ରୋଟରୀ କ୍ଲବ କେନ୍ଦୁଝର ପକ୍ଷରୁ ବିଭିନ୍ନ ସ୍ଥାନରେ ସାମାଜିକ କାର୍ଯ୍ୟକ୍ରମ ଜାରି ରହିଛି । ଏହି କ୍ରମରେ କ୍ଲବ ପକ୍ଷରୁ ବୁଧବାର କେନ୍ଦୁଝର ଜିଲା କାରାଗାରକୁ  ୧୨ଟି ମଶାରୀ, ପ୍ରାଥମିକ ଚିକିତ୍ସା ଉପକରଣ, ଗୋଟିଏ ୱାଟର ପ୍ୟୁରିଫାୟର ସହିତ ୱାଟର ଚିଲର ଓ ଗୋଟିଏ ହୁିଲଚେୟାର ଦାନ କରାଯାଇଛି । କାରାଗାରର ଅନ୍ତେବାସୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି କ୍ଲବ ପ

୍ଷରୁ ଅତ୍ୟାବଶ୍ୟକୀୟ ଏହି ସବୁ ସାମଗ୍ରୀ ଦାନ କରାଯାଇଛି। ରୋଟାରୀ କ୍ଲବ କେନ୍ଦୁଝରଗଡର ସଭାନେତ୍ରୀ ରାଜଲକ୍ଷ୍ମୀ ସ୍ୱାଇଁ, ସମ୍ପାଦକ ଦୀପକ ନାୟକ, ଇଂ.ଦେବବ୍ରତ ସ୍ୱାଇଁ, ଡ.ସୁରେଶ ଖଟୋଇ, ରାଜଶ୍ରୀ ଖଟୋଇ, ବିଜୟନାଥ କପୁର, ଡ଼ାକ୍ତର ସଞ୍ଜୀବ ଓତା, ଗଜେନ୍ଦ୍ର ପ୍ରସାଦ ବେହେରା, ପ୍ରିୟଦର୍ଶୀ ପଟ୍ଟନାୟକ, କୃତି ସୁନ୍ଦର ନାୟକ ଓ ଜୟଦୀପ ସ୍ୱାଇଁ ପ୍ରମୂଖ ଉପସ୍ଥିତ ଥିଲେ ।

0 Comments