କେନ୍ଦୁଝର - ଗ୍ରାମାଞ୍ଚଳ ମହିଳା ଓ ପୁରୁଷ ମାନଙ୍କୁ ସ୍ବାବଲମ୍ବୀ କରିବା ପାଇଁ ଜିଲ୍ଲା ଶିଳ୍ପ କେନ୍ଦ୍ର ଓ ହସ୍ତ ତନ୍ତ ବିଭାଗ ପକ୍ଷରୁ ଏକ ଦିନିକିଆ ସଚେତନତା କାର୍ଯକ୍ରମ ମନୋରମା ବିଦ୍ୟାଭବନ ମାନପୁର ଠାରେ  ଆୟୋଜିତ ହୋଇ ଯାଇଛି। ଏଥିରେ ଜିଲ୍ଲା ଶିଳ୍ପ କେନ୍ଦ୍ରର ମହାପ୍ରବନ୍ଧକ ଅଜୟ କୁମାର ମହାନ୍ତ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ବିଭିନ୍ନ ପ୍ରକାରର କ୍ଷୁଦ୍ର, ମଧ୍ୟମ ଶିଳ୍ପ ସ୍ଥାପନ କରିବା ପାଇଁ ରହିଥିବା ସରକାରୀ ଯୋଜନା ଓ ସରକାରୀ ସହାୟତା ସମ୍ପର୍କରେ ସୂଚନା ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଗ୍ରାମୀଣ ଆତ୍ମ ନିଯୁକ୍ତି ତାଲିମ କେନ୍ଦ୍ର ର ନିର୍ଦେଶକ  ହରେ କୃଷ୍ଣ ମହାନ୍ତ ଗ୍ରାମାଞ୍ଚଳ ଲୋକଙ୍କ ପାଇଁ ରହିଥିବା ମାଗଣା ତାଲିମ ଓ ପ୍ରଶିକ୍ଷଣ ବ୍ୟବସ୍ଥା ସମ୍ପର୍କରେ ଆଲୋକପାତ କରିଥିଲେ। ହସ୍ତକଳା ଓ ହସ୍ତଶିଳ୍ପ ପାଇଁ ରହିଥିବା ସରକାରୀ ଯୋଜନା ଓ ତାଲିମ କାର

୍ଯ୍ୟକ୍ରମ ସମ୍ପର୍କରେ ହସ୍ତଶିଳ୍ପ ସହ ନିର୍ଦେଶକ ଲଲାଟେନ୍ଦୁ ସର୍ଦ୍ଦାର ସୂଚନା ଦେଇଥିଲେ। ନାବାର୍ଡ ର ଉପନିର୍ଦେଶକ ଖୁରେଶ କୁମାର ନାୟକ ଆତ୍ମ ନିଯୁକ୍ତି ଓ କୃଷି ପାଇଁ ସରକାରଙ୍କ ପକ୍ଷରୁ ଋଣ ଓ ରିହାତି ସୁବିଧା ବିଷୟରେ ଆଲୋଚନା କରିଥିଲେ। ସମାଜ ସେବୀ ଧରିତ୍ରୀ ରାଉତ ଉପସ୍ଥିତ ଗ୍ରାମବାସୀଙ୍କୁ ଆତ୍ମ ନିଯୁକ୍ତି ମଧ୍ୟମ ରେ ନିଜର ଆୟ ବଢ଼ାଇବା ସହ କିପରି ନିଯୁକ୍ତି ସୁଯୋଗ ସୃଷ୍ଟି କରି ହେବ ସେଥି ପାଇଁ ଉତ୍ସାହିତ କରିଥିଲେ। ବିଦ୍ୟା ଭବନ ର ସମ୍ପାଦକ ଆଲୋକ ମିଶ୍ର ଏହି ସଚେତନତା କାର୍ଯକ୍ରମ କୁ ସାଯୋଜନା କରିଥିବା ବେଳେ ସହକାରୀ ଶିଳ୍ପ ଅଧିକାରୀ ଶ୍ୟାସୁନ୍ଦର ହେମ୍ରମ କାର୍ଯକ୍ରମ ଆୟୋଜନ କରି ବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ପ୍ରାୟ ୫୦ ରୁ ଉର୍ଦ୍ଧ ଗ୍ରାମବାସୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ବିଭିନ୍ନ ବ୍ୟବସାୟ ଓ ତାଲିମ ସମ୍ପର୍କରେ ନିଜର ଆଗ୍ରହ ପ୍ରକାଶ କରିଥିଲେ।

0 Comments