ଗତକାଲି ମହାରାଷ୍ଟ୍ରରୁ ଶିମିଳିପାଳ ଅଭୟାରଣ୍ୟ ଆସିଥିଲା ବାଘୁଣୀ ଯମୁନା । ଆଜି (ସୋମବାର) ଶିମିଳିପାଳ ଅଭୟାରଣ୍ୟର କୋର ଅଞ୍ଚଳରେ ଥିବା ଏନକ୍ଲୋଜରରେ ବାଘୁଣୀକୁ ଛଡାଯାଇଛି ।

ମହାରାଷ୍ଟ୍ରର ତଡ଼ବା ଅନ୍ଧାରୀ ବ୍ୟାଘ୍ର ଅଭୟାରଣ୍ୟରୁ ଏକ ସ୍ୱତନ୍ତ୍ର ଗାଡ଼ିରେ କଡ଼ା ସୁରକ୍ଷା ମଧ୍ୟରେ ମହାବଳ ବାଘୁଣୀକୁ ଅଣାଯାଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କୋର ଅଞ୍ଚଳରେ ଛଡ଼ାଯାଇଥିଲା । ତେବେ କୋର‌୍ ଅଞ୍ଚଳରେ ଏକ ଏନକ୍ଲୋଜରରେ ବାଘୁଣୀକୁ ଛଡ଼ାଯାଇଛି । ଶିମିଳିପାଳ ଅଭୟାରଣ୍ୟରେ ବାଘ ବଂଶ ବୃଦ୍ଧି ଲକ୍ଷ୍ୟରେ ବାଘୁଣୀକୁ ମ‌ହାରାଷ୍ଟ୍ରରୁ ଅଣାଯାଇଛି। ପାଖାପାଖି ୯୦୦ କିଲୋମିଟର ଯାତ୍ରା କରି ମହାରାଷ୍ଟ୍ରର ତଡ଼ବା ଅନ୍ଧାରୀ ବ୍ୟାଘ୍ର ଅଭୟାରଣ୍ୟରୁ ଏକ ସ୍ବତନ୍ତ୍ର ଗାଡ଼ିରେ କଡ଼ା ସୁରକ୍ଷା ମଧ୍ୟରେ ବାଘୁଣୀକୁ ଅଣାଯାଇଛି । ସ୍ବତନ୍ତ୍ର ଏନକ୍ଲୋଜରରେ ରଖି ଅବଜରଭେସନ କଲା ପରେ ଶିମିଳିପାଳ କୋର ଏରିଆ ଭିତରେ ଛଡ଼ାଯିବ ବୋଲି ସୂଚନା ପ୍ରଦାନ କରିଛନ୍ତି ବନ୍ୟପ୍ରାଣୀ ପିସିସିଏଫ ସୁଶାନ୍ତ ନନ୍ଦ ।

ବାଘୁଣୀଟିର ବୟ

ସ ୨ ବର୍ଷ ୭ ମାସ ହୋଇଥିବାବେଳେ ତାହାର ସ୍ବାସ୍ଥ୍ୟ ଯାଞ୍ଚ କରାଯାଇଛି । ବାଘୁଣୀଟି ସମ୍ପୂର୍ଣ୍ଣ ସୁସ୍ଥ ମଧ୍ୟ ରହିଛି । ସୂଚନା ଅନୁଯାୟୀ, ଶିମିଳିପାଳର ଜଳବାୟୁ ବାଘମାନଙ୍କ ପାଇଁ ଉପଯୁକ୍ତ ସ୍ଥାନ ଅଟେ । ବହୁ ପୂର୍ବରୁ ଶିମିଳିପାଳ ଅଭୟାରଣ୍ୟରେ ପାଖାପାଖି ୧୦୦ ବାଘ ଥିବା କହିଛନ୍ତି ପିସିସିଏଫ । ସରୋଜ ରାୟ ଚୌଧୁରୀଙ୍କ ସମୟରେ ବି ଶିମିଳିପାଳରେ ୬୦ ରୁ ଅଧିକ ବାଘ ଥିଲେ । ଶିମିଳିପାଳର ଜଳବାୟୁରେ ବେଶ ଖାପ ଖୁଆଇ ବାଘ ରହିପାରିବେ ବୋଲି କହିଛନ୍ତି ପିସିସିଏଫ।

ବାଘୁଣୀକୁ ଆଣିବା ପାଇଁ ଶିମିଳିପାଳ ଅଭୟାରଣ୍ୟର ଏକ ସ୍ୱତନ୍ତ୍ର ଦଳ କିଛି ଦିନ ପୂର୍ବରୁ ମହାରାଷ୍ଟ୍ର ଯାଇଥିଲେ । ପିସିସିଏଫ ସୁଶାନ୍ତ ନନ୍ଦଙ୍କ ସମେତ ଏହି ଟିମ ଶନିବାର ସକାଳ ୯ଟା ସମୟରେ ମହାରାଷ୍ଟ୍ର ଜଙ୍ଗଲରୁ ୨.୫ବର୍ଷର ବାଘୁଣୀକୁ ଚୟନ କରି ସ୍ୱାସ୍ଥ୍ୟ ଯାଞ୍ଚ କରିଥିଲେ। ଏଥିସହିତ ଆଇନ ଅନୁସାରେ ସମସ୍ତ କାର୍ଯ୍ୟ କରାଯାଇଥିଲା। ସମସ୍ତ ପ୍ରକ୍ରିୟା କରି ଗୋଟିଏ ବାଘୁଣୀକୁ ଯନ୍ତା ଗାଡ଼ିରେ ସ୍ଥଳ ପଥ ଦେଇ ଶିମିଳିପାଳ ଅଭୟାରଣ୍ୟକୁ ଅଣାଯାଇଥିବା ସୂଚନା ମିଳିଛି । ପଶୁ ଡାକ୍ତରୀ ଟିମ, ତାଲିମପ୍ରାପ୍ତ ବନ କର୍ମଚାରୀ ଏବଂ ଶିମିଳିପାଳ ବ୍ୟାଘ୍ର ସୁରକ୍ଷା ବଳ ଟିମ ରାସ୍ତାରେ ବାଘର ଯାଞ୍ଚ ପ୍ରକ୍ରିୟା କରିଛନ୍ତି । ରବିବାର ସନ୍ଧ୍ୟା ସୁଦ୍ଧା ଶିମିଳିପାଳ ଅଭୟାରଣ୍ୟରେ ବାଘୁଣୀ ପହଞ୍ଚିଥିଲା ।

0 Comments