ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପକ୍ଷରୁ ଆସିଲା ବଡ ଖବର । 50 ଟଙ୍କା ବଢିଲା ଏଲ୍‌ପିଜି ଗ୍ୟାସ୍‌ ଦର । LPG ସିଲିଣ୍ଡର ପିଛା 50 ଟଙ୍କା ବୃଦ୍ଧି । LPG ସିଲିଣ୍ଡର ପିଛା 50 ଟଙ୍କା ବୃଦ୍ଧି ନିଷ୍ପତ୍ତି । ସୂଚନା ଦେଲେ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ହରଦୀପ ସିଂହ ପୁରୀ ।

px;">LPG ସିଲିଣ୍ଡର ପିଛା 50 ଟଙ୍କା ବଢାଇଲେ କେନ୍ଦ୍ର ସରକାର । PMUY ହିତାଧିକାରୀ 500 ବଦଳରେ ଦେବେ 550 ଟଙ୍କା । ଅନ୍ୟ ହିତାଧିକାରୀ 803 ବଦଳରେ ଦେବେ 853 ଟଙ୍କା । ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହରଦୀପ ସିଂ ପୁରୀଙ୍କ ସୂଚନା ।

ସାଧାରଣ ଲୋକଙ୍କୁ ବୋଝ ଉପରେ ନଳିତା ବିଡା । ମୁଦ୍ରାସ୍ଫୀତିରେ ଛଟପଟ ସାଧାରଣ ଜନତାଙ୍କୁ ମହଙ୍ଗା ମାଡ । LPG ଗ୍ୟାସ୍ ସିଲିଣ୍ଡରରେ 50 ଟଙ୍କା ବୃଦ୍ଧି । ଆସନ୍ତାକାଲି ( ଏପ୍ରିଲ 8 ତାରିଖ) ସକାଳଳୁ ଏଲପିଜି ମୂଲ୍ୟ 50 ଟଙ୍କା ବୃଦ୍ଧି ପାଇବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ସରକାରଙ୍କ ଏକ ପ୍ରମୁଖ ସାମାଜିକ କଲ୍ୟାଣ ଯୋଜନା ହେଉଛି ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନା (PMUY) । PMUYର ମୂଳ ଉଦ୍ଦେଶ୍ୟ ହେଉଛି ଭାରତର ଗ୍ରାମାଞ୍ଚଳର ଦାରିଦ୍ର ସୀମାରେଖା (ବିପିଏଲ୍) ପରିବାରର ମହିଳାମାନଙ୍କୁ ସ୍ୱଚ୍ଛ ରନ୍ଧନ ଇନ୍ଧନ, ବିଶେଷତଃ LPG (ତରଳ ପେଟ୍ରୋଲିୟମ ଗ୍ୟାସ୍) ଯୋଗାଇବା ।

କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ହାର୍ଦ୍ଦିକ ସିଂ ପୁରୀ କୁହନ୍ତି, "ଏଲପିଜିର ସିଲିଣ୍ଡର ମୂଲ୍ୟ 50 ଟଙ୍କା ବୃଦ୍ଧି ପାଇବ । 500ରୁ ଏହା 550 (PMUY ହିତାଧିକାରୀଙ୍କ ପାଇଁ) ଏବଂ ଅନ୍ୟମାନଙ୍କ ପାଇଁ ଏହା 803 ରୁ 853 ଟଙ୍କାକୁ ବୃଦ୍ଧି ପାଇବ । ଏହା ଏକ ପଦକ୍ଷେପ ଯାହାକୁ ଆମେ ସମୀକ୍ଷା କରିବୁ । ଏକ୍ସାଇଜ୍ ବୃଦ୍ଧି ଫଳରେ ତୈଳ ମାର୍କେଟିଂ କମ୍ପାନୀଗୁଡିକୁ 43,000 କୋଟି ଟଙ୍କା କ୍ଷତିପୂରଣ ସହିବାକୁ ପଡିବ ।"

ତୈଳ ବିତରଣ କମ୍ପାନୀଗୁଡ଼ିକ ଫେବୃଆରୀ ପ୍ରଥମ ଦିନ (୧ ତାରିଖ)ରେ ଏଲପିଜି ସିଲିଣ୍ଡରର ମୂଲ୍ୟକୁ ଅପଡେଟ୍ କରିଛନ୍ତି । ଫଳରେ କମର୍ସିଆଲ୍‌ ଏଲପିଜି ସିଲିଣ୍ଡର ଦର ସାମାନ୍ୟ ହ୍ରାସ ପାଇଛି । କମ୍ପାନୀଗୁଡିକ ୧୯ କିଲୋଗ୍ରାମ ବିଶିଷ୍ଟ କମର୍ସିଆଲ ଗ୍ୟାସ ସିଲିଣ୍ଡର ମୂଲ୍ୟ ୭ ଟଙ୍କା କମ୍ କରିଛନ୍ତି । ନୂତନ ମୂଲ୍ୟ ଆଜିଠାରୁ ଲାଗୁ ହୋଇଛି । ଘରୋଇ ଗ୍ୟାସ ସିଲିଣ୍ଡରର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ ।

0 Comments