ରାଇରଙ୍ଗପୁର: ଶିମିଳିପାଳରୁ ଫେରାର ହେଇଗଲା ବାଘୁଣୀ ଜୀନତ୍ । ପଡୋଶୀ ରାଜ୍ୟ ଝାଡ଼ଖଣ୍ଡର ଘଞ୍ଚ ଜଙ୍ଗଲକୁ

ୀନତ ପଳାଇ ଯାଇଥିବା ବନବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସୁଦୂର ମହାରାଷ୍ଟ୍ରରୁ ଶିମିଳିପାଳ ଅଭୟାରଣ୍ୟକୁ ଅଣାଯାଇଥିବା ମହାବଳ ବାଘୁଣୀ ଜୀନତ କିଛି ଦିନ ଶିମିଳିପାଳ ଅଭୟାରଣ୍ୟରେ ବିଚରଣ କରିବା ପରେ ଝାଡ଼ଖଣ୍ଡ ରାଜ୍ୟର ଘଞ୍ଚ ଜଙ୍ଗଲକୁ ପଳାଇ ଯାଇଥିବା ଜଣାପଡିଛି ।

ଏ ସମ୍ପର୍କରେ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ କ୍ଷେତ୍ର ନିର୍ଦ୍ଦେଶକ ତଥା ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ଡକ୍ଟର ପ୍ରକାଶ ଚାନ୍ଦ ଗୋଗିନେନି ସୂଚନା ପ୍ରଦାନ କରିଛନ୍ତି । ତାଙ୍କ ସୂଚନା ଅନୁଯାୟୀ, "ଗତକାଲି(ରବିବାର) ରବିବାର ରାତିରେ ଜୀନତ ବାଙ୍ଗିରିପୋଷି ରେଞ୍ଜ, ବିଶୋଇ ରେଞ୍ଜ ଓ ରାଇରଙ୍ଗପୁର ରେଞ୍ଜ ଦେଇ ଓଡିଶା ସୀମା ପାର କରି ଝାଡ଼ଖଣ୍ଡର ଘଞ୍ଚ ଜଙ୍ଗଲରେ ପ୍ରବେଶ କରିଛି । ବାଘୁଣୀ ଜୀନତକୁ ଶିମିଳିପାଳ ଅଭୟାରଣ୍ୟ ମଧ୍ୟକୁ ଫେରାଇ ଆଣିବାର ସେମିତି କିଛି ପ୍ରକ୍ରିୟା ନାହିଁ ।" ବନବିଭାଗର ଅନୁଧ୍ୟାନକାରୀ ଟିମ ଝାଡ଼ଖଣ୍ଡ ବନବିଭାଗ ସହିତ ଏ ସମ୍ପର୍କରେ ଆଲୋଚନା ମଧ୍ୟ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଶିମିଳିପାଳରେ ମହାବଳ ବାଘର ବଂଶ ବୃଦ୍ଧି ଲକ୍ଷ୍ୟ ନେଇ ମହାରାଷ୍ଟ୍ରର ତଡବା ସ୍ଥିତ ଅନ୍ଧାରୀ ଜାତୀୟ ବ୍ୟାଘ୍ର ଅଭୟାରଣ୍ୟରୁ ଗତ ନଭେମ୍ବର ୧୪ ତାରିଖରେ ଶିମିଳିପାଳ ଅଭୟାରଣ୍ୟକୁ ତିନି ବର୍ଷର ବାଘୁଣୀ ଜୀନତକୁ ଅଣାଯାଇଥିଲା । ୧୫ ନଭେମ୍ବର ସକାଳ ସମୟରେ ଶିମିଳିପାଳର ଚହଲା ନିକଟସ୍ଥ ଏକ ସଫ୍ଟ ଏନକ୍ଲୋଜର ମଧ୍ୟରେ ଜୀନତକୁ ଛଡାଯାଇଥିଲା । ସେହି ଏନକ୍ଲୋଜର ମଧ୍ୟରେ ବାଘୁଣୀ ଜୀନତ ୩ଟି ବାରହା ଶିକାର କରିବା ପରେ ସୁସ୍ଥ ଥିବାରୁ ନଭେମ୍ବର ୨୪ ରାତିରେ ଶିମିଳିପାଳ ଅଭୟାରଣ୍ୟର ଘଞ୍ଚ ଜଙ୍ଗଲରେ ଛଡାଯାଇଥିଲା । ଟ୍ରାପ ଚିପ୍‌ ଲଗାଇ ଶିମିଳିପାଳ ଅଭୟାରଣ୍ୟ କୋର ଅଞ୍ଚଳରେ ବାଘୁଣୀ ଜୀନତକୁ ଛାଡିଥିଲେ ଶିମିଳିପାଳ କର୍ତ୍ତୃପକ୍ଷ ।

0 Comments