କେନ୍ଦୁଝର:ଓଡିଶା ରେ ଚଳିତ ବର୍ଷ ଖରିଫ୍ ଧାନ କିଣା କାରବାର ସୂଛତା ଓ ଶୃଙ୍ଖଳିତ ଭାବେ ହେଇଛି। ଚାଷୀ ଧାନ କୁଇଣ୍ଟାଲ ପ୍ରତି ୩୧୦୦ ଟଙ୍କା ପାଇବା ସହିତ ୪୮ ଘଣ୍ଟା ରେ ତାର ପାଉଣା ପାଇଛି ତତସହିତ ପଞ୍ଜି କରଣ କରିଥିବା ସମସ୍ତ ଚାଷୀ ଧାନ ବିକ୍ରି କରିଥିବାରୁ ବିଜେପି କୃଷକ ମୋର୍ଚ୍ଚା ତରଫରୁ ଆଜି କେନ୍ଦୁଝରଗଡ଼ସ୍ଥିତ ପାର୍କଲାଇନ ଅଡିଟୋରିୟମ ଠାରେ ଧନ୍ୟବାଦ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀମାନ କୃଷ୍ଣ ଚନ୍ଦ୍ର ପାତ୍ର ମୁଖ୍ୟ ଅତିଥି ରୂପେ ଯୋଗଦାନ କରିଥିଲେ। ଓଡିଶା ରେ ୧୭ ଲକ୍ଷ ରୁ ଉର୍ଦ୍ଧ୍ବ ଚାଷୀ କଂ ଠାରୁ ୭୪ ଲକ୍ଷ ମେଟ୍ରିକ୍ ଟନ୍ ଧାନ କିଣା ଯିବା ଏକ ଐତିହାସିକ ପଦକ୍ଷେପ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀମାନ କୃଷ୍ଣ ଚନ୍ଦ୍ର ପାତ୍ର ତାଙ୍କର ଭାଷଣରେ କହିଥିଲେ। ଧାନ କିଣା କାରବାରରେ ଅସାଧୁ ଉପାୟ ଅବଲମ୍ବନ କରିଥିବା ୬୧ ଜଣ ଅଫିସର କଂ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହିତ ୧୮ ଟି ମିଲ ମାଲିକ କଂ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହା ଓଡ଼ିଶାରେ ପ୍ରଥମ ଘଟଣା ଅଟେ। ଏହା ପୂର୍ବରୁ କୌଣସି ସରକାର କେବେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାର ନଜିର ନାହିଁ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀମାନ କୃଷ୍ଣ ଚନ୍ଦ୍ର ପାତ୍ର କହିଥିଲେ। ଆଗାମୀ ରବି ଧାନ କିଣା କାରବାର କୁ ବ୍ୟାପକ ଶୃଙ୍ଖଳିତ ଓ ସ୍ଵଚ୍ଛତା ର ସହିତ କରିବା ପାଇଁ ସରକାର ବଦ୍ଧପରିକର ବୋଲି ମନ୍ତ୍ରୀ ତାଙ୍କର ଭାଷଣରେ କହିଥିଲେ।

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋହିଲା ଠାର ଚାଷୀ ସମାବେଶ ରେ ଏକଶତ ଟଙ୍କା ଧାନ କୁଇଣ୍ଟାଲ ପ୍ରତି ଦେବାକୁ

