ବିରୋଧୀଙ୍କୁ ନବୀନଙ୍କ କଡ଼ା ଜବାବ । ନବୀନଙ୍କ ପ୍ରଚାର ଭିଡିଓ କୃତ୍ରିମ ବୁଦ୍ଧିମତା (AI)ର ଡିପଫେକ ଫିଚର ଦ୍ବାରା ପ୍ରସ୍ତୁତ କରାଯାଉଥିବା ନେଇ ବିରୋଧୀଙ୍କ ଲଗାତାର ଟାର୍ଗେଟ ପରେ ଶେଷରେ ମୁହଁ ଖୋଲିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସେ ନିଜକୁ ସମ୍ପୂର୍ଣ୍ଣ ଫିଟ୍‌ ବୋଲି କହିଛନ୍ତି । ସେପଟେ 5T ଅଧ୍ୟକ୍ଷ ତଥା ବିଜେଡି ନେତା ଭି.କେ ପାଣ୍ଡିଆନ ମଧ୍ୟ ବିରୋଧୀଙ୍କ ମନ୍ତବ୍ୟକୁ ଟାର୍ଗେଟ କରି କହିଛନ୍ତି ଯେ ବିରୋଧୀମାନେ ନବୀନଙ୍କ ସ୍ବାସ୍ଥ୍ୟକୁ ନେଇ ମିଥ୍ୟା ପ୍ରଚାର କରୁଛନ୍ତି । ମୟୂରଭଞ୍ଜ ବାରିପଦାରେ ଜନସଭାରେ ଯୋଗଦେଇ ଏପରି କହିଛନ୍ତି ପାଣ୍ଡିଆନ ।

ଏକ ଜାତୀୟ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, "ବିଜେପି ଯେଉଁ ପରିମାଣରେ ମିଛ କହୁଛି, ତାର ଏକ ସୀମା ଅଛି । ଆପଣମାନେ ଦେଖିପାରୁଥିବେ ମୁଁ ସମ୍ପୂର୍ଣ୍ଣ ସୁସ୍ଥ ଅଛି । ଗତ 1 ମାସ ଧରି ମୁଁ ବିଭିନ୍ନ ସ୍ଥାନରେ ନିର୍ବାଚନ ପ୍ରଚାର କରୁଛି ।" ଏହା ପୂର୍ବରୁ ମଧ୍ୟ ନବୀନ ଏହି ପ୍ରସଙ୍ଗରେ ଏକ ଛୋଟ ଭିଡିଓ ଜାରି କରିଥିଲେ । ଯେଉଁଥିରେ ଭିକେ ପାଣ୍ଡିଆନ ଏହି ପ୍ରସଙ୍ଗରେ ତାଙ୍କୁ ପ୍ରଶ୍ନ କରିଥିଲେ । ନବୀନ କହିଥିଲେ ଯେ ସେ ଯଦି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସିର ବ୍ୟବହାର କରୁଛନ୍ତି, ତେବେ ବିଜେପି ଇଣ୍ଟେଲିଜେନ୍ସିର ବ୍ୟବହାର କରୁଛି । ସେ ପରୋକ୍ଷରେ କେନ୍ଦ୍ର ବିଜେପିକୁ କଟାକ୍ଷ କରିଥିଲେ । ବିଜେପି ନିଜ କ୍ଷମତାର ଅପବ୍ୟବହାର କରି କେନ

ଦ୍ରୀୟ ତଦନ୍ତକାରୀ ସଂସ୍ଥାର ଦୁର୍ବ୍ୟବହାର କରୁଥିବା ଅଭିଯୋଗ ହୋଇଆସୁଛି ।

ଅନ୍ୟପଟେ ବିଜେଡି ନେତା ଭିକେ ପାଣ୍ଡିଆନ ମଧ୍ୟ ପ୍ରତିକ୍ରିୟା ରଖି କହିଛନ୍ତି, "ମୁଁ ଆଶା କରୁଛି ବିଜେପି ଅନ୍ୟ କୌଣସି ପ୍ରସଙ୍ଗ ନେଇ ଆସୁ, ଯେଉଁ କଥାର ବାସ୍ତବରେ ଅସ୍ତିତ୍ବ ନାହିଁ ବିଜେପି ତାହା କହୁଛି । ସେମାନେ ମୁଖ୍ୟମନ୍ତ୍ରୀ ନବୀନଙ୍କ ସ୍ବାସ୍ଥ୍ୟ ବିରୋଧରେ ଅପପ୍ରଚାର କରୁଛନ୍ତି । ନବୀନଙ୍କ ବିରୋଧରେ ଆପତ୍ତିଜନକ ଶବ୍ଦର ଉପଯୋଗ କରୁଛନ୍ତି । ଆମେ ସମସ୍ତେ ମୁଖ୍ୟମନ୍ତ୍ରୀଙ୍କୁ ଦେଖୁଛନ୍ତି, ଏହା ସତ୍ତ୍ବେ ଏପରି ଅଭିଯୋଗ ଆଣିବା ଦୁର୍ଭାଗ୍ୟଜନକ । ଓଡ଼ିଶାବାସୀ ଏହାକୁ ଗ୍ରହଣ କରିବେ ନାହିଁ । ବିଜେଡିକୁ ଟାର୍ଗେଟ କରିବା ପାଇଁ ବିଜେପି ଅନ୍ୟ କୌଣସି ପ୍ରସଙ୍ଗ ଆଣିବ ବୋଲି ମୁଁ ଆଶା କରୁଛି ।"

ସେହିପରି ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାରରେ ଆସୁଥିବା କେନ୍ଦ୍ରୀୟ ନେତା ମଧ୍ୟ ସମାନ କଥାକୁ ଦୋହରାଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅସୁସ୍ଥ ହୋଇପଡିଲେଣି । ସେ ପୁଣି ଥରେ ଶାସନ କରିବା ସମ୍ଭବ ନୁହେଁ ବୋଲି ଅଭିଯୋଗ କରୁଛନ୍ତି । ଗୁରୁବାର ଓଡ଼ିଶା ଗସ୍ତରେ ଆସି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ନବୀନ ଓ ପାଣ୍ଡିଆନଙ୍କୁ ଟାର୍ଗେଟ କରିଥିଲେ । ଓଡ଼ିଶାକୁ ତାମିଲବାବୁ ଚଲାଉଛନ୍ତି । ମୁଖ୍ୟମନ୍ତ୍ରୀ ଅସୁସ୍ଥ ହୋଇପଡିଲେଣି । ତାଙ୍କୁ ବିଶ୍ରାମ ଦେଇ ବିଜେପିକୁ ଭୋଟ ଦେବାକୁ ସେ ଓଡ଼ିଶାବାସୀଙ୍କୁ ଅପିଲ୍‌ କରିଥିଲେ ।

0 Comments