ଭୁବନେଶ୍ବର: ରାତି ପାହିଲେ ପଶ୍ଚିମ-ଓଡ଼ିଶାର ଗଣପର୍ବ ‘ନୂଆଁଖାଇ’ । ଏହି ଅବସରରେ ‘ସିଏମ କିଷାନ ଯୋଜନା’ର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ସମ୍ବଲପୁର ବିଶ୍ବବିଦ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ଯୋଜନାର ଶୁଭାରମ୍ଭ କରିବା ସହ ହିତାଧିକାରୀ ଚାଷୀଙ୍କ ବ୍ୟାଙ୍କ ଖାତାକୁ ଟ୍ରାନ୍ସଫର ହେବ ପ୍ରଥମ କିସ୍ତି । ଯେଉଁ ଚାଷୀମାନେ କେନ୍ଦ୍ରୀୟ ଯୋଜନ

‘ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି’ ଯୋଜନାରେ ସାମିଲ ହୋଇନପାରି ବାଦ ପଡିଥିଲେ, ସେମାନଙ୍କୁ ଏହି ଯୋଜନାରେ ରାଜ୍ୟ ସରକାର ଅନ୍ତର୍ଭୂକ୍ତ କରି ଦୁଇଟି କିସ୍ତିରେ 4 ହଜାର ଲେଖାଏଁ ଟଙ୍କା ପ୍ରଦାନ କରିବେ । ଏଥିରେ 45ଲକ୍ଷ 76ହଜାର 524 ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ 19 ଲକ୍ଷ 12 ହଜାର 122 ଭୂମିହୀନ ଚାଷୀ ଲାଭାନ୍ବିତ ହେବେ । ଏହା ସହ ଭୂମିହୀନ ଚାଷୀଙ୍କୁ 3ଟି କିସ୍ତିରେ 12,500 ଟଙ୍କା ମିଳିବ ।

ନୂଆଖାଇ ପାଇଁ ସୋମବାର 9 (ତାରିଖ) ବନ୍ଦ ରହିବ ରାଜ୍ୟର ସମସ୍ତ ବ୍ୟାଙ୍କ । ବ୍ୟାଙ୍କ ଓ ସମସ୍ତ ପ୍ରକାରର ବ୍ୟାଙ୍କିଂ ସେବା ପ୍ରଦାନକାରୀ ଅନୁଷ୍ଠାନ ମଧ୍ୟ ବନ୍ଦ ରହିବ । ଏନେଇ ରାଜସ୍ବ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । କିଛିଦିନ ପୂର୍ବେ ନୂଆଖାଇ ପାଇଁ ସରକାରୀ ଛୁଟି ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ସେପ୍ଟେମ୍ବର 8 ରେ ନୂଆଖାଇ ପଡୁଥିବା ବେଳେ ରରିବାର କାରଣରୁ ପରଦିନ ଅର୍ଥାତ 9 ତାରିଖକୁ ଛୁଟି ଘୋଷଣା କରାଯାଇଛି । ସେଦିନ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ, କୋର୍ଟ-କଚେରୀ ଓ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବା ନେଇ ସରକାର ଘୋଷଣା କରିସାରିଥିବା ବେଳେ ଏବେ ଏହିକ୍ରମରେ ବ୍ୟାଙ୍କ ଓ ବ୍ୟାଙ୍କିଂ ଅନୁଷ୍ଠାନ ମଧ୍ୟ ସାମିଲ ହୋଇଛି ।

ଆସନ୍ତାକାଲି (ରବିବାର) ସମ୍ବଲପୁର ଗସ୍ତ କରି ‘ସିଏମ କିଷାନ ଯୋଜନା’ର ଶୁଭାରମ୍ଭ କରିବେ ମୋହନ । ଗଙ୍ଗାଧର ମେହେର ବିଶ୍ବବିଦ୍ୟାଳୟ ଅଡିଟୋରିୟମରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯିବ । ଏନେଇ ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ବର ବଳିରାମ ବନ୍ଦୋର କହିଛନ୍ତି,'' ଯେଉଁ ଭୂମିହୀନ କୃଷକମାନେ ପିଏମ କିସାନ ଯୋଜନା ଅଧୀନରେ ଆସୁନଥିଲେ, ସେମାନଙ୍କୁ ‘ସିଏମ କିସାନ ଯୋଜନା’ର ଲାଭ ପାଇବେ । ଦୁଇଟି ପର୍ଯ୍ୟାୟରେ କୃଷକମାନଙ୍କୁ 4,000 ଟଙ୍କା ପ୍ରଦାନ କରାଯିବ । ନୂଆଁଖାଇରେ ପ୍ରଥମ କିସ୍ତିରେ କୃଷକମାନଙ୍କୁ 2000 ଟଙ୍କା ପ୍ରଦାନ କରାଯିବ । ଅକ୍ଷୟ ତୃତୀୟରେ ଦ୍ବିତୀୟ କିସ୍ତି ଦିଆଯିବ । ''


0 Comments