ୋଷଣା କରିଥିଲେ କିନ୍ତୁ ତାଙ୍କ ସରକାର ଚାଲି ଗଲା ଦେଲେ ନାହିଁ ବୋଲି ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ କହିଥିଲେ। ବିଜେପି କହିଥିଲା ଧାନ କୁଇଣ୍ଟାଲ ପ୍ରତି ୩୧୦୦ ଟଙ୍କା ଦେବାକୁ। ସରକାର ଆସିବା କ୍ଷଣି ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝି ସରକାର ତାର ପ୍ରତିଶୃତି ପୁରଣ କରିଛି। ଓଡ଼ିଶା ର ଚାଷୀ ମାନଙ୍କୁ ମୋହନ ଚରଣ ମାଝି ସରକାର ସମୃଦ୍ଧ କରିବା ସହିତ ଆୟକୁ ଦୁଇଗୁଣା କରିବା ପାଇଁ ବହୁ କୃଷକ କଲ୍ୟାଣକାରୀ ଯୋଜନା ଆରମ୍ଭ କରିଛନ୍ତି ବୋଲି ସଭାପତି ଶ୍ରୀ ମହେଶ୍ଵର ସାହୁ ତାକଂର ଭାଷଣରେ କହିଥିଲେ। ଏହି କାର୍ଯ୍ୟକ୍ରମରେ କେନ୍ଦୁଝର ସାସଂଦ ଶ୍ରୀ ଅନନ୍ତ ନାୟକ, ପାଟଣା ବିଧାୟକ ଶ୍ରୀ ଅଖିଳ ଚନ୍ଦ୍ର ନାୟକ, ତେଲକୋଇ ବିଧାୟକ ଶ୍ରୀ ଫକୀର ମୋହନ ନାୟକ, ବିଜେପି ଜିଲ୍ଳା ସଭାପତି ଶ୍ରୀ ଶୁକଦେବ ମହାନ୍ତ, ରାଜ୍ୟ କାର୍ଯ୍ୟକରିଣୀ ସଦସ୍ୟ ଶ୍ରୀ ମୁରଲି  ମନୋହର ଶର୍ମା, ପୃଥିରାଜ କୁଅଁର, ବରିଷ୍ଠ ବିଜେପି ନେତା ଶ୍ରୀ ଚିତ ରଂଜନ କଂସ, ଶ୍ରୀମତୀ କିରଣବାଲା ନାଏକ, କୃଷକ ମୋର୍ଚ୍ଚା ଜିଲ୍ଲା ସଭାପତି ଶ୍ରୀ ଭାଗିରଥି ସିଂ, ପୂର୍ବତନ ଜିଲ୍ଲା ବିଜେପି ସଭାପତି ଶ୍ରୀ ରାଧାକାନ୍ତ ମହାନ୍ତ, କୃଷକ ମୋର୍ଚ୍ଚା ରାଜ୍ୟ ସଂଯୋଜକ ଶ୍ରୀ ଉପେନ୍ଦ୍ର ରାଉଲ, ଜିତେନ୍ଦ୍ର ବିଶ୍ବାଲ, ଶ୍ରୀଧର ସାହୁ, ଶକଂଶଣ ଜେନା, ସୁବ୍ରତ ମହାନ୍ତି, ରାଜେଶ କୁମାର ସିଂହ, ଅନୁବ୍ରତ ବେହେରା, କୃଷ୍ଣଚନ୍ଦ୍ର ମହାନ୍ତ, ପ୍ରସନ୍ନ କୁମାର ନାୟକ, ସୁଧାକର ସାହୁ, ଭାବଗ୍ରାହୀ ମହାନ୍ତ, ଦୁର୍ଯ୍ୟଧନ ମହାନ୍ତ, ଯୁଧିଷ୍ଠିର ମହାନ୍ତ, ଶିଶିର ସାହୁ ରାଜୋସ ଆଚାର୍ଯ୍ୟ, କମଲାକାନ୍ତ ଦାସ, ଅଧିକାରୀ ନାୟକ, ଶରତ ସେଠୀ, ଶିବେନ୍ଦ୍ର ଚକ୍ର, ପ୍ରମୁଖ ଙ୍କ ସମେତ ବହୁ ବରିଷ୍ଠ ନେତୃବୃନ୍ଦ ଙ୍କ ସମେତ ୨ ହଜାର ରୁ ଉର୍ଦ୍ଧ୍ବ ଚାଷୀ ସାମିଲ ହୋଇଥିଲେ।

0 Comments