ନୂଆଦିଲ୍ଲୀ: ଜମି ଦୁର୍ନୀତି ମାମଲାରେ ଇଡିରେ ହାଜର ହେଲେ କଂଗ୍ରେସ ସାଂସଦ ପ୍ରିୟଙ୍କ

ା ଗାନ୍ଧୀଙ୍କ ସ୍ୱାମୀ ତଥା ବ୍ୟବସାୟୀ ରବର୍ଟ ଭଦ୍ରା । ହରିୟାଣା ଗୁରୁଗ୍ରାମ ଶିକୋହପୁର ଜମି ଦୁର୍ନୀତି ମାମଲାରେ ପ୍ରଥମେ ଏପ୍ରିଲ ୮ ତାରିଖରେ ଇଡି ତାଙ୍କୁ ସମନ କରିଥିବା ବେଳେ ସେ ହାଜର ହୋଇନଥିଲେ । ଦ୍ବିତୀୟ ଥର ସମନ ହେବା ପରେ ଆଜି ସେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହୋଇଛନ୍ତି ।

୫୬ ବର୍ଷୀୟ ରବର୍ଟ ଭଦ୍ରା ତାଙ୍କ ସୁରକ୍ଷା କର୍ମୀ ଏବଂ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଦିଲ୍ଲୀର ସୁଜନ ସିଂହ ପାର୍କସ୍ଥିତ ତାଙ୍କ ବାସଭବନରୁ ୨ କିଲୋମିଟର ଚାଲି ଚାଲି ଯାଇ ଅବଦୁଲ୍ଲ କଲାମ ରୋଡରେ ଥିବା ଇଡି ମୁଖ୍ୟାଳୟରେ ପହଞ୍ଚିଥିଲେ । ଏହି ସମୟରେ ସେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ବିଜେପିକୁ ଟାର୍ଗେଟ କରିଥିଲେ । ସେ କହିଛନ୍ତି, '' ଏହା ରାଜନୈତିକ ପ୍ରତିଶୋଧ ବ୍ୟତୀତ ଆଉ କିଛି ନୁହେଁ। ଯେତେବେଳେ ମୁଁ ସଂଖ୍ୟାଲଘୁଙ୍କ ପାଇଁ ସ୍ବର ଉଠାଏ । ସେତେବେଳେ ସେମାନେ ମୋତେ ଅଟକାଇବାକୁ ଚେଷ୍ଟା କରନ୍ତି, ଆମ ସ୍ବରକୁ ଚାପି ଦିଅନ୍ତି । ସେମାନେ ସଂସଦରେ ମଧ୍ୟ ରାହୁଲଙ୍କୁ ଅଟକାଇବାକୁ ଚେଷ୍ଟା କରନ୍ତି । କେନ୍ଦ୍ରୀୟ ଏଜେନ୍ସିଗୁଡିକର ଅପବ୍ୟବହାର କରାଯାଉଛି । ଏହା ରାଜନୈତିକ ପ୍ରତିଶୋଧ ।''

ହରିୟାଣା ଗୁରୁଗ୍ରାମ ଜିଲ୍ଲା ଶିକୋହପୁର ଗାଁରେ ଏକ ଜମି କିଣାବିକାରେ ଅନିୟମିତତା ହୋଇଥିବା ମାମଲାରେ ପଚରାଉଚରା ପାଇଁ ଇଡି ରବର୍ଟ ଭଦ୍ରାଙ୍କୁ ସମନ କରିଥିଲା । ଦ୍ବିତୀୟ ଥର ସମନ ହେବା ପରେ ଆଜି ସେ ଇଡିରେ ହାଜର ହୋଇଛନ୍ତି । ଫେବ୍ରୁଆରୀ 2008 ରେ ଜମି ଦୁର୍ନୀତି ମାମଲା ସାମ୍ନାକୁ ଆସିଥିଲା । ଭାଦ୍ରାଙ୍କ ସହିତ ଜଡିତ ଏକ କମ୍ପାନୀ - ସ୍କାଇଲାଇଟ୍ ହସପିଟାଲିଟି ପ୍ରାଇଭେଟ୍ ଲିମିଟେଡ୍ ଗୁରୁଗ୍ରାମର ଶିକୋହପୁରରେ ଓଙ୍କାରେଶ୍ୱର ପ୍ରପର୍ଟିଜ୍ ନାମକ ଏକ ସଂସ୍ଥାରୁ 3.5 ଏକର ଜମି 7.5 କୋଟି ଟଙ୍କାରେ କିଣିଥିଲେ ।

0 Comments