କେନ୍ଦୁଝରରେ ପ୍ରଥମ ଥର ଚଳିତ ୮ ତାରିଖରେ ହେବାକୁ ଯାଉଛି ୩୯ ତମ ଜାତୀୟ କନିଷ୍ଠ ବାଳକ ହ୍ୟାଣ୍ଡବଲ ଚମ୍ପିଆନସିପ । ଯାହାର ପ୍ରସ୍ତୁତି ତଥା ପୋଷାକ, ଟ୍ରଫି ଓ ମେଡାଲର ଆଜି ହୋଇଛି ଉନ୍ମୋଚନ । ଜିଲ୍ଲାପାଳ ବିଶାଲ ସିଂ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏ ସବୁକୁ କରିଥିଲେ ଉନ୍ମୋଚନ । ସାଙ୍ଗରେ ରାଜ୍ୟ ହାଣ୍ଡବଲ ସଂଘର ସମ୍ପାଦକ ମାନସ ସିଂ ଓ ଜିଲା ସଂଘର ସଭାପତି ଇଂ ବସନ୍ତ ଦାନି ଓ ସମ୍ପାଦକ ରିତିକ ଅଧିକାରୀ ତଥା କୋଷ
ଧ୍ୟକ୍ଷ ଦୟା ସାଗର ପଣ୍ଡା ଉପସ୍ଥିତ ଥିଲେ । ଏହି ଖେଳରେ ଦେଶର ସମସ୍ତ ରାଜ୍ୟ ଭାଗ ନେବେ । ଜିଲ୍ଲା ସଂଘଏହି ଖେଳକୁ ଆଯୋଜନ କରୁଥିବା ରୁ ଜିଲ୍ଲାର ସମସ୍ତ ଖେଳାଳୀ ଖୁସି ବ୍ୟକ୍ତ କରିଛନ୍ତି । ଦିର୍ଘ ୪୫ ବର୍ଷ ପରେ କେନ୍ଦୁଝରରେ ଜାତୀୟ ହ୍ୟାଣ୍ଡବଲ ଖେଳ ହେଉଥିବାରୁ କେନ୍ଦୁଝରବାସୀ ଏହାକୁ ନେଇ ବହୁ ଖୁସି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ସୁଚନା ଦେଇଛନ୍ତି ଜିଲ୍ଲା ହ୍ୟାଣ୍ଡବଲ ସଂଘ ସମ୍ପାଦକ ରିତିକ ଅଧିକାରୀ ।