ଭୁବନେଶ୍ୱର- ପଶ୍ଚିମ-ଓଡିଶାର ଗଣପର୍ବ ନୂଆଁଖାଇ ଅବସରରେ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏମାନଙ୍କ ସହ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି ।

ଶୁଭେଚ୍ଛା ଟ୍ବିଟରେ ରାଷ୍ଟ୍ରପତି ମୁର୍ମୁ ଲେଖିଛନ୍ତି,‘‘ନୂଆଁଖାଇ ଉପଲକ୍ଷେ ଦେଶବାସୀ ବିଶେଷକରି ଓଡ଼ିଶାବାସୀଙ୍କୁ ମୁଁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଉଛି । ନୂଆଁଖାଇ ଆମ କୃଷିଭିତ୍ତିକ ଜନଜୀବନର ଏକ ମହାନ ପର୍ବ । ଦେଶର କୃଷକ ଭାଇଭଉଣୀମାନଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କରିବାର ଏହା ଏକ ବିଶେଷ ଅବସର । ଏହି ପର୍ବ ସଭିଙ୍କ ଜୀବନକୁ ସୁଖ ସମୃଦ୍ଧିରେ ଭରିଦେଉ, ଏହା ମୋର ଆନ୍ତରିକ କାମନା ।’’

ସେହିପରି ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଲେଖିଛନ୍ତି

saturate: ; --tw-sepia: ; --tw-drop-shadow: ; --tw-backdrop-blur: ; --tw-backdrop-brightness: ; --tw-backdrop-contrast: ; --tw-backdrop-grayscale: ; --tw-backdrop-hue-rotate: ; --tw-backdrop-invert: ; --tw-backdrop-opacity: ; --tw-backdrop-saturate: ; --tw-backdrop-sepia: ; font-weight: bolder; font-family: __Noto_Sans_4cce57, __Noto_Sans_Fallback_4cce57; font-size: 17px;">,‘‘ପଶ୍ଚିମ-ଓଡ଼ିଶାର ଗଣପର୍ବ ନୂଆଁଖାଇ ଉପଲକ୍ଷେ ସମସ୍ତଙ୍କୁ ନୂଆଁଖାଇ ଜୁହାର । ମା' ସମଲେଶ୍ୱରୀଙ୍କ ନିକଟରେ ସମସ୍ତଙ୍କର ସୁଖ ଓ ସମୃଦ୍ଧି କାମନା କରିବା ସହ ଜଗତର କଲ୍ୟାଣ କାମନା କରୁଛି ।’’

କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଟ୍ବିଟରେ ସମ୍ବଲପୁରୀ ଭାଷାରେ ଲେଖିଛନ୍ତି,‘‘ଆମର୍ ରାଏଜ୍ ର ମହାନ୍ କୃଷିଭିତ୍ତିକ୍ ଗଣପର୍ବ ‘ନୂଆଁଖାଇ’ ଅବସର୍ ଥି ରାଏଜ୍‌ବାସୀ କୁଁ ବହୁତ୍ ଶୁଭେଚ୍ଛା ଆର୍ ଅଭିନନ୍ଦନ୍ ଜନଉଛେଁ । ଆମର୍ ବଡ୍‌ଖା ତିହାର୍ ‘ନୂଆଁଖାଇ’ ର୍ ଇ ଶୁଭ୍ ଅବସର୍ ନେ ସମ୍‌କର୍‌ ସୁସ୍ୱାସ୍ଥ୍ୟ, ସୁଖ୍, ସମୃଦ୍ଧି, ଆର୍ ପ୍ରଗତି ର୍ ଲାଗି ମାଁ ସମ୍‌ଲେଇ ଆର୍ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର୍ ଠାନେ ଗୁହାରି କରୁଛେଁ । ’’

ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଟ୍ବିଟରେ ଭିଡିଓ ବାର୍ତ୍ତାରେ କହିଛନ୍ତି, ‘‘ସମକୁ ମୋର ନୂଆଁଖାଇ ଜୁହାର। ମା' ସମଲେଶ୍ବରୀଙ୍କ କୃପା ସଭିଙ୍କ ଜୀବନରେ ସୁଖ ଓ ସମୃଦ୍ଧି ଭରିଦେଉ। ଜୟ ମା' ସମଲେଇ ।’’

ଅନ୍ୟପଟେ ଆଜି ସମ୍ବଲପୁରରେ ମା’ ସମଲେଇଙ୍କ ଦର୍ଶନ ସହ ନବାନ୍ନ ଗ୍ରହଣ କରି ନୂଆଁଖାଇ ପାଳିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଏହା ସହ ଆଜି ସିଏମ କିଶାନ ଯୋଜନାର ମଧ୍ୟ ଶୁଭାରମ୍ଭ କରିବେ । ହିତାଧିକାରୀ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଯୋଜନାର ପ୍ରଥମ କିସ୍ତି ଟଙ୍କା ଟ୍ରାନ୍ସଫର ହେବ ।

0 Comments