ମୟୂରଭଞ୍ଜ: ରାଷ୍ଟ୍ରପତି ହେବା ପରେ ପ୍ରଥମ ଥର ନିଜ ଜନ୍ମମାଟିରେ ପାଦ ଦେଇଛନ୍ତି ମହାମହିମ ଦ୍ରୌପଦୀ ମୁର୍ମୁ । ଯେଉଁ ସ୍କୁଲରେ ପଢୁଥିଲେ ସେହି ସ୍କୁଲକୁ ଯାଇ ଛାତ୍ରଛାତ୍ରୀମାନଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି । ଉପରବେଡ଼ା ଏକ ଗାଁ ନୁହେଁ, ମୋ ପରିବାର ବୋଲି କହିଛନ୍ତି ରାଷ୍ଟ୍ରପତି ।
କାର୍ଯ୍ୟସୂଚୀ ଅନୁଯାୟୀ ଆଜି ଠିକ୍ ୧୧ଟା ୦୫ ମିନିଟ ସମୟରେ ରଙ୍ଗମାଟିଆ ସ୍ଥିତ ଅସ୍ଥାୟୀ ହେଲିପ୍ୟାଡରେ ପହଞ୍ଚିଥିଲେ ମହାମହିମ । ସ୍ବତନ୍ତ୍ର କାରକେଡ ଯୋଗେ ସଡ଼କ ପଥରେ ଉପରବେଡ଼ା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଆସିଥିଲେ । ସେଠାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ମହାମହିମ । ନିଜ ଅଭିଭାଷଣରେ ସର୍ବ ପ୍ରଥମେ ବଡ଼ମାନଙ୍କୁ ପ୍ରଣାମ, ସାଙ୍ଗମାନଙ୍କୁ ନମସ୍କାର ଓ ଛୋଟ ପିଲାମାନଙ୍କୁ ସ୍ନେହ ଜଣାଇବା ସହିତ ନିଜ ମା' ମାଟିକୁ ପ୍ରଣାମ ଜଣାଇଥିଲେ ।
oto_Sans_Fallback_43e412; font-size: 17px;">ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଜ ଅଭିଭାଷଣରେ କହିଛନ୍ତି ଯେ, ଉପରବେଡା ଗାଁର ସମସ୍ତ ଦେବାଦେବୀଙ୍କ ଆଶୀର୍ବାଦ ମୋ ଉପରେ ରହିଛି । ସ୍କୁଲ ଯାଇ ତଳେ ବସି ପଢୁଥିଲେ । ଘରେ ଓ ସ୍କୁଲରେ ଗୋବର ମଧ୍ୟ ଲେପି ଥିବାର କହିଛନ୍ତି । ପିଲାଦିନେ ପ୍ରତ୍ୟେକ ଅଗଷ୍ଟ ୧୫ ଓ ଜାନୁଆରୀ ୨୬ ତାରିଖ ଦିନ ପଞ୍ଚାୟତର ଗାଁ ଗାଁ ବୁଲି ସମସ୍ତଙ୍କ ଘରକୁ ଯାଉଥିବାର କହିଛନ୍ତି ମହାମହିମ । ଲେଖିବା ପାଇଁ କଲମ, ଖାତା ନଥିଲା । ସିଲେଇ କରି ଖାତା ତିଆରି କରି ପାଠ ପଢିଥିବା କହିଛନ୍ତି ମାଡାମ ପ୍ରେସିଡେଣ୍ଟ ।
