ପୁରୀ: ରାଜ୍ୟ ରେ ଆଗାମୀ ଦିନରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ବିଜେପି ଓଡ଼ିଶାରେ ଯଦିଓ ଏକାକୀ ସରକାର ଗଠନ କରିଛି ଅନେକ ନୂଆ ବିଧାୟକ ଥିବାରୁ ଦଳରେ ସଠିକ୍ ତାଳମେଳ ଅଭାବ ରହିଛି। ଫଳରେ ବିଭିନ୍ନ ପ୍ରସଙ୍ଗରେ ବିରୋଧୀଙ୍କ ଆକ୍ରମଣ ରେ ବିଜେପି ସରକାର ବ୍ୟାକ୍ଫୁଟରେ ରହୁଛି। ଏହି ଭଳି ବିଭିନ୍ନ ବିଶୃଙ୍ଖଳା ଚାଲିଲେ ବିଜେପି ଆଗାମୀ ଦିନରେ କ୍ଷତି ସହିବାର ଆଶଙ୍କା ରହିଛି। ଏଣୁ ବିଜେପି ଆଗାମୀ ଦିନରେ କିଭଳି ମଜଭୁତ ହେବ, ବିଜେପି ବିଧାୟକ ଓ ସାଂସଦ ମାନେ ଆଗାମୀ ଦିନରେ କଣ କାର୍ଯ୍ୟକ୍ରମ କରିବେ ଓ କଣ କରିବେ ନାହିଁ ସେ ନେଇ ପୁରୀରେ ରାଜ୍ୟ ବିଜେପିର ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହେଉଛି।

ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଜେପି ନଡ଼ା ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଆଗାମୀ ଦିନରେ ବିଜେପି ଦଳ କିଭଳି ମଜଭୁତ ହେବ ତାହା ତାଙ୍କ ଭାଷଣରେ ଦଳୀୟ ବିଧାୟକ ଓ ସାଂସଦଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି। ପୁରୀରେ ଆରମ୍ଭ ହୋଇଥିବା ଦୁଇ ଦିନିଆ ପ୍ରଶିକ୍ଷଣ ଶିବିରରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ଼ାଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ବିଜେପି ସଭାପତି ମନ ମୋହନ ସାମଲଙ୍କ ସହ ବହୁ ରାଜ୍ୟ ଓ କେନ୍ଦ୍ରୀୟ ବରିଷ୍ଠ ନେତା, ନେତ୍ରୀ ଯୋଗ ଦେଇଛନ୍ତି। ପୁରୀରେ ରାଜ୍ୟ ବିଜେପି ବିଧାୟକ ଓ ସାଂସଦ ପ୍ରଶିକ୍ଷଣ ବର୍ଗ ଉଦ୍ଘାଟନ ହୋଇଛି। ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ଼ା ଏହି ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର ଉଦ୍ଘାଟନ କରିଛନ୍ତି। ଏପ୍ରିଲ 12 ଓ 13 ତାରିଖ ଦୁଇ ଦିନ ଧରି ପୁରୀରେ ଥିବା ସ୍ୱାମୀ ନାରାୟଣ ମୁଖ୍ୟ ମନ୍ଦିର ପରିସରରେ ଏହି ପ୍ରଶିକ୍ଷଣ ଶିବିର ଆୟୋଜନ କରାଯାଇଛି। ଏହି ଅବସରରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ଼ା ରାଜ୍ୟ ବିଜେପିର ସମସ୍ତ ବିଜେପି ବିଧାୟକ ଓ ସାଂସଦ ମାନଙ୍କୁ ସମ୍ବୋଧନ କରିଥିଲେ।

୧୪ ଟି ବିନ୍ଦୁ ଥିଲା ଏହି ଭାଷଣ ରେ । ସମସ୍ତ ୧୪ ଟି ବିନ୍ଦୁକୁ ବିଧାୟକ ଓ ସାଂସଦ ମାନେ ମାନିବାକୁ ଜେପି ନଡ଼ା କହିଥିଲେ। ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ନିର୍ଦ୍ଦେଶ ଥିଲା ବିଧାୟକ ଓ ସାଂସଦ ମାନେ ଗାଁ କୁ ଯାଆନ୍ତୁ। ସ୍ୱଚ୍ଛତା ଅଭିଯାନ କରନ୍ତୁ। ସମାଜ ସବୁ ବର୍ଗ ସହ ମିଶିବାକୁ ପରାମର୍ଶ ଦେଇଛନ୍ତି। ବରିଷ୍ଠ ନାଗରିକ, ମହିଳା, ଯୁବକ, ଦଳିତ ସମାଜ ଭାଇ ଭଉଣୀଙ୍କ ସହ ମିଶିବା ସହ ନିଜ କୁ ବିଭିନ୍ନ ବିକାଶ ମୂଳକ କାର୍ଯ୍ୟରେ ଯୋଡ଼ି ହେବାକୁ ବିଧାୟକ ଓ ସାଂସଦଙ୍କୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ପରାମର୍ଶ ଦେଇଥିଲେ। ଛୋଟ ମୋଟ ସ

