ଭୁବନେଶ୍ୱର: ଲୋକଙ୍କ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲଗାତାର ଭାବେ ଚର୍ଚ୍ଚାରେ ରହି ଆସିଛନ୍ତି । ମୋହନଙ୍କ ଦରଦୀପଣ ସାମ୍ନାକୁ ଆସିବା ପରେ ସେ ଦିନକୁ ଦିନ ଲୋକପ୍ରିୟ ହେବାରେ ଲାଗିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଯୋଗୁଁ ମୁମ୍ବାଇରୁ ଫେରିଛି ଜଣେ ପ୍ରବାସୀ ଶ୍ରମିକଙ୍କ ମୃତଦେହ । ବାଲେଶ୍ବରର ଓଡିଆ ଶ୍ରମିକ ଜଣଙ୍କ ହେଉଛନ୍ତି ମୁରଲୀଧର ମହକୁଡ଼ । ମୁରଲୀଧରଙ୍କ ମର ଶରୀର ପରିବାର ଲୋକଙ୍କ ପାଖରେ ପହଁଚିବ । ମୁରଲୀଧରଙ୍କ ପତ୍ନୀ ଓ ଝିଅ ସହିତ ଫୋନରେ କଥା ହୋଇଛନ୍ତି ମୁଖ୍ୟମନ୍ତ

ରୀ । ସମବେଦନା ଜଣାଇବା ସହ ଧର୍ଯ୍ୟ ରଖନ୍ତୁ, ମୁଁ ଆପଣଙ୍କ ସହିତ ଅଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ପ୍ରତିବଦଳରେ ପରିବାର ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ଗୋବିନ୍ଦପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାହାପୁର ଗାଁ'ର ନିବାସୀ ମୁରଲୀଧର ମହାକୁଡ । ମୁରଲୀଧର ମୁମ୍ବାଇରେ ଶ୍ରମଜୀବୀ ଭାବେ କାର୍ଯ୍ୟ କରୁଥିଲେ । ଅସୁସ୍ଥତା ବଶତଃ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି । ମୁରଲୀଧରଙ୍କ ପରିବାର ଅତ୍ୟନ୍ତ ଗରିବ । ମୁମ୍ବାଇରୁ ମୁରଲୀଧରଙ୍କ ମର ଶରୀର ଆଣିବା ପାଇଁ ତାଙ୍କ ପରିବାର ପାଖରେ ସମ୍ବଳ ନଥିଲା । ମର ଶରୀରକୁ ତାଙ୍କ ଗ୍ରାମକୁ ଆଣି କ୍ରିୟାକର୍ମ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ତାଙ୍କ ପରିବାର ପକ୍ଷରୁ ନିବେଦନ କରାଯାଇଥିଲା । ଏ ବିଷୟରେ ଅବଗତ ହେବା ପରେ ଜିଲ୍ଲା ପ୍ରଶାସନକୁ ଏହି ଅସହାୟ ପରିବାରକୁ ସହଯୋଗ କରିବା ପାଇଁ ମୁଖ୍ୟମନ୍ତ୍ରୀ ତୁରନ୍ତ ନିର୍ଦ୍ଦେଶ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କ ମର ଶରୀର ଆମ୍ବୁଲାନ୍ସ ଯୋଗେ ଓଡିଶା ଆଣିବା ପାଇଁ ବ୍ୟବସ୍ଥା କରାଯାଇଛି । ମୁରଲୀଧରଙ୍କ ମର ଶରୀର ଆଜି ତାଙ୍କ ଗ୍ରାମରେ ପହଞ୍ଚିବ ।

ମୁଖ୍ୟମନ୍ତ୍ରୀ ମୁରଲୀଧରଙ୍କ ପତ୍ନୀ ଓ ଯୁକ୍ତ ଦୁଇ ପଢୁଥିବା ଏକମାତ୍ର ଝିଅ ବର୍ଷାରାଣୀଙ୍କ ସହିତ ଟେଲିଫୋନ ଯୋଗେ କଥା ହୋଇଛନ୍ତି । ସମବେଦନା ମଧ୍ୟ ଜଣାଇଛନ୍ତି । ମୁଖ୍ୟମନ୍ତ୍ରୀ ମୁରଲୀଙ୍କ ପତ୍ନୀ ଓ ଝିଅଙ୍କୁ କହିଛନ୍ତି ଯେ, ଆପଣମାନେ ବ୍ୟସ୍ତ ହୁଅନ୍ତୁ ନାହିଁ । ଧୈର୍ଯ୍ୟ ରଖନ୍ତୁ । ମୁଁ ଆପଣଙ୍କ ସହିତ ଅଛି । ଝିଅକୁ କହିଥିଲେ ଯେ, ତୁମେ ଭଲ ପାଠ ପଢୁଛ । ତୁମେ କିପରି ପାଠ ପଢା ଜାରି ରଖିବ ସେଥିପାଇଁ ମୋର ସହଯୋଗ ରହିବ । ତୁମେ ଭଲ ପାଠ ପଢି ସମାଜରେ ପ୍ରତିଷ୍ଠିତ ହୁଅ । ସେଥିପାଇଁ ମୋର ଆଶୀର୍ବାଦ ଅଛି । ମୁଖ୍ୟମନ୍ତ୍ରୀ ପରଲୋକଗତ ମୁରଲିଧରଙ୍କ ଅମର ଆତ୍ମାର ସଦଗତି କାମନା ମଧ୍ୟ କରିଛନ୍ତି । ଦୈନନ୍ଦିନ କାର୍ଯ୍ୟ ବ୍ୟସ୍ତତା ଭିତରେ ଜଣେ ସମ୍ବେଦନଶୀଳ ମଣିଷ ଭାବେ ମୁଖ୍ୟମନ୍ତ୍ରୀ ଜଣେ ସାଧାରଣ ଲୋକର ଭାବାବେଗକୁ ଗୁରୁତ୍ବ ଦେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ । ସେଥିପାଇଁ ମୁରଲୀଧରଙ୍କ ପରିବାର କୃତଜ୍ଞତା ପ୍ରକାଶ କରିଛନ୍ତି ।

0 Comments