ଢେଂକିକୋଟ( ତପନ ବେହେରା) କେନ୍ଦୁଝର ଜିଲ୍ଲା ଘଟଗାଁ ବ୍ଲକ୍ ଅନ୍ତର୍ଗତ ଢେଙ୍କିକୋଟ ଠାରେ ଥିବା ପ୍ରାଥମିକ ସ୍ଵାସ୍ଥ୍ୟକେନ୍ଦ୍ରକୁ ଉଦୟପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରୁ କାୟାକଳ୍ପ ଡାକ୍ତରୀ ଟିମ୍ ପରିଦର୍ଶନରେ ଆସିଥିଲେ । ସେଥିମଧ୍ୟରୁ ଡାକ୍ତର ଇନଚାର୍ଜ ମନୋରଞ୍ଜନ ଜେନା, ଡାକ୍ତର ସ୍ଵସ୍ତିକ ସୁମନ ପ୍ରଧାନ ଓ ଧୀରେନ୍ ମହାନ୍ତ ପରିଦର୍ଶନରେ ଆସିଥିଲେ l ତେବେ ଡାକ୍ତରଖାନା ର ପରିବେଶ ପରିଷ୍କାର ପରିଚ୍ଛନ୍ନ ଥିବାର ଦେଖି ଖୁସିପ୍ରକଟ କରିଥିଲେ l ତତ ସହିତ ଡାକ୍ତରଖାନା କର୍ମଚାରୀ ଙ୍କ ସମୟାନୁବର୍ତ୍ତିତା, ରୋଗୀ ମାନଙ୍କୁ ନିଷ୍ଠାପର ସେବା , ଉତ୍ତମ ବ୍ୟବହାର ଓ ପରିସର
ରେ ସ୍ୱଚ୍ଛତା ବ୍ୟବସ୍ଥା ଦେଖି,ସେମାନେ ଆନନ୍ଦିତ ହୋଇଥିଲେ l ବରିଷ୍ଠ ଡାକ୍ତର ପୂର୍ଣ୍ଣଚନ୍ଦ୍ର ବଳ ଙ୍କୁ ଭୂୟସୀ ପ୍ରଶଂସା କରିଥିଲେ ଓ କେନ୍ଦୁଝର ଜିଲ୍ଲାର ଢେଙ୍କିକୋଟ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଅନ୍ୟ ଡାକ୍ତରଖାନା ପାଇଁ ଉଦାହରଣ ବୋଲି ପ୍ରକାଶ କରିଥିଲେ l ରୋଗୀ ସେବା ଦେଖି ସେମାନେ ଖୁସି ଅନୁଭବ କରିଥିଲେ l ଡାକ୍ତରଖାନା ଖାନା ର ଚତୁଃପାର୍ଶ୍ଵ ସୁନ୍ଦର ବୃକ୍ଷ ଓ ପରିଷ୍କାର ପରିଚ୍ଛନ୍ନ ଦେଖି ଉପସ୍ଥିତ ଥିବା କର୍ମଚାରୀ ମାନଙ୍କୁ ଧନ୍ୟବାଦ ଜଣାଇଥିଲେ l ତେଣୁ ଢେଂକିକୋଟ ଅଂଚଳର ସବୁ ବର୍ଗର ଲୋକମାନେ ଆଜି ଡାକ୍ତର ପୂର୍ଣ୍ଣଚନ୍ଦ୍ର ବଳ ଙ୍କୁ ପ୍ରସଂଶା କରୁଥିବା ଦେଖିବାକୁ ମିଳୁଛି l