ଟୋକିଓ: ବୁଧବାର ସକାଳୁ ସକାଳୁ ରୁଷିଆ ଏବଂ ଜାପାନରେ ବଡ ଧରଣର ଭୂମିକମ୍ପ ଅନୁଭୂତ ହୋଇଯାଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୮.୮ବୋଲି ଜଣା ଯ।ଇଛି । ଭୂମିକମ୍ପ ପରେ ଏଠାରେ ବଡ ଧରଣର ସୁନାମୀ ଆସିଛି । ରୁଷିଆର କୁରିଲ ଦ୍ୱୀପପୁଞ୍ଜ ଏବଂ ଜାପାନର ବିଶାଳ ଉତ୍ତର ଦ୍ୱୀପ ହୋକାଇଡୋର ଉପକୂଳବର୍ତ୍ତୀ ଅଞ୍ଚଳରେ ସୁନାମି ଆସିଛି।
ଜାପାନ ପାଣିପାଗ ସଂସ୍ଥା ପକ୍ଷରୁ କୁହାଯାଇଛି, ହୋକାଇଡୋର ପୂର୍ବ ଉପକୂଳରେ ପ୍ରାୟ 30 ସେଣ୍ଟିମିଟର (ପ୍ରାୟ 1 ଫୁଟ)ର ପ୍ରଥମ ସୁନାମୀ ଲହରୀ ଆସି ନେମୁରୋରେ ପହଞ୍ଚିଥିଲା। ସ୍ଥାନୀୟ ଗଭର୍ଣ୍ଣର ଭାଲେରି ଲିମାରେଙ୍କୋଙ୍କ କହିବା ଅନୁଯାୟୀ, ପ୍ରଶାନ୍ତ ମହାସାଗରରେ ରୁଷିଆର କୁରିଲ ଦ୍ୱୀପର ମୁଖ୍ୟ ବସତି ସେଭେରୋ-କୁରିଲସ୍କର ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରଥମ ସୁନାମି ଲହରୀ ପହଞ୍ଚିଥିଲା । ପୁନର୍ବାର ସୁନାମୀ ଆସିବା ଆଶଙ୍କାରେ ସ୍ଥାନୀୟ ବାସିନ୍ଦାଙ୍କୁ ସୁରକ୍ଷିତ ଅଛନ୍ତି ଏବଂ ଉଚ୍ଚ ଜାଗାରେ ରଖା ଯାଇଛି ।
ont-size: 17px;">"ଦ ପେସିଫିକ ସୁନାମୀ ୱାର୍ଣ୍ଣିଂ ସେଣ୍ଟର" କହିଛି, ଭୂମିକମ୍ପ ଯୋଗୁଁ ସୁନାମି ସୃଷ୍ଟି ହୋଇଛି । ଏହା ସମସ୍ତ ହାୱାଇ ଦ୍ୱୀପର ଉପକୂଳରେ କ୍ଷତି ଘଟାଇପାରେ । ଜୀବନ ଏବଂ ସମ୍ପତ୍ତି ସୁରକ୍ଷା ପାଇଁ ତୁରନ୍ତ ପଦକ୍ଷେପ ନିଆଯିବା ଉଚିତ ବୋଲି କେନ୍ଦ୍ର ପକ୍ଷରୁ ସତର୍କ କରାଯାଇଛି । ଏଠି କହିରଖିବୁ, ପ୍ରଥମ ଲହରୀ ସ୍ଥାନୀୟ ସମୟ ମଙ୍ଗଳବାର ସନ୍ଧ୍ୟା 7 ଟା ସମୟରେ ଅନୁଭୂତ ହୋଇଥିଲା।
ଜାପାନ ଏବଂ ଆମେରିକୀୟ ଭୂକମ୍ପବିଜ୍ଞାନୀଙ୍କ କହିବା ଅନୁଯାୟୀ, ସକାଳ 8:25 ରେ ହୋଇଥିବା ଭୂମିକମ୍ପର ପ୍ରାରମ୍ଭିକ ତୀବ୍ରତା 8.0 ଥିଲା। ଜାପାନ ଏବଂ ଆମେରିକୀୟ ଭୂତାତ୍ତ୍ୱିକ ସର୍ବେକ୍ଷଣ ପରେ ଏହାର ତୀବ୍ରତା 8.7 ଥିବା କୁହାଯାଇଛି ।
ଆଲାସ୍କା ସ୍ଥିତ ଜାତୀୟ ସୁନାମି ଚେତାବନୀ କେନ୍ଦ୍ର ଆଲାସ୍କା ଆଲୁଟିଆନ୍ ଦ୍ୱୀପର କିଛି ଇଲାକାରେ ସୁନାମି ଭୟ ରହିଥିବା ନେଇ ସତର୍କ ସୂଚନା ଜାରି କରିଛି । କାଲିଫର୍ନିଆ, ଓରେଗନ୍, ୱାଶିଂଟନ୍ ଏବଂ ହାୱାଇ ସମେତ ପଶ୍ଚିମ ଉପକୂଳର କିଛି ଅଂଶ ପାଇଁ ଏକ ସତର୍କତା ଜାରି କରାଯାଇଛି।