍ଚ ବାବଦକୁ ମାତ୍ର ୩୦ ହଜାର ଟଙ୍କା କ୍ୟାସ ରହିଛି । ତାଙ୍କର ଅସ୍ଥାବର ସମ୍ପତ୍ତିର ମୂଲ୍ୟ ୧୪ କୋଟି ଟଙ୍କା ଏବଂ ୫୭ କୋଟି ଟଙ୍କାର ସ୍ଥାବର ସମ୍ପତ୍ତି ରହିଛି । ମଙ୍ଗଳବାର ନିର୍ବାଚନୀ ସତ୍ୟପାଠରେ ନିଜ ସମ୍ପତ୍ତିର ତ

୍ୟ ଦେଇଛନ୍ତି ନବୀନ ପଟ୍ଟନାୟକ । ବିଭିନ୍ନ ବ୍ୟାଙ୍କରେ ତାଙ୍କର ଫିକ୍ସଡ ଓ ଡେପୋଜିଟ ଆକାରରେ ଟଙ୍କା ରହିଛି । ୨୦୨୪ ମାର୍ଚ୍ଚ ୩୧ ସୁଦ୍ଧା ଦିଲ୍ଲୀରେ ଥିବା ବ୍ୟାଙ୍କ ଅଫ୍ ଇଣ୍ଡିଆର ସେଭିଂ ଆକାଉଣ୍ଟରେ ନବୀନଙ୍କ ୬୮,୩୪,୩୧୬ ଟଙ୍କା ୧୩ ପଇସା ରହିଛି । ପାର୍ଲାମେଣ୍ଟ ହାଉସ୍ ସ୍ଥିତ ଷ୍ଟେଟ ବ୍ୟାଙ୍କରେ ୧୯୯୯ ଟଙ୍କା ଏବଂ ଭୁବନେଶ୍ୱର ବାପୁଜୀନଗର ଠାରେ ରହିଥିବା ଷ୍ଟେଟ ବ୍ୟାଙ୍କ ଆକାଉଣ୍ଟରେ ୨୨,୫୦,୯୯୦ ଟଙ୍କା ୨୭ ପଇସା ଅଛି ।

ମୁଖ୍ୟମନ୍ତ୍ରୀ କଣ୍ଟାବାଞ୍ଜିର ଷ୍ଟେଟବ୍ୟାଙ୍କ ଶାଖାରେ ଆକାଉଣ୍ଟ ଖୋଲି ୩୦ ଲକ୍ଷ ଟଙ୍କା ଜମା ରଖିଛନ୍ତି । ଏହାକୁ ନିର୍ବାଚନ ଖର୍ଚ୍ଚ ପାଇଁ ରଖିଥିବା ସତ୍ୟପାଠରେ ଉଲ୍ଲେଖ କରିଛନ୍ତି । ସେହିପରି ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଏସବିଆଇ ଶାଖାରେ ସେ ନିର୍ବାଚନ ଖର୍ଚ୍ଚ ପରିଚାଳନା ପାଇଁ ନୂଆ ଆକାଉଣ୍ଟ ଖୋଲି ସେଥିରେ ମଧ୍ୟ ୩୦ ଲକ୍ଷ ଜମା ରଖିଛନ୍ତି । ଦିଲ୍ଲୀର ଜନପଥରେ ଥିବା ବ୍ୟାଙ୍କ ଅଫ୍ ଇଣ୍ଡିଆର ଶାଖାରେ ତାଙ୍କର ୭୫ ଲକ୍ଷ ଟଙ୍କା ଏବଂ ଏଚ୍.ଡି.ଏଫ୍.ସି ଶାଖାରେ ଏକ କୋଟି ଟଙ୍କା ରହିିଛି । ୨୦୨୧ ମସିହାରୁ ଏଚ୍.ଡି.ଏଫ୍.ସି ବ୍ୟାଙ୍କରେ ୯ କୋଟି ଟଙ୍କାର ଏକ ସ୍ଥାୟୀ ଜମା ସାତ ବର୍ଷ ପାଇଁ ରଖାଯାଇଛି । ସେହିପରି ମୁଖ୍ୟମନ୍ତ୍ରୀ ଭାରତୀୟ ଡାକଘରେ ତିନୋଟି ଭିନ୍ନ ଭିନ୍ନ ଆକାଉଣ୍ଟରେ ୨୫ ଲକ୍ଷ ୧୯ ହଜାର ୫୩୦ ଟଙ୍କା , ଏକ କୋଟି ଟଙ୍କା ଏବଂ ୫୦ ଲକ୍ଷ ଟଙ୍କା ଜମା ରଖିଥିବା ଦର୍ଶାଇଛନ୍ତି ।

ସେହିପରି ସ୍ଥାବର ସମ୍ପତ୍ତିରେ ମୁଖ୍ୟମନ୍ତ୍ରୀଙ୍କ ବାସଗୃହ ଭାବେ ନବୀନ ନିବାସ ଏବଂ ନୂଆଦିଲ୍ଲୀର ୩-ଏପିଜେ ଅବଦୁଲ କଲାମ୍ ରୋଡକୁ ସତ୍ୟପାଠରେ ଦର୍ଶାଯାଇଛି । ଏହାର ବର୍ତ୍ତମାନର ଆନୁମାନିକ ମୂଲ୍ୟ ଯଥାକ୍ରମେ ୧୩,୬୬,୦୦,୦୦୦ ଟଙ୍କା ଏବଂ ୪୩,୩୬,୧୮,୦୦୦ ହେବ । ଏହି ସମସ୍ତ ସ୍ଥାବର ସମ୍ପତ୍ତିର ମୋଟ ମୂଲ୍ୟ ୫୭ କୋଟି ୨ ଲକ୍ଷ ୧୮ ହଜାର ଟଙ୍କା । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ମିଳୁଥିବା ଦରମା ଏବଂ ବ୍ୟାଙ୍କରୁ ମିଳୁଥିବା ସୁଧ ହିଁ ତାଙ୍କର ମୁଖ୍ୟ ଆୟ ।

0 Comments