ବାରିପଦା : ଲାଞ୍ଚ ନେଉଥିବା ବେଳେ ସହକାରୀ ରେଶମ ନିର୍ଦ୍ଦେଶକ କାର୍ଯ୍ୟାଳୟର କ୍ଷେତ୍ର ସହାୟକ ବିଭୁତି କୁମାର ମଲ୍ଲିକ ଭିଜିଲାନ୍ସ ଜାଲରେ ପଡିଛନ୍ତି। ଏକ ବିଭାଗୀୟ କାର୍ଯ୍ୟର ରିପୋର୍ଟ ପ୍ରଦାନ କରିବା ପାଇଁ ଦେଢ଼ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗ ଦ୍ବାରା ଧରାପଡିଛନ୍ତି।

ସୂଚନା ଅନୁଯାୟୀ, ମୟୁରଭଞ୍ଜ ଜିଲ୍ଲାର ବିଶୋଇ, ବହଳଦା, କୁସୁମୀ ଆଦି ବ୍ଲକରେ ଟସର ଚାଷ ପାଇଁ ଅସନ ଓ ଅର୍ଜୁନ ବୃକ୍ଷରୋପଣ କାର୍ଯ୍ୟ ହୋଇଥିଲା। ତେବେ ଉକ୍ତ ବୃକ୍ଷରୋପଣର ସରଜମିନ ସ୍ଥିତି ନେଇ ଫିଜିବିଲିଟି ରିପୋର୍ଟ ପ୍ରଦାନ କରିବା ପାଇଁ ଯଶିପୁର ଅଞ୍ଚଳର ଶିରିଷ ଚନ୍ଦ୍ର ମହାନ୍ତଙ୍କୁ ବାରିପଦା ସ୍ଥିତ ସହକାରୀ ରେଶମ ନିର୍ଦ୍ଦେଶକ କାର୍ଯ୍ୟାଳୟର ଚାନ୍ଦୁଆ ଡିଭିଜନ କ୍ଷେତ୍ର ସହାୟକ ବିଭୁତି କୁମାର ମଲ୍ଲିକ ଲାଞ୍ଚ ମାଗ

ଥିଲେ। ରିପୋର୍ଟ ଦେବା ଲାଗି ଦେଢ଼ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିବା ବେଳେ ଶିରିଷ ଅସହାୟ ହୋଇ ଭିଜିଲାନ୍ସ ବିଭାଗର ଦ୍ୱାରସ୍ଥ ହୋଇଥିଲେ। ଭିଜିଲାନ୍ସ ବିଭାଗକୁ ଅଭିଯୋଗ ହସ୍ତଗତ ହେବା ପରେ ଏକ କ୍ଷେତ୍ର ସହାୟକ ବିଭୁତି କୁମାର ମଲ୍ଲିକ ଲାଞ୍ଚ ନେଉଥିବା ବେଳେ ଧରିବା ପାଇଁ ଯୋଜନା କରିଥିଲେ। ପୂର୍ବ ଯୋଜନା ଅନୁଯାୟୀ ଭିଜିଲାନ୍ସ ଟିମ ପ୍ରସ୍ତୁତ ରହିଥିଲେ।

ରିପୋର୍ଟ ପ୍ରଦାନ ପାଇଁ କ୍ଷେତ୍ର ସହାୟକ ବିଭୁତି କୁମାର ମଲ୍ଲିକ କାର୍ଯ୍ୟାଳୟ ପରିସରରେ ଦେଢ଼ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗର ଜାଲରେ ପଡିଥିଲେ। ରାସାୟନିକ ମିଶ୍ରିତ ଲାଞ୍ଚ ଟଙ୍କା ଭିଜିଲାନ୍ସ ଜବତ କରିଛି। ଏଥିପରେ ବାରିପଦାର ଷ୍ଟେସନ ବଜାର ସ୍ଥିତ କାର୍ୟ୍ୟାଳୟ, ଘର ଓ ଅନ୍ୟାନ୍ୟ ସ୍ଥାନରେ ଯାଞ୍ଚ ପ୍ରକ୍ରିୟା କରିବା ସହିତ ଭିଜିଲାନ୍ସ ବିଭାଗ ଗିରଫ କରିଛି। ଏହାକୁ ନେଇ ଭିଜିଲାନ୍ସ ବିଭାଗ ଦ୍ଵାରା ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ପ୍ରକ୍ରିୟା ଜାରି ଥିବା ନେଇ ବିଭାଗ ପକ୍ଷରୁ କୁହାଯାଇଛି।

0 Comments