ଭୁବନେଶ୍ବର: ଗଣେଶ ପୂଜାରେ ବଡ଼ ଘୋଷଣା କରିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ । ଏଣିକି ଯୁକ୍ତ ଦୁଇ (+2) ନାମଲେଖା ପାଇଁ ସାମ୍ସ (SAMS)ରେ ଛାତ୍ରଛାତ୍ରୀଙ୍କ ତଥ୍ୟ ଦେବ ସ୍କୁଲ । ନବମରେ ପଢିଥିବା ପିଲାମାନଙ୍କ ଅନଲାଇନ ପଞ୍ଜିକରଣ ବ୍ୟବସ୍ଥା ହୋଇଛି । ବାପା, ମାଆଙ୍କ ନାଁ, ଜନ୍ମ ତାରିଖ ପରି ତଥ୍ୟ ପୋର୍ଟାଲରେ ଅପଲୋଡ଼ ହେବ । ଦଶମ ପରୀକ୍ଷାରେ ଏହି ତଥ୍ୟ ପୁଣି ରହିବ । ସାର୍ଟିଫିକେଟ ପାଇବା ସମୟରେ ଏହି ସମୟରେ ସ୍କୁଲ ସବୁ ତଥ୍ୟ SAMSକୁ ଦେବ । ଯାହା ଯୁକ୍ତ ଦୁଇ କଲେଜ ନାମଲେଖା ପାଇଁ ସୁବିଧା ହେବ । ଏଥି ପାଇଁ ନବମରୁ ହିଁ ଛାତ୍ରଛାତ୍ରୀମାନଙ୍କୁ ସବୁ ଠିକ ତଥ୍ୟ ଦେବାକୁ ପଡ

ିବ । ହେଲେ ଭୁଲ ତଥ୍ୟ ଠିକ କରିବାକୁ ଲମ୍ବା ପ୍ରକ୍ରିୟା ଦେଇ ଯିବାକୁ ହେବ । ସ୍କୁଲର ପ୍ରଧାନ ଶିକ୍ଷକ ଏହାକୁ ଯାଞ୍ଚ କରିବେ । CBSE ଓ ICSE ଯୁକ୍ତ ଦୁଇ ପାଇଁ ମଧ୍ୟ ଏହି ତଥ୍ୟ ଦିଆଯିବ । ଏନେଇ ସୂଚନା ଦେଇଛନ୍ତି ବିଏସଇ ସଭାପତି ଶ୍ରୀକାନ୍ତ ତରାଇ ।

BSEର ସଭାପତି ଶ୍ରୀକାନ୍ତ ତରାଇ କହିଛନ୍ତି, "ବୋର୍ଡ ତରଫରୁ ନବନ ଶ୍ରେଣୀରେ ଯେଉଁ ପିଲାମାନେ ଆସି ପଢ଼ିବେ ସେମାନଙ୍କ ପାଇଁ ଅନଲାଇନରେ ପଞ୍ଜିକରଣ କରିବାର ବ୍ୟବସ୍ଥା ଆମେ କରିଛୁ । ଛାତ୍ରଛାତ୍ରୀମାନେ ଯେଉଁ ତଥ୍ୟ ସବୁ ଦେଇଛନ୍ତି, ଯେପରି କି ବାପା ମାଆଙ୍କ ନାଁ, ଜନ୍ମ ତାରିଖ ଭଳି ସମସ୍ତ ତଥ୍ୟ ନିର୍ଭୁଲ ଭାବରେ SAMS ପୋର୍ଟାଲରେ ଅପଲୋଡ କରିବେ । ଯାହା ଫଳରେ ଏସବୁ ତଥ୍ୟ ଆମ ପାଖରେ ରହିଲେ ୧୦ମ ଶ୍ରେଣୀ ପରୀକ୍ଷା କରାଇବାରେ ସହ ସାର୍ଟିଫିକେଟ ଦେବାରେ ସହଜ ହେବ । ଆମେ ଏସବୁ ତଥ୍ୟ SAMS ପୋର୍ଟାଲରେ ଦେଇଦେବୁ । ଯାହାଫଳରେ ଯୁକ୍ତ ୨ ପ୍ରବେଶିକା ବେଳେ ସେମାନଙ୍କ ପାଇଁ ସହଜ ହେବ । ସଠିକ ଭାବରେ ତଥ୍ୟ ଅପଲୋଡ କରିବାକୁ ପଡ଼ିବ । ତଥ୍ୟ ଭୁଲ ହେଲେ ତଥ୍ୟ ଠିକ କରିବାକୁ ଲମ୍ବା ପ୍ରକ୍ରିୟା ଦେଇ ଯିବାକୁ ହେବ । ସ୍କୁଲରେ ପ୍ରଧାନଶିକ୍ଷକ ଓ କ୍ଲର୍କମାନେ ଛାତ୍ରଛାତ୍ରୀମାନଙ୍କୁ ପଞ୍ଜିକରଣରେ ସାହାଯ୍ୟ କରିବେ । ପ୍ରତି ବର୍ଷ ପାଖାପାଖି ୬ ଲକ୍ଷ ପିଲା ମାଟ୍ରିକ ପରୀକ୍ଷା ଦେଉଛନ୍ତି ।"

ଫେବୃଆରୀ ୧୫ ତାରିଖରୁ ଯୁକ୍ତ ଦୁଇ (+2) ବାର୍ଷିକ ପରୀକ୍ଷା ଅନୁଷ୍ଠିତ ହେବା ନେଇ ଯୋଜନା କରାଯାଇଛି । ପ୍ରାକ୍ଟିକାଲ ପରୀକ୍ଷା ଜାନୁଆରୀ ୨ ତାରିଖରୁ ୧୫ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ । ଉଚ୍ଚ ମାଧ୍ୟମିକ ସ୍କୁଲଗୁଡ଼ିକ ତାଙ୍କ ସୁବିଧା ଦେଖି ଏହି ସମୟ ମଧ୍ୟରେ ପରୀକ୍ଷା କରିବେ । ସେହିଭଳି ଇଣ୍ଟରନାଲ ପରୀକ୍ଷା ଆସନ୍ତା ଡିସେମ୍ବର ୨୬ ତାରିଖରୁ ଜାନୁଆରୀ ୧୫ ମଧ୍ୟରେ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ୨୦୨୫ ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷା ପାଇଁ ଫର୍ମ ପୂରଣ ଚଳିତ ମାସରୁ ଆରମ୍ଭ କରିବା ପାଇଁ ସିଏଚ୍‌ଏସ୍‌ଇ ଯୋଜନା ରଖିଥିଲା । କିନ୍ତୁ ବର୍ତ୍ତମାନ ସମୟରେ ୨୦୨୪-୨୫ ଶିକ୍ଷାବର୍ଷ ପାଇଁ ଯୁକ୍ତ ଦୁଇ ନାମଲେଖା ଶେଷ ହୋଇ ନ ଥିବାରୁ ଏହାକୁ ଆଉ କିଛି ଦିନ ପର୍ଯ୍ୟନ୍ତ ଘୁଞ୍ଚା ଯାଇଥିଲା । ଯୁକ୍ତ ଦୁଇ ପରୀକ୍ଷା ଫର୍ମ ପୂରଣ ଆସନ୍ତା ସେପ୍ଟେମ୍ବର ପ୍ରଥମ ସପ୍ତାହରୁ ଆରମ୍ଭ ହେବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କୁହାଯାଇଛି ।

0 Comments