କେନ୍ଦୁଝର - କେନ୍ଦୁଝରଗଡ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ପବିତ୍ର ଶ୍ରୀରାମନବମୀ ଉତ୍ସବ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମ ପ୍ରାରମ୍ଭରେ ପ୍ରଭୁ ଶ୍ରୀରାମଙ୍କର ପୂଜାର୍ଚ୍ଚନା କରାଯାଇଥିଲା। ଏହି ଅବସରରେ ମୁଖ୍ୟବକ୍ତା ଭାବରେ ପ୍ରବଚକ ଡ.ଦେ
ଦତ୍ତ ଷଡ଼ଙ୍ଗୀ ଯୋଗ ଦେଇ ଶ୍ରୀରାମଙ୍କ ଜୀବନ ଚରିତ ଉପରେ ଶିଶୁମାନଙ୍କୁ କହିଥିଲେ। ପରିଚାଳନା ସମିତିର ସମ୍ପାଦକ ସୁଧାଂଶୁ ଶେଖର ପଣ୍ଡା ଉପସ୍ଥିତ ଥିଲେ । ପ୍ରଧାନାଚାର୍ଯ୍ୟ ଅଲେଖ ମହାନ୍ତ ଅତିଥିଙ୍କ ପରିଚୟ ପ୍ରଦାନ ସହିତ ସ୍ୱାଗତ ଭାଷଣ ଦେଇଥିଲେ।