ଂକୀର୍ଣ୍ଣତାକୁ ଛାଡି ସମସ୍ତଙ୍କୁ ସାଥୀରେ ମିଶିବା ଉଚିତ୍। ସମସ୍ତ ଙ୍କୁ ନିଜ ପରିବାର ସଦସ୍ୟ ଭଳି ଆଗକୁ ନେବାର ଅଛି। ବିକାଶ ମୂଳକ କାର୍ଯ୍ୟକୁ ପ୍ରାଧାନ୍ୟ ଦେବା ଉଚିତ୍। କଣ କରିବାର ଅଛି ଓ କଣ କରିବାର ନାହିଁ ତାହା ବିଧାୟକ ଓ ସାଂସଦ ଙ୍କୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ପରାମର୍ଶ ଦେଇଥିଲେ। ବିଜେପି ଏକ ସାଂଗଠନିକ ଦଳ। ବିଜେପି ଦଳର ସ୍ବତନ୍ତ୍ର ବିଚାର ଧାରା ରହିଛି। ଏହାକୁ ସବୁ ବିଧାୟକ ଓ ସାଂସଦ ମାନେ ମାନିବାକୁ ପଡ଼ିବ ବୋଲି ଜେପି ନଡ଼ା ନିଜ ଭାଷଣ ରେ କହିଥିଲେ। ବିଜେପି କର୍ମକର୍ତ୍ତାଙ୍କ କଡା ପରିଶ୍ରମ ଯୋଗୁଁ ଗତ ତିନି ମାସରେ ସାଢେ଼ ତେର କୋଟି ମହିଳା ଓ ପୁରୁଷ ସଦସ୍ୟ ହୋଇଛନ୍ତି। ବିଜେପି କର୍ମୀ, ନେତାଙ୍କ ପରିଶ୍ରମ, ଶୃଙ୍ଖଳା ସହ ଦେଶବାସୀଙ୍କ ଭରସା ଓ ଆଶୀର୍ବାଦ ଯୋଗୁଁ ଦେଶର 28 ଟି ରାଜ୍ୟ ଓ 7 ଟି କେନ୍ଦ୍ର ଶାସିତ ପ୍ରଦେଶରୁ 19 ଟି ରାଜ୍ୟରେ ଏନ୍ ଡି ଏ ର ସରକାର ଅଛି । ଏହି 19 ଟି ରାଜ୍ୟ ରୁ 13 ଟି ରାଜ୍ୟ ରେ ବିଜେପି ର ଏକାକୀ ସରକାର ଅଛି। ଆଗାମୀ ଦିନ ରେ ଓଡିଶା ର ଉନ୍ନତି ପାଇଁ ବିଧାୟକ ଓ ସାଂସଦ ମାନେ କଣ କାର୍ଯ୍ୟକ୍ରମ କରିବେ ଓ କଣ କରିବେ ନାହିଁ ସେନେଇ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ବିଜେପି ବିଧାୟକ ଓ ସାଂସଦ ଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି ।

ତେବେ ପୁରୀରେ ବିଜେପି ର ଏହି ସ୍ବତନ୍ତ୍ର ପ୍ରଶିକ୍ଷଣ ଶିବିର ଆସନ୍ତାକାଲି ସଂଧ୍ୟାରେ ଉଦଯାପିତ ହେବ। ବିଧାୟକ ଓ ସାଂସଦ ମାନେ ସବୁବେଳେ କିଛି ନୂଆ କଥା ଶିଖିବା ଉଚିତ୍ । ଏହା ଦ୍ଵାରା ଦଳର ଉନ୍ନତି ଓ ସଫଳତା ମିଳିବ ବୋଲି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ଼ା ନିଜ ସମ୍ବୋଧନରେ ଉପସ୍ଥିତ ରାଜ୍ୟ ବିଜେପିର ସବୁ ବିଧାୟକ ଓ ସାଂସଦ ଙ୍କୁ କହିଥିଲେ। ପ୍ରଶିକ୍ଷଣ ଶିବିରରେ ଯୋଗ ଦେଇଥିବା ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି, ‘‘ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ଼ା ବହୁତ୍ ସୁନ୍ଦର ସମ୍ବୋଧନ କଲେ। ତାଙ୍କ ଭାଷଣ ରେ 14 ଟି ବିନ୍ଦୁ ଥିଲା। ସମସ୍ତ 14 ଟି ବିନ୍ଦୁ କୁ ନେଇ ସବୁ ବିଧାୟକ ଓ ସାଂସଦ ଙ୍କ ଦୃଷ୍ଟି ଆକର୍ଷଣ କଲେ। ତାଙ୍କର ନିର୍ଦ୍ଦେଶ ଥିଲା ଆମେ ସବୁ ବିଧାୟକ ଓ ସାଂସଦ ଗାଁ କୁ ଯିବା। ସ୍ୱଚ୍ଛତା ମିଶନ କୁ ଆଗକୁ ନେବା। ସମାଜ ର ପ୍ରତେକ ବର୍ଗ ଲୋକ ଙ୍କ ସହ ଯୋଡ଼ି ହେବା। ବିଭିନ୍ନ ବିକାଶ ମୂଳକ କାର୍ଯ୍ୟ ରେ ସାମିଲ ହେବା। ଗର୍ବ ଅହଙ୍କାର ତ୍ୟାଗ କରି ସମସ୍ତଙ୍କୁ ଏକାଠି କରି ନେଇ ଚାଲିବା ତାଙ୍କର ଭାଷଣରେ ପରାମର୍ଶ ଥିଲା। ଜନ ପ୍ରତିନିଧି ହିସାବରେ କଣ କରିବାର ଅଛି, କଣ କରିବାର ନାହିଁ ଓ କିଭଳି ଲୋକଙ୍କ ନିକଟରେ ପହଞ୍ଚିବା ତାହା ସେ ଆମକୁ ପରାମର୍ଶ ଅନୁଯାୟୀ ଦେଇଥିଲେ। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଦ୍ବାରା ଆମ ର ସବୁ ବିଧାୟକ, ସାଂସଦ ମାନେ ସବୁ ଲାଭବାନ ହେବେ ବୋଲି ମୋର ବିଶ୍ବାସ ରହିଛି’’।

0 Comments