ରାଷ୍ଟ୍ରପତି ଆହୁରି କହିଛନ୍ତି, "ବର୍ତ୍ତମାନ ସମୟରେ ଶିକ୍ଷାର ବହୁତ ଆବଶ୍ୟକତା ରହିଛି । ପାଠ ପଢ଼ିବାକୁ ହେଲେ ଉତ୍ତମ ପରିବେଶର ଆବଶ୍ୟକତା ରହିଛି । ଘରେ ଘରେ ସମସ୍ତେ ଶିକ୍ଷିତ ହେବା ହିଁ ମୁଖ୍ୟ ଉଦ୍ଦେଶ୍ୟ । ସେତେବେଳେ ପଢ଼ିବାର ଆଗ୍ରହ ଥିଲା ହେଲେ ସେ ସମୟରେ ଗାଁରେ ବିଦ୍ୟୁତ୍ ସଂଯୋଗ ନଥିଲା । ଡିବି ଆଲୁଅ ଜଳାଇ ପାଠ ପଢୁଥିଲି । ୩ କ୍ଲାସ , ୫ କ୍ଲାସରେ ସ୍କଲାରସିପ ମଧ୍ୟ ମିଳିଥିଲା । ବର୍ତ୍ତମାନ ସମାଜର ଭବିଷ୍ୟତ ହେଉଛନ୍ତି କୁନି କୁନି ପିଲାମାନେ । ଆସନ୍ତାକାଲିର ବି ଭବିଷ୍ୟତ ସେମାନେ। ବାପା ମାଆ ବହୁ ପରିଶ୍ରମ କରିଛନ୍ତି, ତେଣୁ ଛାତ୍ରଛାତ୍ରୀମାନଙ୍କୁ ମନ ଦେଇ ପାଠ ପଢ଼ନ୍ତୁ ।"
ରାଷ୍ଟ୍ରପତି ପିଲାଦିନର ସ୍ମୃତି ମନେ ପକାଇ କହିଛନ୍ତି ଯେ, ଭୁବନେଶ୍ବରରେ ପଢୁଥିବା ସମୟରେ ପୂରା ଗାଁ ତାଙ୍କ ପରିବାର ଭଳି ଲାଗୁଥିଲା। ଏବେ ସ୍ନେହ ଭାବ ଦେଖାଯାଉନି । ଆମକୁ ଏକତା ବଜାୟ ରଖିବାକୁ ପଡିବ। ପ୍ରତିଦିନ ସନ୍ଧ୍ୟାରେ ଭଗବାନଙ୍କ ନା ନେବାକୁ ପରାମର୍ଶ ଦେଇଛନ୍ତି । ସେତେବେଳେ ସବୁ ମାଟି ଘର ଥିଲା। ପାଣିର ବ୍ୟବସ୍ଥା ନଥିଲା। ପୋଖରୀରୁ ପାଣି ଆଣୁଥିବାର କହିଛନ୍ତି । ପିଲାମାନଙ୍କୁ ଆଗକୁ ବଢାଇବାର କେବଳ ଶିକ୍ଷକଙ୍କ କାମ ନୁହେଁ, ଅଭିଭାବକ ଓ ସମାଜର ମଧ୍ୟ କାମ। ଏହି ସ୍କୁଲକୁ ଆସିବା ପାଇଁ ବହୁ ପ୍ରୟାସ ପରେ ଆଜି ସଫଳ ହୋଇଥିବାର କହିଛନ୍ତି।
ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଉପହାର ଭେଟି ଦେଇଛନ୍ତି ରାଷ୍ଟ୍ରପତି । ମହାମହିମଙ୍କୁ ପଢାଇଥିବା ଶିକ୍ଷକମାନଙ୍କୁ ମଧ୍ୟ ସମ୍ମାନିତ କରିଛନ୍ତି ନିଜେ ମହାମହିମ ଦ୍ରୌପଦୀ ମୁର୍ମୁ । ସାଙ୍ଗସାଥିମାନଙ୍କୁ ମଧ୍ୟ କିଛି କିଛି ଉପହାର ପ୍ରଦାନ କରିଥିଲେ ମହାମହିମ । ସେଠାରୁ କାର୍ଯ୍ୟକ୍ରମର ସମାପନ ପରେ କମଳା ବିମଳା ଉଚ୍ଚ ବିଦ୍ୟାଳୟ ଯାଇଥିଲେ । ସେଠାରୁ ମହାମହିମ ନିଜ ଘରକୁ ଯାଇଥିଲେ। ପାରମ୍ପରିକ ରୀତିନୀତି ଅନୁସାରେ ମହାମହିମଙ୍କୁ ସ୍ବାଗତ କରିଥିଲେ ଗ୍ରାମବାସୀ ଓ ପରିବାରବର୍ଗ । ଆଉ ମହାମହିମଙ୍କୁ ଘରକୁ ପାଛୋଟି ନେଇଥିଲେ ପରିବାର ସଦସ୍ୟ ।