ବାଲେଶ୍ବର: ଆଜି ଚାନ୍ଦିପୁର ସ୍ଥିତ ସମନ୍ବିତ ପରୀକ୍ଷଣ ଘାଟି (ଆଇଟିଆର)ରୁ ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ପରୀକ୍ଷଣ କରାଯାଇଛି । ଆଜି ଅପରାହ୍ନ 3ଟା 19 ମିନିଟରେ ଭାଟିକାଲ ଲଞ୍ଚ ସ୍ବଳ୍ପ ଦୂରଗାମୀ ଭୂ-ପୃଷ୍ଠରୁ ଆକାଶକୁ ଲକ୍ଷ୍ୟଭେଦ କରିପାରୁଥିବା VL-SRSAM(Vertical Luch Short Range Surface to Air Missile) କ୍ଷେପଣାସ୍ତ୍ରର ପରୀକ୍ଷଣ ହୋଇଛି । ଲଞ୍ଚପ୍ୟାଡ 3ନଂରୁ କ୍ଷେପଣାସ୍ତ୍ରର ପରୀକ୍ଷଣ ହୋଇଛି । ଏଥିପାଇଁ ଲଞ୍ଚପ୍ୟାଡର ସାଢେ ଦୁଇ କିଲୋମିଟର ପରିଧି ଅଞ୍ଚଳର ଜନସାଧାରଣଙ୍କୁ ଅନ୍ୟତ୍ର ସ୍ଥାନାନ୍ତରିତ କରାଯାଇଛି । ଆଜି ସକାଳୁ ଗ୍ରାମବାସୀ ଘର ଛାଡି ଅସ୍ଥାୟୀ କ୍ୟାମ୍ପରେ ଆଶ୍ରୟ ନେଇଛନ୍ତି । ଏଥିପାଇଁ ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି ।

, __Noto_Sans_Fallback_4cce57; font-size: 17px;">ଜିଲ୍ଲା ପ୍ରଶାସନର ସୂଚନା ଅନୁସାରେ,"ଜୟଦେବକସବା ପାହି ଓ ସାହାଜାନଗର ପାହି ଗ୍ରାମର ୧,୦୯୩ ଜଣ, ଭୀମପୁର ପାହି ଓ ତୁଣ୍ଡରା ପାହି ଗ୍ରାମର ୮୯୫ ଜଣ ଓ ଖଡୁପାହି ଓ କୁସୁମୁଳୀ ଗ୍ରାମର ୧,୧୧୨ ଜଣଙ୍କୁ ମିଶାଇ ନିକଟବର୍ତ୍ତୀ ଅଞ୍ଚଳର ମୋଟ ୩,୧୦୦ ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ସମସ୍ତ ସୁବନ୍ଦୋବସ୍ତ କରାଯାଇଛି । ଏଥିପାଇଁ ସମସ୍ତ ସୁବିଧା ସହ ଅସ୍ଥାୟୀ କ୍ୟାମ୍ପ ପ୍ରସ୍ତୁତି ଶେଷ ହୋଇଛି ।

ଜୟଦେବକସବା ପାହି ଓ ସାହାଜାନନଗର ପାହି ଜନସାଧାରଣଙ୍କ ପାଇଁ ଜୟଦେବକସବା ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳୀଠାରେ ଅସ୍ଥାୟୀ ଶିବିର ନିର୍ମାଣ କରାଯାଇଛି । ସେହିପରି ଖଡୁପାହି ଓ ତୁଣ୍ଡରା ପାହିର ଜନସାଧାରଣଙ୍କ ପାଇଁ ଅସ୍ଥାୟୀ ଶିବିର ଖଡୁ ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀଠାରେ ନିର୍ମାଣ କରାଯାଇଛି । କୁସୁମୁଳୀ ଓ ଭୀମପୁର ପାହିର ଜନସାଧାରଣଙ୍କ ନିମନ୍ତେ ଅସ୍ଥାୟୀ ଶିବିର ଭୀମପୁର ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀଠାରେ ନିର୍ମାଣ କରାଯାଇଛି । କ୍ଷେପଣାସ୍ତ୍ର ପରୀକ୍ଷଣ ସରିବା ପରେ ‘ଡିଆରଡିଓ’ର ସୂଚନା ଅନୁସାରେ, ଜିଲ୍ଲା ପ୍ରଶାସନ ଏମାନଙ୍କୁ ଗ୍ରାମକୁ ଫେରାଇ ଆଣିବ ।

ଉକ୍ତ ଅଞ୍ଚଳଗୁଡିକରେ ଗତକାଲି ଡ଼ାକବାଜି ଯନ୍ତ୍ର ଦ୍ୱାରା ଜନସାଧାରଣଙ୍କୁ ଆଜି ସକାଳଠାରୁ ସ୍ଥାନାନ୍ତର । କ୍ଷେପଣାସ୍ତ୍ର ପରୀକ୍ଷା ଶେଷ ହେବା ପର୍ଯ୍ୟନ୍ତ ଅସ୍ଥାୟୀ ଶିବିରରେ ରହିବାକୁ ସୂଚନା ଦିଆଯାଇଥିଲା । ଏହି ଅସ୍ଥାୟୀ ଆଶ୍ରୟସ୍ଥଳୀରେ ଜନସାଧାରଣଙ୍କ ପାଇଁ ଜଳଖିଆ ଏବଂ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା କରାଯାଇଛି । ଯୋଗ୍ୟ ହିତାଧିକାରୀଙ୍କ ପ୍ରାପ୍ୟ ଟଙ୍କା ସେହିଦିନ ୧୧ଟା ସୁଦ୍ଧା ତାଙ୍କ ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ପ୍ରଦାନ କରାଯିବା ନେଇ ମଧ୍ୟ ଜିଲ୍ଲା ପ୍ରଶାସନ ବ୍ୟବସ୍ଥା କରିଥିଲା ।

ସ୍ଥାନୀୟ ଏସପିଙ୍କ ସୂଚନା ଅନୁସାରେ," ଏହି ସମସ୍ତ ଅସ୍ଥାୟୀ ଆଶ୍ରୟସ୍ଥଳୀଗୁଡିକରେ ସ୍ଥାନାନ୍ତରିତ ଲୋକଙ୍କ ସୁବିଧା ପାଇଁ ୧୦୦ ରୁ ଊର୍ଦ୍ଧ୍ବ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ପୋଲିସ ପ୍ରଶାସନ ପକ୍ଷରୁ ୧୫ଟି ପୋଲିସ ଫୋର୍ସ ସେକ୍ସନ ମୁତୟନ କରାଯାଇଛି । ଲୋକେ ବାତ୍ୟା ଆଶ୍ରୟସ୍ଥଳୀରେ ରହିବା ସମୟ ମଧ୍ୟରେ କେମିତି ସେମାନଙ୍କ ଘର ଓ ସମ୍ପତ୍ତି ସୁରକ୍ଷିତ ରହିବ ସେ ଦିଗରେ ପୋଲିସ ପ୍ରଶାସନ ଯତ୍ନବାନ ରହିଛି । ଲୋକଙ୍କ ସୁରକ୍ଷାକୁ ପ୍ରାଧାନ୍ୟ ଦିଆଯାଇଛି । "

0 Comments