ଭୁବନେଶ୍ବର: ରାଜ୍ୟସଭାରୁ ସୁଜିତ କୁମାରଙ୍କ ଇସ୍ତଫା । ରାଜ୍ୟସଭାରୁ ଇସ୍ତଫା ଦେଲେ ସୁଜିତ କୁମାର । ରାଜ୍ୟସଭା ଅଧ୍ୟକ୍ଷଙ୍କ ନିକଟକୁ ଇସ୍ତଫା ପତ୍ର ପଠାଇଲେ । ଏପଟେ ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଜଗଦୀପ ଧନଖଡ ସୁଜିତ କୁମାରଙ୍କ ରାଜ୍ୟସଭାରୁ ଇସ୍ତଫା ପତ୍ରକୁ ଗ୍ରହଣ କରିଛନ୍ତି । ତେବେ ସୁଜିତ କୁମାର ପ୍ରଥମେ ରାଜ୍ୟସଭାରୁ ଇସ

ତଫା ଦେବାର ମାତ୍ର ଘଣ୍ଟାଏ ପରେ ବିଜେପିରେ ମିଶିଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କଟକ ସାଂସଦ ଭର୍ତୃହରି ମହତାବଙ୍କ ଉପସ୍ଥିତିରେ ନୂଆଦିଲ୍ଲୀ ସ୍ଥିତ ବିଜେପି ପାର୍ଟି ମୁଖ୍ୟାଳୟରେ ପଦ୍ମ ପୋଖରୀରେ କୁଦା ମାରିଛନ୍ତି ସୁଜିତ କୁମାର । ସୁଜିତ ଗେରୁଆ ଶିବିରରେ ସାମିଲ ହେବା ସମୟରେ ପ୍ରଭାରୀ ବିଜୟ ପାଲ ସିଂ ତୋମାର ଉପସ୍ଥିତ ଥିଲେ ।

ମମତା ମହନ୍ତଙ୍କ ପରେ ଆଉ ଜଣେ ବିଜେଡ଼ି ସାଂସଦ ରାଜ୍ୟସଭାରୁ ଇସ୍ତଫା ଦେଇଛନ୍ତି । ବିଜେଡି ସାଂସଦ ସୁଜିତ କୁମାର ଆଜି ରାଜ୍ୟସଭାରୁ ଇସ୍ତଫା ଦେଇଛନ୍ତି । ସୁଜିତ ନିଜର ଇସ୍ତଫା ପତ୍ର ରାଜ୍ୟସଭା ଅଧ୍ୟକ୍ଷଙ୍କୁ ପଠାଇ ଦେଇଛନ୍ତି । ଉପରାଷ୍ଟ୍ରପତି ସୁଜିତଙ୍କ ଇସ୍ତଫା ପତ୍ର ଗ୍ରହଣ କରିଥିବା ସ୍ପଷ୍ଟ ହୋଇଛି । ଏହା ପରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ସୁଜିତଙ୍କୁ ଦଳରୁ ବହିଷ୍କାର କରିଛି । ମମତା ମହନ୍ତଙ୍କ ପରେ ସୁଜିତ ଦ୍ଵିତୀୟ ସାଂସଦ ଯିଏ ରାଜ୍ୟସଭାରୁ ଇସ୍ତଫା ଦେଇଛନ୍ତି ।

ସୁଜିତ 2020ରୁ ବିଜେଡି ଟିକେଟରେ ରାଜ୍ୟସଭା ଯାଇଥିଲେ । ତାଙ୍କର କାର୍ଯ୍ୟକାଳ ଆଉ ପ୍ରାୟ 2 ବର୍ଷ ରହିଛି । କାର୍ଯ୍ୟକାଳ ପୁରିବା ପୂର୍ବରୁ ଆଜି ସେ ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି । ମମତା ମହାନ୍ତି ବିଜେଡି ଓ ରାଜ୍ୟସଭାରୁ ଇସ୍ତଫା ଦେବା ସମୟରେ ସୁଜିତ ମଧ୍ୟ ପଦ ଓ ଦଳ ଛାଡିବା ନେଇ ଚର୍ଚ୍ଚା ହୋଇଥିଲା । ପରବର୍ତ୍ତୀ ସମୟରେ ସେ ସାମାଜିକ ଗଣମାଧ୍ୟମରେ ପ୍ରତିକ୍ରିୟା ଜାରି କରି ଚର୍ଚ୍ଚାକୁ ଖଣ୍ଡନ କରିଥିଲେ ।

ବିଜେଡିରୁ ବହିଷ୍କାର ପରେ ବିଜେପି ଅଫିସରେ ସୁଜିତ କୁମାର । ନୂଆଦିଲ୍ଲୀ ବିଜେପି ମୁଖ୍ୟାଳୟରେ ପହଞ୍ଚିଲେ ସୁଜିତ କୁମାର । ଇସ୍ତଫା ଦେବାର ମାତ୍ର ଘଣ୍ଟାଏ ପରେ ସୁଜିତ କୁମାର ବିଜେପିରେ ଯୋଗଦେଇଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ପଦ୍ମ ଧରିଲେ ସୁଜିତ କୁମାର । ବିଜେପି ନୂଆଦିଲ୍ଲୀ ପାର୍ଟି ଅଫିସ ମୁଖ୍ୟାଳୟରେ ପଦ୍ମ ଧରିଛନ୍ତି ସୁଜିତ କୁମାର ।

0 Comments