ଭୁବନେଶ୍ବର: ରାଜ୍ୟରେ ଚିନ୍ତା ବଢାଇଛି ବାର୍ଡ ଫ୍ଲୁ । ହଜାର ହଜାର କୁକୁଡାଙ୍କୁ ମାରି ଦିଆଯାଉଥିବା ବେଳେ କ୍ଷତିଗ୍ରସ୍ତ ହେଉଛନ୍ତି ଚାଷୀ । ହେଲେ ରାଜ୍ୟରେ ବାର୍ଡ ଫ୍ଲୁ ବ୍ୟାପିବାର କାରଣ କଣ ? କୁକୁଡାଙ୍କଠୁ ବ୍ୟାପିଛି ବାର୍ଡ ଫ୍ଲୁ ନା ଜଙ୍ଗଲୀ ପଶୁପକ୍ଷୀ । ଏନେଇ ଆସିଛି ଚାଞ୍ଚଲ୍ୟକର ତଥ୍ୟ । ଓଡ଼ିଶା ଗସ୍ତରେ ଆସି ସ୍ଥିତି ସମୀକ୍ଷା କରିଥିବା କେନ୍ଦ୍ରୀୟ ଟିମ ବାର୍ଡ ଫ୍ଲୁ ପଛରେ କୁକୁଡା ନୁହେଁ ବଂର ଜଙ୍ଗଲୀ ପଶୁ ପକ୍ଷୀ ଥାଇପାରନ୍ତି ବୋଲି ସନ୍ଦେହ କରୁଛନ୍ତି । ଏନେଇ ସୂଚନ

ଦେଇଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ର ।

ଦୁଇ ଦିନିଆ ଓଡ଼ିଶା ଗସ୍ତରେ ରହିଛନ୍ତି କେନ୍ଦ୍ରୀୟ ଟିମ । ତେବେ କେନ୍ଦ୍ରୀୟ ଟିମ ସଂକ୍ରମିତ ଅଞ୍ଚଳ ବୁଲି ସମୀକ୍ଷା କରିଛନ୍ତି । ଏହା ପରେ ଆଜି ମୁଖ୍ୟ ଶାସନ ସଚିବଙ୍କୁ ରିପୋର୍ଟ ପ୍ରଦାନ କରିଥିଲେ। ରାଜ୍ୟ ଜନସ୍ବାସ୍ଥ୍ୟ ବିଭାଗ, ଭେଟାନାରି, ଜିଲ୍ଲାର ମୁଖ୍ୟ ଚିକିତ୍ସା ଅଧିକାରୀ ଓ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ ସହ ବୈଠକ ରେ ମଧ୍ୟ ବାର୍ଡ ଫ୍ଲୁକୁ ନେଇ ଆଲୋଚନା ମଧ୍ୟ କରାଯାଇଛି ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ।

ତେବେ ଜନ ସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ସୂଚନା ଅନୁସାରେ "କୌଣସି ବ୍ୟକ୍ତି ଏହା ଦ୍ବାରା ସଂକ୍ରମିତ ହୋଇନାହାନ୍ତି । ୩ ଜଣଙ୍କୁ ଆଇସୋଲେସନରେ ରଖାଯାଇଥିଲା । ସେମାନଙ୍କ ରିପୋର୍ଟ ନେଗେଟିଭ ଆସିଛି । ଏହା ସହ ଅଧିକ ଟେଷ୍ଟିଂ ଓ ସାମ୍ପଲ କଲେକ୍ସନ ବଢ଼ାଇବାକୁ ସ୍ବାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ପୁରୀ ଅଞ୍ଚଳରେ ସ୍ଥିତି ନିୟନ୍ତ୍ରଣରେ ଥିବା କେନ୍ଦ୍ରୀୟ ଟିମ ସୂଚନା ଦେଇଛି"।

ବାର୍ଡ ଫ୍ଲୁ କୁ ନେଇ ଆତଙ୍କିତ ହୁଅନ୍ତୁ ନାହିଁ ବୋଲି କହିଛନ୍ତି ଜନ ସ୍ବାସ୍ଥ୍ୟ ନିର୍ଦ୍ଦେଶକ। ସେ ଆହୁରି ମଧ୍ୟ କହିଛନ୍ତି, "ଏନେଇ ପିପିଲି ସତ୍ୟବାଦୀ ଦୁଇଟି ଜାଗାରେ ରିପୋର୍ଟ ହେବା ସହ କୁକୁଡ଼ା ମରା ଅଭିଯାନ ଚାଲିଛି । ସଂକ୍ରମିତ ପକ୍ଷୀଙ୍କୁ ବିକ୍ରି କରନ୍ତୁ ନାହିଁ। ସେମାନଙ୍କୁ ମାରି ପୋତି ଦେବାକୁ କୁହାଯାଇଛି। ଏଥିପାଇଁ ସେମାନଙ୍କୁ କ୍ଷତିପୂରଣ ରାଶି ଦିଆଯାଉଛି। ଯଦି ସଂକ୍ରମିତ କୁକୁଡ଼ା ବାହାରକୁ ଛଡ଼ା ଯାଏ ତେବେ ସଂକ୍ରମଣ ବଢିବା ଆଶଙ୍କା ରହିଛି। ଏନେଇ ଷ୍ଟେଟ ରାପିଡ ରେସପନ୍ସ ଟିମ୍ ଓ ଜିଲ୍ଲା ରାପିଡ ରେସପନ୍ସ ଟିମ୍ କାର୍ଯ୍ୟ କରୁଛନ୍ତି ।

ଯେଉଁ ଅଞ୍ଚଳରେ ସଂକ୍ରମଣ ରହିଛି ସେ ସ୍ଥାନରେ ଚିକେନ ଖାଇବାକୁ ବାରଣ କରାଯାଇଛି । ଯାହା ଫଳରେ ହୁଏତ ମଣିଷକୁ ମଧ୍ୟ ହୋଇପାରେ ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ।

0 Comments